ଚାଚିବସ୍ତି ହେଲା ମଳମୂତ୍ର ତ୍ୟାଗମୁକ୍ତ ଅଂଚଳ

ରାଉରକେଲା ୮-୭ (ଓଡ଼ିଆ ପୁଅ/ଶିବରାମ ପାତ୍ର) : ଇସ୍ପାତ ସହର ରାଉରକେଲା ମହାନଗର ନିଗମ ଅନ୍ତର୍ଗତ ୧୪ ନଂ ୱାର୍ଡ ଚାଚି ବସ୍ତି ଖୋଲା ମଳମୂତ୍ର ତ୍ୟାଗମୁକ୍ତ ବସ୍ତିରେ ପରିଣତ ହୋଇଛି। ଏହାକୁ ନେଇ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ଆନନ୍ଦର ଲହରୀ ଖେଳି ଯାଇଛି। ରାଉରକେଲା ମହାନଗର ନିଗମର ଉଦ୍ୟମ ତଥା ସ୍ଥାନୀୟ ନିରୀକ୍ଷଣ ସମିତିର ଚେଷ୍ଟା ଫଳରେ ଏହି ସଫଳତା ମିଳି ପାରିଛି। ଏହି ସଫଳତାକୁ ବ୍ୟାପକ କରିବା ଲାଗି ଚାଚି ବସ୍ତିରେ ସ୍ଥାନୀୟ ବାସିନ୍ଦାଙ୍କ ଦ୍ୱାରା ବସ୍ତିରେ ମଳମୂତ୍ର ତ୍ୟାଗ ବସ୍ତି ଭାବେ ଗଣନା କରାଯାଇଛି। ବସ୍ତିର ସମସ୍ତ ବାସିନ୍ଦା ଖୋଲାରେ ମଳତ୍ୟାଗ ନକରିବା ଲାଗି ଶପଥ ନେଇଛନ୍ତି। ଏନେଇ ପୂର୍ବରୁ ରାଉରକେଲା ମହାନଗର ନିଗମ ପକ୍ଷରୁ ଜନସଚେତନତା କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏଥିରେ ବସ୍ତିରେ ସମସ୍ତ ମହିଳା ଓ ପୁରୁଷ ମାନେ ଅଂଶ ଗ୍ରହଣ କରିଥିଲେ। ବସ୍ତି କିପରି ସମୁର୍ଣ୍ଣ ଭାବେ ମଳମୁକ୍ତ ହୋଇ ପାରିବ ସେଥିନେଇ ପଦକ୍ଷେପ ଗ୍ରହଣ କରାଯାଇଥିଲା। ଉକ୍ତ ବସ୍ତିଟି ମଳମୂତ୍ର ତ୍ୟାଗ ବସ୍ତି ଭାବେ ପରିଗଣିତ ହେବା ପରେ ଲୋକ ମାନଙ୍କ ମଧ୍ୟରେ ଆନନ୍ଦର ଲହରୀ ଖେଳି ଯାଇଛି।

Leave a Reply

Your email address will not be published. Required fields are marked *