ଚାଇଲ୍ଡ ଲାଇନସେ ଦୋସ୍ତି କାର୍ଯ୍ୟକ୍ରମର ଶୁଭାରମ୍ଭ, ଡାକ୍ତର ଓ ପୁଲିସଙ୍କ ହାତରେ ରାକ୍ଷୀ ବାନ୍ଧି ସାଥି କଲେ ଶିଶୁ

ମାଲକାନଗିରି, ୧୮।୧ (ଓଡ଼ିଆ ପୁଅ ) ସାଧାରଣତ ଗହ୍ମାପୂର୍ଣ୍ଣମୀ ଦିନ ରକ୍ଷା ବନ୍ଧନ ଉତ୍ସବ ପାଳିତ ହୋଇ ଭଉଣୀମାନେ ଭାଇମାନଙ୍କ ହାତରେ ରାକ୍ଷୀ ବାନ୍ଧିଥା’ନ୍ତି, ହେଲେ ବିନା ରାକ୍ଷୀ ପୁର୍ଣ୍ଣିମାରେ ଆଜି ମାଲକାନଗିରି ଡାକ୍ତରଖାନାରେ ଛୋଟ ଛୋଟ ପିଲାମାନେ ଡାକ୍ତରମାନଙ୍କ ହାତରେ ଓ ଥାନାରେ ପୁଲିସମାନଙ୍କ ହାତରେ ବନ୍ଧୁତ୍ୱର ରାକ୍ଷୀ ବାନ୍ଧି ସାଥୀ ବନାଇବା ଦୃଶ୍ୟ ଦେଖଣାହାରିମାନଙ୍କୁ ଚକିତ କରିଥିଲା।

ମାଲକାନଗିରି ଜିଲ୍ଲାସଦର ମହକୁମା ଠାରେ ଥିବା ଚାଇଲ୍ଡ ଲାଇନ ପକ୍ଷରୁ ଚାଇଲ୍ଡ ଲାଇନ ସେ ଦୋସ୍ତି କାର୍ଯ୍ୟକ୍ରମର ଶୁଭାରମ୍ଭ ଆଜି ମାଲକାନଗିରି ଜିଲ୍ଲାସଦର ମହକୁମା ହସପିଟାଲରେ ଆରମ୍ଭ ହୋଇଛି। ଚାଇଲ୍ଡ ଲାଇନ ଜିଲ୍ଲା ସଂଯୋଜିକା ଚୁମୁକି ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା.ଶଶି ଭୂଷଣ ମହାପାତ୍ର, ମୁଖ୍ୟବକ୍ତା ଭାବେ ସାହିତ୍ୟ ଏକାଡେମୀ ସଦସ୍ୟ ସାମ୍ବାଦିକ ରତ୍ନାକର ଦାଶ, ସମ୍ମାନିତ ଅତିଥି ଭାବେ ଡାକ୍ତର ଅନିଲ କୁମାର ମିଶ୍ର, ଜିଲ୍ଲା ଶିଶୁ ମଙ୍ଗଳ ସମତିର ସଭ୍ୟ ହରେଶ ଚନ୍ଦ୍ର ବେହେରା, ଶରତଜୀ ଇଂଲିସ ମଡିୟମ ସ୍କୁଲର ପ୍ରିନ୍ସପାଲ ପ୍ରଶାନ୍ତି ଦାଶ, ଶିକ୍ଷୟତ୍ରୀ ମିନି ଜୈନ ଯୋଗଦେଇ ଆଜିର ଶିଶୁ କାଲିର ନାଗରିକ, ଶିଶୁ ହସିଲେ ଦେଶ ହସିବ, କୌଣସି କାରଣ ଯୋଗୁଁ ଯଦି ଶିଶୁଟିଏ ଦୁର୍ଘଟଣା କିମ୍ବା ବିପଦର ପଡି ହସପଟିଲକୁ ଆସିଥାଏ, ସେ ଡାକ୍ତରଙ୍କୁ ଦେଖି ଭୟଭିତ ହୋଇ କାନ୍ଦି ଇଜେଂକସନ କିମ୍ବା ଔଷଧ ଖାଇବାକୁ ମନା କରିଥାଏ, ଡାକ୍ତରମାନଙ୍କ ସହିତ ଆଗରୁ ଯଦି ସେହି ଶିଶୁମାନଙ୍କର ଦୋସ୍ତି ଥିବ, ସେମାନେ କେବେବି ଡାକ୍ତରଖାନାକୁ ଆସିବାକୁ ଭୟଭିତ ହେବେ ନାହିଁ।

ଠିକ ସେହିପରି ଯଦି କୌଣସି ଶିଶୁ ରାସ୍ତାରେ ହଜିଯାଏ, କିମ୍ବା ତାକୁ କିଏ ନେଇଯାଉଥାଏ, ଆଗରୁ ଯଦି ପୁଲିସ ସହିତ ଚିହ୍ନା ଜଣା ଓ ଦୋସ୍ତି ଥିବ ସେ ଥାନାକୁ ଯିବାକୁ କେବେ ବି ଭୟକରିବ ନାହିଁ ଏହି କାର୍ଯ୍ୟକ୍ରମର ମୁଳ ଉଦେଶ୍ୟ ବୋଲି ଅତିଥି ମାନେ କହିଥିଲେ। ଏହି ଅବସରରେ ଶରତଜୀ ଇଂଲିସ ମିଡିୟମ ସ୍କୁଲର କୁନିକୁନି ଛାତ୍ର ଛାତ୍ରୀ ମାନେ ଲମ୍ବାଧାଡିରେ ଛିଡା ହୋଇ ମେଡିକାଲ ଏଡିଏମଓ, ଡାକ୍ତର, ମେଡିକାଲ କର୍ମଚାରି ଓ ଅନ୍ୟାନ୍ୟ ଅତିଥି ମାନଙ୍କ ହାତରେ ବନ୍ଧୁତ୍ୱର ରାକ୍ଷୀ ବାନ୍ଧି ସାଥିକରିଥିଲେ। ଚାଇଲ୍ଡ ଲାଇନର ଟିମଲିଡର ଶୁକାନ୍ତି ବିଶ୍ୱାଳ, ରିମା ମଜୁମଦାର, ରିଙ୍କୁ ସରକାର, ଚନ୍ଦ୍ରକାନ୍ତ ପଣ୍ଡା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ପରେ ଚାଇଲ୍ଡ ଲାଇନ କର୍ମକର୍ତା ଓ ଛାତ୍ରୀମାନେ ମାଲକାନଗିରି ଥାନାକୁ ଯାଇ ଥାନା ଅଧିକାରୀ ରଜଂନ କୁମାର ସାହୁ ଙ୍କ ସହିତ ଅନ୍ୟାନ୍ୟ ପୁଲିସ କର୍ମଚାରି ମାନଙ୍କ ହାତରେ ରାକ୍ଷୀ ବାନ୍ଧି ସାଥୀ କରିଥିଲେ।

Leave a Reply

Your email address will not be published. Required fields are marked *