ad
ଓଡ଼ିଶା

ଚଳିତ ନିର୍ବାଚନ ରଣାଙ୍ଗନରେ ପୁଣି ଅର୍ଜୁନ ଧରିବେ ଗାଣ୍ଡିବ! : ମୁକ୍ତିଙ୍କ ପାଇଁ ବିଧାୟକ ଓ ପର୍ଯ୍ୟବେକ୍ଷକଙ୍କ ଲବି ଜୋରଦାର

ଭଦ୍ରକ, ୨୦ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଲୋକସଭା ଆସନ ପାଇଁ ଅଙ୍କକଷା ଏବେ ଛିଡୁନି। ପୂର୍ବରୁ ନିର୍ବାଚନ ଆଉ ଲଢିବେ ନାହିଁ। ଘୋଷଣା କରିଥିବା ସାଂସଦ ଅର୍ଜୁନ ସେଠୀ ଏବେ ୨୦୧୯ ନିର୍ବାଚନ ପାଇଁ ପୁଣି ମଇଦାନକୁ ଓହ୍ଲାଇବା ପାଇଁ ଆଗଭର ହେଲେଣି। ବିଧାନସଭା ଛାଡି ୧୦ଥର ଲୋକସଭା ନିର୍ବାଚନ ଲଢି ଦୁଇ ଥର ହାରି ଓ ୮ ଥର ସାଂସଦ ଭାବେ ବିଜୟୀ ହୋଇଥିବା ଅର୍ଜୁନ ସେଠୀ ଏଥର ୧୧ତମ ନିର୍ବାଚନ ଲଢିବାକୁ ତୟାର ହେଲେଣି। ବୟସ ଅଧିକ କାରଣରୁ ସେ ନିର୍ବାଚନରୁ ସନ୍ୟାସ ନେବା ପାଇଁ ଘୋଷଣା କରିଥିଲେ। ହେଲେ ଏବେ ପୁଣି ଟିକେଟ ନେବା ପାଇଁ କହୁଛନ୍ତି। ସୁପ୍ରିମୋ ଚାହିଁଲେ ନିର୍ବାଚନ ଲଢିବି। ଅନ୍ୟପକ୍ଷରେ ବାପା ନିର୍ବାଚନ ନ ଲଢିଲେ ପୁଅ ଅଭିଷେକ ସେଠୀ ସଂସଦୀୟ ଟିକେଟ୍ ନେବାକୁ ତୟାର ହୋଇଥିବାବେଳେ ବାପାଙ୍କ ପୁଣି ଅଭିଯାନ ତାଙ୍କୁ ପଛକୁ ଫେରାଇ ନେଉଛି। ଅନ୍ୟପକ୍ଷରେ ଅର୍ଜୁନଙ୍କ ଅସୁସ୍ଥତା କାରଣ ଦର୍ଶାଇ ଜିଲାର ୫ ଜଣ ବିଧାୟକ ଓ ପର୍ଯ୍ୟବେକ୍ଷକ ରଣେନ୍ଦ୍ରପ୍ରତାପ ସ୍ୱାଇଁଙ୍କୁ ନେଇ ନବୀନ ନିବାସରେ ପହଞ୍ଚିଲେଣି। ଧାମନଗର ବିଧାନସଭା ଟିକେଟ୍ ବିଧାୟକ ମୁକ୍ତିକାନ୍ତ ମଣ୍ଡଳଙ୍କ ପାଇଁ ସୁବିଧା ଜନକ ହେଉନଥିବା କାରଣରୁ ଜିଲାର ଅନ୍ୟ ୪ ବିଧାୟକ ମୁକ୍ତିଙ୍କ ଲୋକସଭା ଟିକେଟ୍ ଦେବାକୁ ସୁପ୍ରିମୋଙ୍କୁ ନିବେଦନ କରିଛନ୍ତି। ଯଦି ଭଦ୍ରକ ଜିଲାର ୫ ବିଧାନସଭା ଓ ୧ ଲୋକସଭା ଆସନକୁ ଅକ୍ତିଆର କରିବାକୁ ହେବ, ତେବେ ପୁଣି ପୁରୁଣା ବିଧାୟକମାନଙ୍କୁ ଥଇଥାନ କଲେ ଦଳ ଆଗେଇବ ବୋଲି ସୁପ୍ରିମୋଙ୍କୁ ବୁଝାଇଛନ୍ତି। ସୁପ୍ରିମୋ ସବୁ ଶୁଣି ବୁଝିବା ପାଇଁ ସାନ୍ତ୍ୱନା ଦେଇ ଏରିଆକୁ ଯାଇ ନିର୍ବାଚନ ପାଇଁ ପ୍ରସ୍ତୁତ ହୁଅ ବୋଲି ନିର୍ଦ୍ଦେଶ ଦେଇଛନ୍ତି। ଯାହା ଜଣାପଡୁଛି ମୁକ୍ତିକାନ୍ତ ମଣ୍ଡଳଙ୍କୁ ଧାମନଗର ବିଧାନସଭା ବଦଳରେ ଭଦ୍ରକ ଲୋକସଭା ଟିକେଟ୍ ମିଳିବା ଅସମ୍ଭବ ନୁହଁ।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top