ad
ଓଡ଼ିଶା

ଚଳିତ ମାସ ୨୫ ରେ ଓଡିଶା ଆସିବେ ରାହୁଲ ଗାନ୍ଧି ପି.ସି ସି. ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଅଧକ୍ଷତାରେ ପ୍ରଥମ ବୈଠକ

ଭୁବନେଶ୍ୱର ୯-୧ (ଓଡ଼ିଆ ପୁଅ) ଜାତୀୟ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ ଚଳିତ ମାସ ୨୫ ତାରିଖରେ ଓଡିଶା ଗସ୍ତରେ ଆସି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ନିଷ୍ପତି ଚୂଡାନ୍ତ ହୋଇଛି। ଏହି ପରିପ୍ରେକ୍ଷୀରେ ଏକ ପ୍ରସ୍ତୁତି ବୈଠକ ପି.ସି.ସି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ କଂଗ୍ରେସ ଭବନରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ରାହୁଲ ଗାନ୍ଧୀଙ୍କର ବିଭିନ୍ନ କାର୍ଯ୍ୟକ୍ରମ ଚୂଡାନ୍ତ ହୋଇଛି।

ବିମାନ ବନ୍ଦରରେ ପହଂଚିବା ପରେ ତାଙ୍କୁ ସେଠାରେ ଭବ୍ୟ ସ୍ୱାଗତ ସମ୍ବର୍ଧନା ଦିଆଯିବା ପରେ ଏକ ଶୋଭାଯାତ୍ରାରେ ସେଠାରୁ ସଂଗୀତ ମହାବିଦ୍ୟାଳୟ ପରିସରକୁ ନିଆଯିବ.ସେଠାରେ ଓଡିଶାର ବିଶିଷ୍ଟ ବୁଦ୍ଧିଜୀବୀ, ସାମାଜିକ ଅନୁଷ୍ଠାନର ନେତୃତ୍ୱ,ବିଭିନ୍ନ ଆନ୍ଦୋଳନର କର୍ମୀ ଓ ଚାଷୀ ନେତାମାନଙ୍କୁ ଭେଟି ଆଲୋଚନା କରିବେ ରାହୁଲ ଗାନ୍ଧୀ। ସେଠାରୁ କଟକ ପର୍ଯ୍ୟନ୍ତ ଏକ ରୋଡ ସୋ କାର୍ଯ୍ୟକ୍ରମରେ ଯାଇ ପି ସେଠାରେ ଥିବା ବାଲିଯାତ୍ରା ପଡିଆରେ ପ୍ରଥମେ ଦଳର ନେତା ଓ କର୍ମୀଙ୍କୁ ବକ୍ତବ୍ୟ ପ୍ରଦାନ କରିବେ। ଏହାପରେ ଏକ ବିଶାଳ ଜନସଭାରେ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ଭାଷଣ ଦେବେ। ସେଠାରୁ ଭୁବନେଶ୍ୱର ଫେରି ସାମ୍ବାଦିକ ସମିଳନୀରେ ଯୋଗଦେଇ ଦିଲ୍ଲୀ ପ୍ରତ୍ୟାବର୍ତନ କରିବେ ବୋଲି ଶ୍ରୀ ପଟ୍ଟନାୟକ ଜଣାଇଛନ୍ତି।

ଆଜିର ପ୍ରସ୍ତୁତି ବୈଠକରେ ପି.ସି.ସି. ସଭାପତି ଶ୍ରୀ ପଟ୍ଟନାୟକଙ୍କ ସମେତ କାର୍ଯ୍ୟକାରୀ ସଭାପତି ଚିରଞ୍ଜିବୀ ବିଶ୍ୱାଳ, ଏଆଇସିସି ସମ୍ପାଦକ ରୁଦ୍ରରାଜୁ ଯୋଗଦେଇଥିବା ବେଳେ ଅନ୍ୟ ମାନଙ୍କ ମଧ୍ୟରେ ଖୋର୍ଦ୍ଧା, କେନ୍ଦ୍ରାପଡା, କଟକ, ଜଗସିଂହପୁର, ଯାଜପୁର ପ୍ରମୁଖ ଉପକୂଳ ଜିଲ୍ଲାର ଜିଲ୍ଲା ସଭାପତି ଏବଂ ଛାମୁଆ ସଂଗଠନ ସଂଗଠନ ବିଭାଗର ମୁଖ୍ୟ ମାନଙ୍କ ସହ ରାଜ୍ୟଚଳିତ ମାସ ୨୫ ରେ ଓଡିଶା ଆସିବେ ରାହୁଲ ଗାନ୍ଧି ପି.ସି ସି. ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଅଧକ୍ଷତାରେ ପ୍ରଥମ ବୈଠକ
ଭୁବନେଶ୍ୱର ୯-୧ (ଓଡ଼ିଆ ପୁଅ) ଜାତୀୟ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ ଚଳିତ ମାସ ୨୫ ତାରିଖରେ ଓଡିଶା ଗସ୍ତରେ ଆସି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ନିଷ୍ପତି ଚୂଡାନ୍ତ ହୋଇଛି। ଏହି ପରିପ୍ରେକ୍ଷୀରେ ଏକ ପ୍ରସ୍ତୁତି ବୈଠକ ପି.ସି.ସି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ କଂଗ୍ରେସ ଭବନରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ରାହୁଲ ଗାନ୍ଧୀଙ୍କର ବିଭିନ୍ନ କାର୍ଯ୍ୟକ୍ରମ ଚୂଡାନ୍ତ ହୋଇଛି।

ବିମାନ ବନ୍ଦରରେ ପହଂଚିବା ପରେ ତାଙ୍କୁ ସେଠାରେ ଭବ୍ୟ ସ୍ୱାଗତ ସମ୍ବର୍ଧନା ଦିଆଯିବା ପରେ ଏକ ଶୋଭାଯାତ୍ରାରେ ସେଠାରୁ ସଂଗୀତ ମହାବିଦ୍ୟାଳୟ ପରିସରକୁ ନିଆଯିବ.ସେଠାରେ ଓଡିଶାର ବିଶିଷ୍ଟ ବୁଦ୍ଧିଜୀବୀ, ସାମାଜିକ ଅନୁଷ୍ଠାନର ନେତୃତ୍ୱ,ବିଭିନ୍ନ ଆନ୍ଦୋଳନର କର୍ମୀ ଓ ଚାଷୀ ନେତାମାନଙ୍କୁ ଭେଟି ଆଲୋଚନା କରିବେ ରାହୁଲ ଗାନ୍ଧୀ। ସେଠାରୁ କଟକ ପର୍ଯ୍ୟନ୍ତ ଏକ ରୋଡ ସୋ କାର୍ଯ୍ୟକ୍ରମରେ ଯାଇ ପି ସେଠାରେ ଥିବା ବାଲିଯାତ୍ରା ପଡିଆରେ ପ୍ରଥମେ ଦଳର ନେତା ଓ କର୍ମୀଙ୍କୁ ବକ୍ତବ୍ୟ ପ୍ରଦାନ କରିବେ। ଏହାପରେ ଏକ ବିଶାଳ ଜନସଭାରେ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ଭାଷଣ ଦେବେ। ସେଠାରୁ ଭୁବନେଶ୍ୱର ଫେରି ସାମ୍ବାଦିକ ସମିଳନୀରେ ଯୋଗଦେଇ ଦିଲ୍ଲୀ ପ୍ରତ୍ୟାବର୍ତନ କରିବେ ବୋଲି ଶ୍ରୀ ପଟ୍ଟନାୟକ ଜଣାଇଛନ୍ତି।

ଆଜିର ପ୍ରସ୍ତୁତି ବୈଠକରେ ପି.ସି.ସି. ସଭାପତି ଶ୍ରୀ ପଟ୍ଟନାୟକଙ୍କ ସମେତ କାର୍ଯ୍ୟକାରୀ ସଭାପତି ଚିରଞ୍ଜିବୀ ବିଶ୍ୱାଳ, ଏଆଇସିସି ସମ୍ପାଦକ ରୁଦ୍ରରାଜୁ ଯୋଗଦେଇଥିବା ବେଳେ ଅନ୍ୟ ମାନଙ୍କ ମଧ୍ୟରେ ଖୋର୍ଦ୍ଧା, କେନ୍ଦ୍ରାପଡା, କଟକ, ଜଗସିଂହପୁର, ଯାଜପୁର ପ୍ରମୁଖ ଉପକୂଳ ଜିଲ୍ଲାର ଜିଲ୍ଲା ସଭାପତି ଏବଂ ଛାମୁଆ ସଂଗଠନ ସଂଗଠନ ବିଭାଗର ମୁଖ୍ୟ ମାନଙ୍କ ସହ ରାଜ୍ୟର ନେତୃବୃନ୍ଦ ଯୋଗଦେଇଥିଲେ।

ଶ୍ରୀ ରାହୁଲ ଗାନ୍ଧୀ ଙ୍କ ଏହି ଓଡିଶା ଗସ୍ତକୁ ସଫଳ କରିବା ପାଇଁ ପି.ସି.ସି. ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ ନିବେଦନ କରିଛନ୍ତି।
ର ନେତୃବୃନ୍ଦ ଯୋଗଦେଇଥିଲେ।

ଶ୍ରୀ ରାହୁଲ ଗାନ୍ଧୀ ଙ୍କ ଏହି ଓଡିଶା ଗସ୍ତକୁ ସଫଳ କରିବା ପାଇଁ ପି.ସି.ସି. ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ ନିବେଦନ କରିଛନ୍ତି।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top