ଜିଲ୍ଲା ପରିକ୍ରମା

ଚଳିତ ମାସ ୧୭ ତାରିଖରୁ ଦ୍ୱିତୀୟ ପର୍ଯ୍ୟାୟ ପଲ୍ସ ପୋଲିଓ କାର୍ଯ୍ୟକ୍ରମ

ଯାଜପୁର-୧୨/୫(ଓଡିଆ ପୁଅ/ଏ.ରାଉତ) ଯାଜପୁର ଜିଲ୍ଲାରେ ଦ୍ୱିତୀୟ ପର୍ଯ୍ୟାୟ ପଲ୍ସ ପୋଲିଓ କାର୍ଯ୍ୟକ୍ରମ ମେ ୧୭ ରୁ ଅଅରମ୍ଭ ହୋଇ ୧୯ ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ। ସେହିପରି ମିଶନ ଇନ୍ଦ୍ରଧନୁଷ ର କାର୍ଯ୍ୟକ୍ରମ ମଧ୍ୟ ମେ ୨୧ ତାରିଖ ଠାରୁ ୨୫ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଦି୍ୱତୀୟ ପର୍ଯ୍ୟାୟ ଏହି କାର୍ଯ୍ୟକ୍ରମ ମିଶନ ଇନ୍ଦ୍ରଧନୁଷ ପାଇଁ ଗୁରୁବାର ଠାରୁ ଆରମ୍ଭ ହେବ। ଏହା ସକାଳ ୬ ଘଟିକା ଠାରୁ ୧୦ ଘଟିକା ଓ ଅପରାହ୍ନ ୪ ଘଟିକା ଠାରୁ ୬ ଘଟିକା ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏହି ସମୟ ମଧ୍ୟରେ ପିଲା ମାନଙ୍କୁ ପୋଲିଓ ବୁନ୍ଦା ନିର୍ଦ୍ଧାରିତ ବୁଥ ମାନଙ୍କରେ ଦିଆଯିବ। ଏ ସଂପର୍କରେ ଏକ ପ୍ରସ୍ତୁତି ବୈଠକ ଶୁକ୍ରବାର ପୂର୍ବାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଥିଲା। ଅନ୍ୟ ଟୀକାକରଣ ଭଳି ପୋଲିଓ ଟୀକାକରଣକୁ ସପଂଳତାର ସହ ସଂପନ୍ନ କରିବାକୁ ଜିଲ୍ଲାପାଳ ଆହ୍ୱାନ ଦେଇଥିଲେ। ଦ୍ୱିତୀୟ ପର୍ଯ୍ୟାୟରେ ଜିଲ୍ଲାର ମୋଟ ୧୮୧୭୪୭ ଜଣ ଶିଶୁଙ୍କୁ ପୋଲିଓ ବୁନ୍ଦା ଦିଆଯିବାର ଲକ୍ଷ୍ୟ ରଖାଯାଇଅଚ୍ଥି। ଏଥିପାଇଁ ୧୨ ଟି ରିପୋର୍ଟିଂ ୟୁନିଟ୍ କରାଯାଇଥିବା ବେଳେ ୮୨୬ ଟି ପୋଲିଓ ବୁଥ୍ କରାଯିବାର ଲକ୍ଷ୍ୟ ରଖାଯାଇଚ୍ଥି। ୩୩୭୪ ଜଣଙ୍କୁ ଦାୟିତ୍ୱ ଦିଆଯାଇଥିବା ବେଳେ ୧୮୯ ଜଣ ସୁପରଭାଇଜରଙ୍କୁ ଦାୟିତ୍ୱ ଦିଆଯାଇଚ୍ଥି। ୨୫ ଟି ଟ୍ରାଂଜିଟ୍ ପଏଣ୍ଟ କରାଯିବା ସହ ୧୧ ଗୋଟି ମୋବାଇଲ୍ ଟିମ୍ ଗଠନ କରାଯାଇଚ୍ଥି। ପ୍ରଥମ ପର୍ଯ୍ୟାୟରେ ଶତକଡା ୯୫.୭୪ ହାରରେ ମୋଟ ୧୮୧୭୪୭ ପିଲାଙ୍କୁ ପୋଲିଓ ବୁନ୍ଦା ଦିଆଯାଇଥିଲା। ସେହିପରି ମିଶନ ଇନ୍ଦ୍ରଧନୁଷ ର ପ୍ରଥମ ପର୍ଯ୍ୟାୟ ୪୫୧ ଧାର୍ଯ୍ୟ ଲକ୍ଷ୍ୟରୁ ୩୮୧ଟି ସପଂଳତା ହୋଇଥିଲା। ଅବଶିଷ୍ଟ ୭୦ ଜଣ ଓ ନୂତନ ପିଲାଙ୍କୁ ଏହି ପର୍ଯ୍ୟାୟରେ ଟୀକାକରଣ କରାଯିବ ବୋଲି ଅତିରିକ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ରୁଦ୍ର ପ୍ରତାପ କର ସୂଚନା ଦେଇଥିଲେ। ଯଦିଓ ବିଦ୍ୟାଳୟ ଗୁଡିକୁ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଚ୍ଥୁଟି ଘୋଷଣା କରାଯାଇଚ୍ଥି କିନ୍ତୁ ଏହି ଟୀକାକରଣ ପାଇଁ ବୁଥ୍ ହୋଇଥିବା ବିଦ୍ୟାଳୟ ଗୁଡିକୁ ଖୋଲା ରଖିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଚ୍ଥନ୍ତି। ଏହି ସମୀକ୍ଷା ବୈଠକରେ ଉପଜିଲାପାଳଙ୍କ ସହିତ ବିଭିନ୍ନ ବିଭାଗର ଅଧିକାରୀ ମାନେ ଯୋଗଦାନ କରିଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top