ଜିଲ୍ଲା ପରିକ୍ରମା

ଚଳନ୍ତା ଟ୍ରେନରୁ ୨ ନାବାଳକୁ ଠେଲିଦେଲା ଦୁର୍ବୃତ ଗୁରୁତର ୨ ନାବାଳକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି

ରାୟଗଡା ( ଓଡିଆ ପୁଅ / ସଂଗ୍ରାମ ପଟନାୟକ ) ୨୪/୦୪ – ଆଜି ରାୟଗଡା ଲେଲିଗୁମ୍ମା ରେଳ ଷ୍ଟେସନ ନିକଟରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । କୋରାପୁଟ ଠାରୁ ବିଶାଖାପାଟଣା ଅଭିମୁଖେ ଯାଉଥିବା ଇଂଟରସିଟ ଟ୍ରେନରେ ୨ ଜଣ ନାବାଳଙ୍କୁ କେହି ଦୁର୍ବୃତ ଚଳନ୍ତା ଠେଲିଦେବା ଯୋଗୁଁ ୨ ଗୁରୁତର ନାବାଳଙ୍କୁ ସ୍ଥାନୀୟ ଲୋକ ଜିଆରପି ପୋଲିସ ସହାୟତାର ଆମ୍ବୁଲାନ୍ସ ଯୋଗେ ଘଟଣା ସ୍ଥଳରୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରିଥିବା ଖବର ମିଳିଛି । ଘଟଣାରୁ ଜଣାପଡିଛି ଯେ ଆଜି ସକାଳୁ ବିଶାଖାପାଟଣା ଅଭିମୁଖେ ଯାଉଥିବା ଏହି ଟ୍ରେନରେ ଟିକିରି ଷ୍ଟେସନରେ କାଶିପୁର ବ୍ଲକର ରେଙ୍ଗା ପଂଚାୟତ ଅନ୍ତର୍ଗତ ସ୍ଥାବାଡିଗୁଡା ଗ୍ରାମର ୨ ନାବାଳକ ସନ୍ତୋଷ ନାୟକ (୧୨) ଲଛମନ ନାୟକ (୧୩) ଟ୍ରେନରେ ଲେଲିଗୁମ୍ମା ଯିବା ପାଇଁ ଚଢିଥିଲେ । କିନ୍ତୁ ଲେଲିଗୁମ୍ମା ଷ୍ଟେସନ ପୂର୍ବରୁ ୨ ନାବାଳଙ୍କୁ କେହି ଦୁର୍ବୃତ ଟ୍ରେନରୁ ଠେଲିଦେବା ଯୋଗଁ ଗୁରୁତର ଭାବେ ଆହାତ ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସତ ହେଉଛନ୍ତି । ଏହି ଘଟଣାଟି ଲେଲିଗୁମ୍ମା ଷ୍ଟେସନ ଠାରୁ କିଛି ଦୂରରେ ଘଟିଥିବା ଜଣାପଡିଛି । ଜିଆରପି ପୋଲିସ ଖବର ପାଇ ଘଟଣାର ତଦନ୍ତଜାରୀ କରିଥିବା ଜଣାପଡିିଛି । ୨ ନାବାଳକ ସିରିପାଇ ପଂଚାୟତର ମାଟୁର ଗ୍ରାମକୁ ଏକ ବିବାହ ଭୋଜିରେ ଯୋଗ ଦେବାପାଇଁ ଯାଉଥିଲେ । ନାବାଳକ ସନ୍ତୋଷ ନାୟକଙ୍କର ମୁଣ୍ଡରେ ଗଭୀର ଆଘାତ ଲାଗିଥିବାରୁ ଅବସ୍ଥା ଗୁରୁତର ରହିଛି । ଅନ୍ୟ ଜଣେ ନାବାଳକ ଲଛମନ କହିଛି ଟ୍ରେନରେ ଗେଟ ମୁହଁରେ ବସି ଆସୁଥିବା ବେଳେ ଜଣେ ମଦୁଆ ତାଙ୍କୁ ଟ୍ରେନରୁ ଠେଲି ଦେଇଥିବା ସୂଚନା ଦେଇଛି । ତେବେ ସେହି ବ୍ୟକ୍ତିଙ୍କର ପରିଚୟ ମିଳି ନାହିଁ ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top