ଚାଇଲ୍ଡ ଲାଇନ ଦ୍ୱାରା ଶିଶୁ ଶ୍ରମିକ ଉଦ୍ଧାର

ପାରଳାଖେମୁଣ୍ଡି, ୧୯ା୬(ଓଡିଆ ପୁଅ/ପ୍ରଶାନ୍ତ କୁମାର ନାୟକ)- ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଚାଇଲ୍ଡ ଲାଇନ ପକ୍ଷରୁ ଫୋନ ଦ୍ୱାରା ସୂଚନା ପାଇ ଏକ ଶିଶୁ ଶ୍ରମିକ ଉଦ୍ଧାର କରାଯାଇଥିବାର ଜଣାପଡିଛି। ଘଟଣାରୁ ପ୍ରକାଶ ଯେ ଜଣେ ୧୩ବର୍ଷର ନାବାଳକ ସହରର ଫାୟର ଷ୍ଟେସନ ନିକଟରେ କାମ କରୁଥିଲେ। ଶିଶୁଟି ୬ଷ୍ଠ ଶ୍ରେଣୀରେ ପାଠ ଛାଡି ୩ମାସ ତଳେ ବଡଭାଇ ସହ ପାରଳାଖେମୁଣ୍ଡି ଆସିରହୁଥିଲେ। ବଡଭାଇ ଏକ ବାରରେ କାର୍ଯ୍ୟ କରିଥିବା ବେଳେ ସାନଭାଇ ଏହି ହୋଟେଲରେ ଦିନକୁ ୧୦୦ଟଙ୍କା ମଜୁରୀ ନେଇ ୧୫ଦିନ ହେଲା କାମ କରୁଥିଲା। ଫୋନ ଯୋଗେ ଖବର ପାଇବା ପରେ ଚାଇଲ୍ଡ ଲାଇନ ସଦସ୍ୟ ଭେଙ୍କଟେସ ସେନାପାତି ଓ ଲକ୍ଷ୍ମୀ ସାହୁ ହୋଟେଲରେ ପହଞ୍ଚି ଓ ହୋଟେଲ ମାଲିକ ଶ୍ରୀନିବାସ ରାଓଙ୍କ ସହିତ କଥାବାର୍ତ୍ତା କରିଥିଲେ। ଶିଶୁଟିର ଘର ରାମଗିରି ଅଞ୍ଚଳର ଲୋବା ଗ୍ରାମରେ ବୋଲି ଜଣାପଡିଛି। ଚାଇଲ୍ଡ ଲାଇନ ଏହି ଶିଶୁକୁ ଉଦ୍ଧାର କରିବା ପରେ ଜିଲା ଶିଶୁ କଲ୍ୟାଣ ସମିତିକୁ ହସ୍ତାନ୍ତର କରିଥିଲା। ଶିଶୁ କଲ୍ୟାଣ ସମିତି ପକ୍ଷରୁ ଉକ୍ତ ଶିଶୁକୁ ମୁକ୍ତ ଆଶ୍ରୟସ୍ଥଳିରେ ରଖାଯାଇଥିବା ବେଳେ ପରବର୍ତ୍ତୀ ପକ୍ରିୟା ନିଷ୍ପତି ହେବ ବୋଲି ଅଧ୍ୟକ୍ଷ ବିନୋଦ ଚନ୍ଦ୍ର ଜେନା କହିଛନ୍ତି।

Leave a Reply

Your email address will not be published. Required fields are marked *