ଚଳଚିତ୍ର ଜଗତ ପ୍ରତିଭା ସମ୍ମାନ ସମାରୋହ

ପୁରୀ, ୮/୧(ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): -ଚଳଚିତ୍ର ଜଗତର ୪୨ ତମ ବାର୍ଷିକ ଉତ୍ସବ ଓ ଚଳଚିତ୍ର ଜଗତ ପ୍ରତିଭା ସମ୍ମାନ ସମାରୋହ ପୈାରସଦନ ଠାରେ ରବିବାର ସଂଧ୍ୟାରେ ଅନୁଷ୍ଠିତ ହୋଇଯାଇଛି। ସମାରୋହରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ ଜେନା, ମୁଖ୍ୟ ଅତିଥୀ ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲ,  ଶ୍ରୀମନ୍ଦିର ନୀତି ପ୍ରଶାସକ ପ୍ରଦୀପ କୁମାର ଦାସ, ଏବଂ ନଗରପାଳ ଜୟନ୍ତ କୁମାର ଷଢଙ୍ଗୀ, ସମ୍ମାନିତ ଅତିଥୀ ଭାବେ ଯୋଗଦେଇ ସମାରୋହର ଭୂୟସୀ ପ୍ରଶଂସା କରିଥିଲେ। ପ୍ରଫେସର ଶକ୍ତି ପ୍ରସାଦ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମର ସଂପାଦକ ଆଦିକନ୍ଦ ରାଉତ ବାର୍ଷୀିକ ବିବରଣୀ ଉପସ୍ଥାପନ କରିଥିଲେ। ଦିବଂଗତ ନାଟ୍ୟକାର ସୁବୋତ୍ ପଟ୍ଟନାୟକଙ୍କ ସ୍ମୃତିରେ ସ୍ମରଣୀକା ଉନ୍ମୋଚନ ହୋଇଥିଲା। ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ଉତ୍କର୍ଷତା ଦେଖାଦେଇଥିବା ପ୍ରତିଭା ମାନଙ୍କୁ ଚଳଚିତ୍ର ଜଗତ ସ୍ୱତନ୍ତ୍ର ସମ୍ମାନ ଓ ଚଳଚିତ୍ର ଜଗତ ପ୍ରତିଭା ସମ୍ମାନ ପ୍ରଦାନ ଦିଆଯାଇଥିଲା। ବାବୁସାନଙ୍କୁ ଶ୍ରେଷ୍ଠ ନାୟକ ଓ ଅର୍ଚ୍ଚିତାଙ୍କୁ ଶ୍ରେଷ୍ଠ ନାୟିକା ଭାବେ ସମ୍ବର୍ଦ୍ଧିତ କରାଯାଇଥିବା ବେଳେ ଅଭିନେତା ମିହିର ଦାସ, ରାମଚନ୍ଦ୍ର ପ୍ରତିହାରୀ, ଅଶୋକ ମହାପାତ୍ର, ବଟରାଜଦେବ ଗୋସ୍ୱାମୀ, ଲକ୍ଷ୍ମୀଧର ପୂଜାପଣ୍ଡା,  ଅଭିନେତ୍ରୀ ଭୂମିକା ଦାସ, ସ୍ୱରାଜ ବାରିକ, ପ୍ରଦ୍୍ୟୁମ୍ନ ଲେଙ୍କା, ଅନୀ୍ତା ଦାସ, ଜୀବନ ସାହୁ, ଜୀବନ ପଣ୍ଡା, ସଂଗୀତ ନିର୍ଦ୍ଦେଶକ ପ୍ରେମାନନ୍ଦ, ତାପସ ଶରଘରିଆ, ଦେବୀଦତ ମହାନ୍ତି, ଜାଗୃତି ମିଶ୍ର, ସୋଭନ ମିଶ୍ର, ଶୁଭାଶିଷ ନାଥ ଶର୍ମା, ଶ୍ରୁଭାଶୁଂ ଦାସ, ଅରୁଣ ମନ୍ତ୍ରୀ, ନିବେଦିତାଙ୍କ ସମେତ ବହୁ ପ୍ରତିଭା ଙ୍କୁ ମଂଚର ସମ୍ମାନିତ କରାଯାଇଥିଲା। ସମ୍ବର୍ଦ୍ଧିତ ସହିତ ଉତ୍ସବରେ ଚିତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଶଣ କରାଯାଇଥିଲା। ସିନେ ଓ ଆଲବମ କଳାକାର ମାନେ ନୃତ୍ୟ ପରିବେଶଣ କରି ଦର୍ଶକଙ୍କୁ ବିମୋହିତ କରିଥିଲେ।ବିଜୟ ମଲ୍ଲ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ।

Leave a Reply

Your email address will not be published. Required fields are marked *