ଖୋର୍ଦ୍ଧା

ଚର୍ଚ୍ଚାରେ ହୋଡିଂ ଚିରା ରାଜନୀତି

ଖୋର୍ଦ୍ଧା ୨୮-୧ (ଓଡ଼ିଆ ପୁଅ /ଜୟେନ୍ଦ୍ର ବେହେରା ) ବର୍ଷ ଆରମ୍ଭରୁ ନୂତନ ବର୍ଷର ଅଭିନନ୍ଦନ ପାଇଁ ବିଭିନ୍ନ ରାଜନୈତିକ ଦଳର ନେତାମାନେ ହୋଡିଂ ବ୍ୟାନର ପ୍ରତିଯୋଗୀତାରେ ମାତିଥିବା ବେଳେ ଏ ନେଇ ରାଜସୁନାଖଳାରେ ଏକ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଛି। ସୂଚନା ଅନୁସାରେ ରାଜ୍ୟ ବିଜେପିର ବିଶିଷ୍ଟ ନେତ୍ରୀ ରୀତାଞ୍ଜଳୀ ପ୍ରଧାନ ବୋଲଗଡ-ବେଗୁନିଆ ନିର୍ବାଚନ ମଣ୍ଡଳୀର ଜନସାଧାରଣଙ୍କୁ ନୂତନ ବର୍ଷର ଅଭିନନ୍ଦନ ଜଣାଇ ରାଜସୁନାଖଳାର କୁମାରୀ ଛକଠାରେ ଏକ ହୋଡିଂ ଲଗାଇଥିଲେ। ମାତ୍ର ବୁଧବାର ବିଳମ୍ବିତ ରାତ୍ରିରେ କୌଣସି ଦୁର୍ବୃତ ଉକ୍ତ ହୋଡିଂଟିକୁ ଚିରିଦେଇଥିବା ଦେଖିବାକୁ ମିଳିଥିଲା। ଏ ନେଇ ଶ୍ରୀମତୀ ପ୍ରଧାନ କ୍ଷୋଭ ପ୍ରକାଶ କରିବା ସହ ଏହା ଏକ କୁତ୍ସିତ ମାନସିକତାର ପରିଚୟ ବୋଲି ଗଣମାଧ୍ୟମରେ ମତ ଜଣାଇଥିଲେ। ଅପରପକ୍ଷେ ବୋଲଗଡ ବେଗୁନିଆ ନିର୍ବାଚନ ମଣ୍ଡଳୀରେ ବିଗତ ସାଧାରଣ ନିର୍ବାଚନରେ ବିଜେପି ଦଳୀୟ ପ୍ରାର୍ଥୀ ଡଃ. ଯତିନ୍ ମହାନ୍ତି ୧୦ ହଜାରରୁ କମ୍ ଭୋଟ ପାଇଥିବା ବେଳେ ବିପୁଳ ଭୋଟ ବ୍ୟବଧାନରେ ବିଜେଡି ନିର୍ବାଚନ ଜିତିଥିଲା। ଆଗାମୀ ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ଏହି ହୋଡିଂ ଚିରା ରାଜନୀତି ଦଳୀୟ କନ୍ଦଳକୁ ଇସାରା କରୁଥିବା ରାଜନୈତିକ ବିଶେଷଜ୍ଞ ମାନେ ମତ ଦେଉଥିବା ବେଳେ ଏ ନେଇ କିଛି ନିର୍ଦ୍ଧିଷ୍ଟ କର୍ମୀମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିବା ଚର୍ଚ୍ଚା ହେଉଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top