ଚାଟିକୋଣା ଶୈବ ପୀଠରୁ ଜିଲ୍ଲାସ୍ତରୀୟ ଚଇତି ମହୋତ୍ସବର ଶୁଭାରମ୍ଭ ଚଇତି ମହୋତ୍ସବର ବାର୍ତ୍ତା ନେଇ ବାହାରିଲା ଚଇତି ରଥ

ରାୟଗଡା ( ଓଡିଆ ପୁଅ / ସଂଗ୍ରାମ ପଟନାୟକ )୦୫.୧୨ – ଜିଲ୍ଲାସ୍ତରୀୟ ଚଇତି ମହୋତ୍ସବର ଶୁଭାରମ୍ଭ ବିଷମକଟକ ବ୍ଲକ ଅନ୍ତର୍ଗତ ଚାଟିକୋଣା ସ୍ଥିତ ପାତାଳେଶ୍ୱର ଶୈବ ପୀଠରୁ ଆନୁଷ୍ଠନିକ ଭାବେ ଆରମ୍ଭ ହୋଇଛି। ଜିଲ୍ଲା ସଂସ୍କୃତି ପରିଷଦର ଅଧ୍ୟକ୍ଷ ତଥା ଜିଲ୍ଲାପାଳ ଗୁହାପୁନମ ତାପସ କୁମାର, କୋରାପୁଟ ଲୋକସଭା ସାଂସଦ ଝିନ ହିକକା, ବିଷମକଟକ ବିଧାୟକ ଜଗନ୍ନାଥ ସାରକା, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ରାହୁଲ ପି.ଆର, ରାୟଗଡ ଉପ-ଜିଲ୍ଲାପାଳ ପ୍ରବୀର କୁମାର ନାୟକ, ଗୁଣପୁର ଉପ-ଜିଲ୍ଲାପାଳ ଅମୃତ ଋତୁରାଜ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁରୁଷୋତମ ଗମାଙ୍ଗ ପ୍ରମୁଖ ପାତାଳେଶ୍ୱର ଶୈବ ପୀଠରେ ପୂଜାର୍ଚ୍ଚନା କରିଥିଲେ। ପୂଜାର୍ଚ୍ଚନା ପରେ ଚଇତି କଳସ କୁ ଜିଲ୍ଲାପାଳ ଗୁହପୁନମ ତାପସ କୁମାର ଏବଂ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ରାହୁଲ ପି.ଆର ମନ୍ଦିର ରୁ ଚଇତି ରଥ ପର୍ଯ୍ୟନ୍ତ ଆଣିଥିଲେ। ଚଇତି ର ବାର୍ତ୍ତା ନେଇ ୧୧ ଗୋଟି ବ୍ଲକ ସହ ପଂଚାୟତ ଭ୍ରମଣରେ ବାହାରିଥିବା ରଥକୁ ସାଂସଦ ଝିନ ହିକକା ଏବଂ ଜିଲ୍ଲାପାଳ ମହୋଦୟା ସବୁଜ ପତାକା ଦେଖାଇ ଶୁଭ ଉଦଘାଟନ କରିଥିଲେ।
ଚଇତି ମହୋତ୍ସବ ନିମନ୍ତେ ଆୟୋଜିତ ସଭାରେ ସାଂସଦ ଝିନ ହିକକା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଚଇତି ମହୋତ୍ସବ ଦ୍ୱାରା ଆଦିବାସୀ ସଂସ୍କୃତି ଓ ପରମ୍ପରା ଲୋକଲଚନକୁ ଆସିପାରୁ ଥିବା କହିଥିଲେ। ଏହା ଛଡା ଜଗନ୍ନାଥ ସଂସ୍କୃତି ଓ ଆଦିବାସୀ ସଂସ୍କୃତିକୁ ବିଶ୍ୱ ଦରବାର ରେ ପହଂଚାଇବାକୁ ସମସ୍ତେ ଚେଷ୍ଟା କରିବା ଆବଶ୍ୟକ ବୋଲି ଶ୍ରୀ ହିକକା ପ୍ରକାଶ କରିଥିଲେ। ଚଇତି ମହୋତ୍ସବର ସଭାପତି ତଥା ଜିଲ୍ଲା ସଂସ୍କୃତି ପରିଷଦ ର ଅଧ୍ୟକ୍ଷ ଗୁହା ପୁନମ ତାପସ କୁମାର ଚଇତି ଏକ ମାଧ୍ୟମ ଯାହାଦ୍ୱାରା ୧୧ ଗୋଟି ବ୍ଲକରେ ଥିବା ଅଂଚଳବାସୀ ନିଜ ଅଂଚଳରେ ଥିବା ସଂସ୍କୃତି ଓ ପରଂପରା କୁ ଜିଲ୍ଲାସ୍ତରୀୟ ସଂସ୍କୃତି ମହୋତ୍ସବରେ ପ୍ରଦର୍ଶନ କରିପାରିବେ। ଜିଲ୍ଲାରେ ଥିବା ଅନେକ ଲୁକ୍କାୟତ ପ୍ରତିଭା କୁ ଚଇତି ମହୋତ୍ସବ ମାଧ୍ୟମରେ ଲୋକଲଚନକୁ ଆଣିବା ଆଉ ଗୋଟିଏ ମୁଖ୍ୟ ଉଦେ୍ଦ୍ୟଶ ବୋଲି ପ୍ରକାଶ କରିଥିଲେ। ଚଇତି ମହୋତ୍ସବ କୁ ସଫଳ କରିବା ପାଇଁ ସହେଯାଗ କରିବା ସହ ଜିଲ୍ଲାସ୍ତରୀୟ ଚଇତି ମହୋତ୍ସବ ପାଇଁ ଜିଲ୍ଲାର ସମସ୍ତ ଅଂଚଳବାସୀ ଙ୍କୁ ନିମନ୍ତ୍ରଣ ମଧ୍ୟ କରିଥିଲେ। କାର୍ଯ୍ୟକ୍ରମର ପରିଚାଳନା ପୃଥିରାଜ ସାହୁ କରିଥିବା ବେଳେ ଧନ୍ୟବାଦ ଅର୍ପଣ କରିଥିଲେ ବିଷମକଟକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ପାତ୍ର।

Leave a Reply

Your email address will not be published. Required fields are marked *