ଚାଟୁଆ ମାଳି ଛକ ନିକଟରେ ଶହିଦ ସ୍ତମ୍ବ ନିର୍ମାଣ କଲେ ମାଓବାଦୀ

କୋରପୁଟ:୨/୮/୧୮ (ଓଡ଼ିଆ ପୁଅ/ଅଭିନାଶ ଜାନାମ) କୋରାପୁଟ ଜିଲ୍ଲାର ନନ୍ଦପୁର ବ୍ଲକର ଚାଟୁଆ ଗ୍ରାମ ପଞ୍ଚାୟତର ମାଳି ଛକ ନିକଟରେ ଶହିଦ ସ୍ତମ୍ବ ନିର୍ମାଣ କରିଛନ୍ତି ମାଓବାଦୀ ଏବଂ ପାଡୁଆ ଥାନା ଅନ୍ତର୍ଗତ ବଡ଼ ଦେବତା ମନ୍ଦିର, ଦରଲିପୁଟ, ଆଦି ସ୍ଥାନରେ ମାଓବାଦୀ ପକ୍ଷରୁ ପୋଷ୍ଟର ମରାଯାଇଛି। ଏହି ପୋଷ୍ଟରରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟି, ସି.ପି.ଆ.ଇ.(ମାଓବାଦୀ) କୋରାପୁଟ ଶ୍ରୀ କାକୁଲମ ଡିଭିଜନାଲ କମିଟି ବୋଲି ଉଲ୍ଲେଖ ରହିଛି। ଜୁଲାଇ ୨୮ ତାରିଖରୁ ଅଗଷ୍ଟ ୩ ତାରିଖ ପର୍ଯ୍ୟନ୍ତ ସହୀଦ ସପ୍ତାହ ପାଳନ କରିବାକୁ ପୋଷ୍ଟର ମାଧ୍ୟମରେ ଆହ୍ୱାନ ଦେଇଛନ୍ତି ମାଓବାଦୀ। ପ୍ରଥମ ଥର ପାଇଁ ନନ୍ଦପୁର ବ୍ଲକର ଚାଟୁଆ ମାଳି ଛକ ନିକଟରେ ସହିଦ ସ୍ତମ୍ବ ନିର୍ମାଣ କରିବା ସହ ସହୀଦ ସପ୍ତାହ ପାଳନ କରିବାକୁ ପୋଷ୍ଟରରେ ଉଲ୍ଲେଖ ରହିଛି।

Leave a Reply

Your email address will not be published. Required fields are marked *