ଓଡ଼ିଶା

ଚଳଜିତ୍ର ନିର୍ଦ୍ଦେଶକ ନରେନରାୟ ଆଉ ନାହାନ୍ତି

ପୁରୀ, ୪/୧(ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): – ଓଡିଆ ଚଳଚିତ୍ର ଜଗତର ଜଣେ ଜଣାଶୁଣା ବରିଷ୍ଠ ନିର୍ଦ୍ଦେଶକ ନରେନ୍ ରାୟଙ୍କ ବୁଧବାର ବିଳମ୍ବିତ ରାତ୍ରୀରେ ତାଙ୍କର କଟକ ସ୍ଥିତ ବାସଭବନରେ ପରଲୋକ ହୋଇଥିଲା। ତାଙ୍କ ମୃତ୍ୟୁ ଖବର ପାଇଁ ବହୁ ବିଶିଷ୍ଟ କଳାକାର ଓ ଚଳଚିତ୍ର ନିର୍ଦ୍ଦେଶକ ତାଙ୍କ କଟକ ସ୍ଥିତ ନୂଆବଜାର ନିଜସ୍ୱ ବାସଭବନକୁ ଯାଇ ତାଙ୍କର ଅନ୍ତିମ ଦର୍ଶନ କରିବା ସହ ଅଶ୍ରୁଳ ଶ୍ରଦ୍ଧାଞ୍ଜାଳୀ ଅର୍ପଣ କରି ଶୋକ ସନ୍ତପ୍ତ ପରିବାର ବର୍ଗ ପ୍ରତି ଗଭିର ସମ୍ବେଦନା ଜ୍ଞାପନ କରିଥିଲେ। ପ୍ରଥମ ଓଡିଆ ଚଳଚିତ୍ର ଗପ ହେଲେବି ସତ ଚଳଚିତ୍ରର ନିର୍ଦ୍ଦେଶକ ହୋଇଥିଲେ। ତାଙ୍କ ମରଶରୀରକୁ ଗୁରୁବାର କଟକରୁ ସ୍ୱର୍ଗଦ୍ୱାର ଅଣାଯାଇ ଶେଷକୃତ ସଂପନ୍ନ କରାଯାଇଛି। ତାଙ୍କରପୁତ୍ର ସାରଦା ପ୍ରସାଦ ରାୟ ମୁଖାଗ୍ନି ଦେଇଥିଲେ। ସ୍ୱର୍ଗଦ୍ୱାର ତାଙ୍କ ଶବ ମର ଶରୀର ପହଞ୍ଚିବା ପରେ ସହରର ବହୁ ବିଶିଷ୍ଟ କଳାକାର ନିର୍ଦ୍ଦେଶକ ପହଞ୍ଚି ତାଙ୍କର ଅନ୍ତିମ ଦର୍ଶନ କରିଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top