ଓଡ଼ିଶା

ଚଳନ୍ତା ଟ୍ରାକ୍ଟରର ଇଞ୍ଜିନରେ ଚାପି ହୋଇ ଚାଳକର ମୃତ୍ୟୁ

ହରିଚନ୍ଦନପୁର ,ତା ୨୫ା୦୫(ଓଡିଆ ପୁଅ/ପ୍ରେମାନନ୍ଦ ଦାସ) କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଥାନା ଅନ୍ତର୍ଗତ ଭଗାମୁଣ୍ଡା ଗ୍ରାମ ପଞ୍ଚାୟତର ତଳବେଡା ନିକଟରେ ଗୋଟିଏ ପଥର ଲୋଡ ଟ୍ରାକ୍ଟର ଚଳନ୍ତା ସମୟରେ ଇଞ୍ଜିନ ଟେକି ହୋଇ ଚାଳକକୁ ଚାପି ଦେବାରୁ ଘଟଣାସ୍ଥଳରେ ଚାଳକର ମୃତ୍ୟୁ ଘଟିଛି । ସୂଚନା ଅନୁଯାୟୀ ଭଗାମୁଣ୍ଡା ନିକଟସ୍ଥ ମଶାଣିଆ ଗ୍ରାମର ଟ୍ରାକ୍ଟର ଓଡି ୦୯ ଏଚ୍ ୩୨୭୨ ଗାଡିକୁ ଶଗଡପଟା ଗ୍ରାମ ନିକଟସ୍ଥ ବେଡାଦୁମା ଗ୍ରାମର ରାଜକିଶୋର ମୁଣ୍ଡାଙ୍କ ପୁଅ ପୃର୍ଣ୍ଣ ଚନ୍ଦ୍ର ମୁଣ୍ଡା(୧୮) ଚାଳକ ହିସାବରେ କାମ କରୁଥିଲେ । ଗୁରୁବାର ଦିନ ଅପରାହ୍ନ ସମୟରେ ତଳବେଡା ସାହିକୁ ପଥର ବୋଝେଇ ଟ୍ରାକ୍ଟର ନେବା ସମୟରେ ଗୋଟିଏ ଜାଗାରେ ଟ୍ରାକ୍ଟରର ପଛ ଚକା ଦବିଯାଇଥିଲା । ଗାଡିଟିକୁ ଉଠାଇବାକୁ ଚେଷ୍ଟା ଚଳାଇ ଥିବା ସମୟରେ ଇଞ୍ଜିନର ଆଗ ଚକା ଟେକି ହୋଇଯାଇଥିଲା ,ଟେକି ହେବା ଫଳରେ ଇଞ୍ଜିନ ଓ ଡାଲା ମଧ୍ୟରେ ଚାଳକ ଚାପି ହୋଇଯାଇଥିଲେ । ଚାପି ହେବା ପରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିବାର ଜଣାପଡିଛି । ଘଟଣା ବାବଦରେ ହରିଚନ୍ଦନପୁର ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରି ଶୁକ୍ରବାର ଦିନ ବ୍ୟବଚ୍ଛେଦ ନିମନ୍ତେ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି । ଗାଡିଟିକୁ ଜବତ କରି ନିଜ ଅକ୍ତିଆରକୁ ଆଣିବା ସହ ଘଟଣାର ଅଧିକ ତଦନ୍ତ ଚଳାଇଥିବାର ପୋଲିସ ପକ୍ଷରୁ ସୂଚନା ମିଳିଛି ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top