ଚାନ୍ଦବାଲିର ଦୁର୍ଦ୍ଦାନ୍ତ ଅପରାଧୀ ମୁମ୍ବଇରୁ ଗିରଫ

ଭଦ୍ରକ, ୨୨ା୭ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ଏହି ଜିଲାର ଚାନ୍ଦବାଲି ଥାନା ଅଧୀନ ବାଘନଟା ଗାଁର ଦୁର୍ଦ୍ଦାନ୍ତ ଅପରାଧୀ ସୁଦାମ ଦାସ( ୫୩)କୁ ଏକ ହତ୍ୟା ଘଟଣାରେ ଆଜୀବନ ଜେଲଦଣ୍ଡ ମିଳିଥିଲା। ଗତ ୨୦୦୩ ମସିହାରେ ସୁଦାମ ଭଦ୍ରକ ଜେଲ୍ରୁ ପାରୋଲ୍ରେ ଘରକୁ ଆସି ଫେରାର ହୋଇଯାଇଥିଲା। ଫେରାର ହେବାର ଦୀର୍ଘ ୧୫ ବର୍ଷ ଭିତରେ ସୁବାସର କିଛି ଖୋଜ ଖବର ମିଳି ନଥିଲା। ତେବେ ସୁଦାମ ମୁମ୍ବଇରେ ରହୁଥିବା ଖବର ପାଇ ଭଦ୍ରକ ଏସପି ବି. ଗଂଗାଧରଙ୍କ ନିର୍ଦ୍ଦେଶରେ ଚାନ୍ଦବାଲି ଥାନା ଏସଆଇ ଶ୍ରୀକାନ୍ତ ପତିଙ୍କ ନେତୃତରେ ୪ ଜଣିଆ ଟିମ୍ ମୁମ୍ବଇ ଗସ୍ତ କରିଥିଲେ। ସେଠାରେ ସୁଦାମଙ୍କୁ ଗିରଫ କରି ଚାନ୍ଦବାଲି ଅଣାଯାଇଥିଲା। ଏଠାରେ ସୁଦାମର ଡାକ୍ତରୀ ମାଇନା କରି ତାକୁ କୋର୍ଟ ଚାଲାଣ କରାଯାଇଛି। ପୂର୍ବରୁ ସୁଦାମ ନାଁରେ ଅନେକ ଅପରାଧିକ ମାମଲା ରହିଛି ବୋଲି ପୁଲିସ ସୂଚନା ଦେଇଛି।

Leave a Reply

Your email address will not be published. Required fields are marked *