Home ଜିଲ୍ଲା ପରିକ୍ରମା ଚରମ୍ପା ସାହିତ୍ୟ ସଂସ୍କୃତି ମଂଚର ଆନୁକୁଲ୍ୟରେ ବାର୍ଷିକ ଉତ୍ସବ ଓ ବସନ୍ତ କାଳୀନ ସାରସ୍ୱତ ସମାରୋହ...

ଚରମ୍ପା ସାହିତ୍ୟ ସଂସ୍କୃତି ମଂଚର ଆନୁକୁଲ୍ୟରେ ବାର୍ଷିକ ଉତ୍ସବ ଓ ବସନ୍ତ କାଳୀନ ସାରସ୍ୱତ ସମାରୋହ ପାଳିତ

64

ଭଦ୍ରକ, ୧୪ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଚରମ୍ପା ସାହିତ୍ୟ ସଂସ୍କୃତି ମଂଚର ବାର୍ଷିକ ଉତ୍ସବ ଓ ରାଜ୍ୟସ୍ତରୀୟ ବସନ୍ତକାଳୀନ ସାରସ୍ୱତ ସମାରୋହ ପ୍ରଜାପିତା ବ୍ରହ୍ମାକୁମାରୀ ଆଶ୍ରମ ଚରମ୍ପା ଠାରେ ମଂଚର ସ୍ଥାୟୀ ସଭାପତି ନିରାକାର ଜେନାଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଛି । ଏହି ସଭାରେ ମୁଖ୍ୟ ଅତିଥି ଭାବରେ ଭାରତୀୟ ପ୍ରଶାସନୀକ ସେବାର ଅବସରପ୍ରାପ୍ତ ଅଧିକାରୀ ବିଜୟ କୁମାର ନାୟକ, ମୁଖ୍ୟବକ୍ତା ଭାବେ ଅବସରପ୍ରାପ୍ତ ଅଧ୍ୟକ୍ଷ ଡ. ଦେବେନ୍ଦ୍ର କୁମାର ରାଉତ ଓ ସମ୍ମାନୀତ ବକ୍ତାବେ ଅତିରିକ୍ତ ଜିଲା ବିଚାରପତି ପ୍ରଣତୀ ଶାହା, ବ୍ରହ୍ମାକୁମାରୀ ମଂଜୁ ଭଉଣୀ ଯୋଗ ଦେଇଥିଲେ । ସଭାର ପ୍ରାରମ୍ଭରେ ମୁଖ୍ୟ ଅତିଥି ନାୟକ ପ୍ରଦୀପ ପ୍ରଜ୍ଜେ୍ୱାଳନ ସହ ସଂପାଦକ ବାବୁଲାଲ ଦାସ ମଙ୍ଗଳାଚରଣ କରିଥିଲେ । ବନ୍ଦେଉତ୍କଳ ଜନନୀ ଭାରତୀ ପଲେଇ ଗାନ କରିଥିଲାବେଳେ ଆଇ.ସି.ଏ.ଆର୍‌.ର ଛାତ୍ରୀମାନେ ଅତିଥିମାନଙ୍କୁ ପୁଷ୍ଠଗୁଚ୍ଛ ଓ ବ୍ୟାଚ୍ ପ୍ରଦାନ କରିଥିଲେ । ମଂଚର ବରିଷ୍ଠ ସଦସ୍ୟ ଗଗନବିହାରୀ ରାଉତ ଅତିଥି ପରିଚୟ ଦେଇଥିବାବେଳେ ଗିରିଧାରୀ ନାଥ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ମଂଚର ସଂପାଦକ ଉମାକାନ୍ତ ନାୟକ ମଂଚର ବିବରଣୀ ପ୍ରଦାନ କରିଥିଲେ । ପ୍ରଥମ ଅଧିବେଶନ କବିତା ଆସରରେ ମଂଚର ଉପସଭାପତି ଶରତ ଚନ୍ଦ୍ର ମହାନ୍ତି ପୌରୋହିତ୍ୟ କରିଥିଲାବେଳେ ଗଗନ ବିହାରୀ ରାଉତ ଓ ଭାସ୍କରଚନ୍ଦ୍ର ପାଢ଼ୀ ଅତିଥି ଭାବରେ ଯୋଗ ଦେଇଥିଲେ । କବି ରମାମାନ୍ତ ଜେନା, କବି ଭୂବନମୋହନ ମହାନ୍ତି କବିତାଗୁଡ଼ିକ ସଂଯୋଜନା କରିଥିଲେ । ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ପଚାଶରୁ ଉର୍ଦ୍ଧ କବି କବିତା ପାଠ କରିଥିଲେ ଓ ନାରାୟଣ ଚନ୍ଦ୍ର ପ୍ରଧାନ ପ୍ରଥମ ଅଧିବେଶନରରେ ଧନ୍ୟବାଦ ଦେଇଥିଲେ । ଦ୍ୱିତୀୟ ଅଧିବେଶନରେ ବକ୍ତାମାନେ ସାହିତ୍ୟ ସଂସ୍କୃତି ଉପରେ ଆଲୋଚନା କରି ଭାଷା ଓ ସାହିତ୍ୟ କୁ ଉଦ୍‌ଜ୍ଜୀବିତ କରିବାପାଇଁ ନୂତନ ଦିଗ୍‌ଦର୍ଶନ ଦେଇଥିଲେ । ଓଡ଼ିଆ ଭାଷା ଭାରତୀୟ ଭାଷାର ଷଷ୍ଠ ଶାସ୍ତ୍ରୀୟ ମାନ୍ୟତା ପାଇଥିବାରୁ କେନ୍ଦ୍ରୀୟ ସାହିତ୍ୟ ଏକାଡେମୀକୁ କୃତଜ୍ଞତା ଜ୍ଞାପନ କରିଥିଲେ । ଦ୍ୱିତୀୟ ଅଧିବେଶନରେ ଆଇସିଏଆର୍‌ର ଛାତ୍ରୀମାନେ ମଂଚ ପରିଚାଳନା କରିଥିଲାବେଳେ ମଂଚର ସଦସ୍ୟ ପ୍ରଦୀପ କୁମାର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.