ଅନୁଗୁଳ

ଚଳିତ ମାସ ୭ରେ ତାଳଚେର ଆସିବେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ତାଳଚେର, ୩/୯(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚଳିତ ମାସ ୨୨ତାରିଖରେ ତାଳଚେର ଫର୍ଟିଲାଇଜର ଲିମିଟେଡ଼ର ଶିଳାନ୍ୟାସ କରିବାର କାର୍ଯ୍ୟକ୍ରମ ରହିଛି। ଏହି ପରିପ୍ରେକ୍ଷୀରେ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଚଳିତ ମାସ ୭ ତାରିଖରେ ତାଳଚେର ଗସ୍ତ କରି ସଭାସ୍ଥଳୀ ପରିଦର୍ଶନ କରିବାସହ ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା କରିବେ ବୋଲି ବିଜେପି ରାଜ୍ୟ ସମ୍ପାଦକ କାଳନ୍ଦୀ ସାମଲ ପ୍ରକାଶ କରିଛନ୍ତି। ଅପରପକ୍ଷରେ ଉକ୍ତ ପ୍ଲାଂଟର ଶିଳାନ୍ୟାସ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ କରକମଳରେ ହେବାର କାର୍ଯ୍ୟକ୍ରମ ରହିଥିବାରୁ ସ୍ଥାନୀୟ ଅଂଚଳରେ ଆନନ୍ଦର ଲହରୀ ଖେଳି ଯାଇଥିବା ବେଳେ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଏହା କାର୍ଯ୍ୟକ୍ଷମ ହୋଇପାରିଲେ ତାଳଚେରର ବିକାଶ ଆହୁରି ତ୍ୱରାନ୍ୱିତ ହୋଇପାରିବ ବୋଲି ଜନସାଧାରଣ ମତପ୍ରକାଶ କରିଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top