ଜିଲ୍ଲା ପରିକ୍ରମା

ଚଳିତ ବର୍ଷ ସୁକିନ୍ଦାରେ ଏକ ଲକ୍ଷ ଚାରା ରୋପଣ ହେବ- ବିଧାୟକ ପ୍ରୀତିରଂଜନ ଘଡାଇ

ଯାଜପୁର-୧୧/୭(ଓଡିଆ ପୁଅ/ଏ.ରାଉତ) ବୃକ୍ଷ ଆମ୍ଭ ମାନଙ୍କୁ ଏକ ମହତ କଥା ସବୁ ବେଳେ ଶିକ୍ଷା ଦେଇଥାଏ । ନିଜେ ଖରା ବର୍ଷା ସହିସହି ମଣିଷଙ୍କୁ ନିଜ ଛାଇରେ ଆଶ୍ରୟ ଦେବା ସହିତ ସୁସ୍ୱାଦୁ ଫଳ ପ୍ରଦାନ କରିଥାଏ । ବୃକ୍ଷ ହେଉଛି ଜୀବନ । ଗୋଟିଏ ଗଛ ଜୀବନ ଭରି ମଣିଷକୁ ବିଭିନ୍ନ ଉପାୟରେ ସହାୟତା ପ୍ରଦାନ କରୁଥିଲାବେଳେ ମଣିଷ ବୃକ୍ଷକୁ ସୁରକ୍ଷିତ ରଖିବାକୁ ଭୁଲି ଯାଏ । ନିଜ ଆବଶ୍ୟକତା ମେଂଟାଇବାକୁ ତାକୁ ହାଣି କାଟି ନଷ୍ଟ କରିଦିଏ । ଯାହା ପରିବେଶ ସନ୍ତୁଳନକୁ ବିଗାଡି ଦିଏ । ଏହି ଭଳି ଭାବେ ବିପୁଳ ସଂଖ୍ୟାରେ ଗଛ କଟା ଯାଉଥିଲାବେଳେ ବୃକ୍ଷରୋପଣ ସେଭଳି ଭାବେ ହେଉନଥିବାରୁ ଏହା ବର୍ତମାନ ଚିନ୍ତାର ବିଷୟ ହୋଇ ପଡିଛି । ଏହି ଭଳି ସମସ୍ୟା ଆଜି ସୁକିନ୍ଦା ନିର୍ବାଚନ ମଣ୍ଡଳୀରେ ଚିନ୍ତାର କାରଣ ପାଲଟିଥିଲାବେଳେ ଅଧିକ ବୃକ୍ଷ ନଥିବାରୁ ପରିବେଶ ପ୍ରଦୂଶିତ ହେଉଛି । କଳିଙ୍ଗ ନଗରରେ ବହୁ ଶିଳ୍ପ ପ୍ରତିଷ୍ଠାନ ନିଜର କାୟା ମେଲାଇଥିଲାବେଳେ ବୃକ୍ଷର ଅଭାବ ମଧ୍ୟ କଳିଙ୍ଗନଗର ପରିବେଶକୁ ବିଷାକ୍ତ କରି ଦେଇଛି । ଏଥିରୁ ଜନସାଧାରଣଙ୍କୁ ସୁରକ୍ଷା ଦେବା ପାଇଁ ବ୍ୟାପକ ବୃକ୍ଷରୋପଣର ଆବଶ୍ୟକତା ଅଛି । ଏହାକୁ ନେଇ ବହୁ ସମୟରେ ଜନସାଧାରଣଙ୍କୁ ସଚେତନ କରାଯାଉଥିଲାବେଳେ ନିକଟରେ ୬୯ ତମ ବନ ମହୋସôବ ଅବସରରେ ୩୦ ହଜାରୁ ଉଦ୍ଧ୍ୱର୍ ବୃକ୍ଷ ରୋପଣ କରାଯାଇଛି । ଚଳିତ ବର୍ଷ ସୁକିନ୍ଦା ନିର୍ବାଚନ ମଣ୍ଡଳୀରେ ଆହୁରି ୧ ଲକ୍ଷରୁ ଅଧିକ ବୃକ୍ଷରୋପଣ କରାଯିବାକୁ ପଦକ୍ଷେପ ନିଆଯାଉଛି ବୋଲି ବିଧାୟକ ଇଂ ପ୍ରୀତିରଞ୍ଜନ ଘଡାଇ ମତବ୍ୟକ୍ତ କରିବା ସହିତ ଏଥିପାଇଁ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top