ଚାଇଲ୍ଡ ଲାଇନ ପକ୍ଷରୁ ସାମାଜିକ ସଚେତନତା କାର୍ଯ୍ୟକ୍ରମ

ପାରଳାଖେମୁଣ୍ଡି, ୨୦ା୧(ଓଡିଆ ପୁଅ/ପ୍ରଶାନ୍ତ କୁମାର ନାୟକ)- ଗଜପତି ଜିଲ୍ଲା ଆର. ଉଦୟଗିରି ବ୍ଳକ ଅନ୍ତର୍ଗତ ସିଆଳିଲଟି ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଜିଲା ଶିଶୁ ସୁରକ୍ଷା ୟୁନିଟ ଓ ଚାଇଲ୍ଡ ଲାଇନର ମିଳିତ ଆନୁକୁଲ୍ୟରେ ଏକ ସାମାଜିକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଶିଶୁ ସମନ୍ୱିତ ଅଧିକାରିଣୀ ଆବିଦା ପର୍ବନୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବାଲ୍ୟ ବିବାହ ରୋକିବା ପାଇଁ କେଉଁ ସବୁ ଦିଗ ଉପରେ ଧ୍ୟାନ ଦେବା ଦରକାର କହିଥିଲେ। ଏଥିପାଇଁ ସାଧାରଣରେ ସଚେତନତା ସୃଷ୍ଟି ହେବା ଦରକାର ବୋଲି କୁହାଯାଇଥିଲା। ବାଲ୍ୟ ବିବାହ ରୋକିବା ପାଇଁ ଗ୍ରାମାଞ୍ଚଳମାନଙ୍କରେ ରହିଥିବା ଶିଶୁ ସୁରକ୍ଷା କମିଟିମାନେ କିପରି କାର୍ଯ୍ୟ କରିବା ଦରକାର ସେବିଷୟରେ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା। ସେହିପରି ବିଭିନ୍ନ କାରଣରୁ ଯେଉଁ ଭଳି ଭାବେ ଶିଶୁ ଚାଲାଣ କରାଯାଉଛି ଏହାକୁ ରୋକିବା ପାଇଁ କେଉଁ ଦିଗ ଉପରେ ଦୃଷ୍ଟି ଦେବା ଦରକାର ସେବିଷୟରେ କୁହାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଜିଲା ଶିଶୁ ସୁରକ୍ଷା ଅଧିକାରୀ ଅରୁଣ କୁମାର ତ୍ରୀପାଠି, ବ୍ଳକ ଶିକ୍ଷା ଅଧିକାରୀ ଏସ.ଧନଞ୍ଜୟ, ଚାଇଲ୍ଡ ଲାଇନର ସଂଯୋଜକ ସାଇ ପ୍ରସାଦ ସାମଲ ପ୍ରମୁଖଙ୍କ ସହ ସ୍ଥାନୀୟ ସରପଞ୍ଚ, ସମିତି ସଭ୍ୟ ଓ ପଞ୍ଚାୟତ ସ୍ତରୀୟ କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *