ଜିଲ୍ଲା ପରିକ୍ରମା

ଚରମ୍ପା ମହାବିଦ୍ୟାଳୟ ବାଣିଜ୍ୟ ବିଭାଗର ବାର୍ଷିକ ପାଠଚକ୍ର

ଭଦ୍ରକ, ୨୬ା୩ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ଚରମ୍ପା ମହାବିଦ୍ୟାଳୟ ବାଣିଜ୍ୟ ସମ୍ମାନ ବିଭାଗର ବାର୍ଷିକ ପାଠଚକ୍ର ମହାବିଦ୍ୟାଳୟ ସଭାଗ୍ୟହରେ ଅନୁଷ୍ଠିତ ହୋଇଯାଇଛି। ଅଧ୍ୟକ୍ଷ ତଥା ବିଭାଗୀୟ ମୁଖ୍ୟ ସୌରେଶ ଚନ୍ଦ୍ର ମହାନ୍ତିଙ୍କ ସଭାପତିତ୍ୱରେ ପାଠଚକ୍ର ଉଦ୍ଘାଟିତ ହୋଇଥିଲା। ଚାନ୍ଦବାଲି ମହାବିଦ୍ୟାଳୟ ବାଣିଜ୍ୟ ବିଭାଗର ମୁଖ୍ୟ ଅକ୍ଷୟ କୁମାର ମହାନ୍ତି ବିଷୟ ବିଷାରଦ ଭାବରେ ଯୋଗ ଦେଇଥିଲେ। ପାଠଚକ୍ରର ବିଷୟବସ୍ତୁ ‘ଆଧୁନିକ ବ୍ୟବସାୟର ସଫଳତାରେ କାର୍ଯ୍ୟାଳୟର ଭୂମିକା’ ଉପରେ ଶ୍ରୀ ମହାନ୍ତି ଦୀକ୍ଷାନ୍ତ ଆଲୋଚନା କରିଥିଲେ। ଅଫିସ କାର୍ଯ୍ୟ ଯେତେ ଆଧୁନିକରଣ ହେଲେ ମଧ୍ୟ ପାରମ୍ପରିକ କାର୍ଯ୍ୟାଳୟ ପରିଚାଳନାର ଗୁରୁତ୍ୱ ଉପରେ ସେ ତାଙ୍କ ବକ୍ତବ୍ୟରେ ଛାତ୍ରଛାତ୍ରୀମାନଙ୍କୁ ଅବଗତ କରାଇଥିଲେ। ଅଧ୍ୟକ୍ଷ ଶ୍ରୀ ମହାନ୍ତି କାର୍ଯ୍ୟାଳୟ ପରିଚାଳନା ତଥା ବ୍ୟବସାୟର ସଫଳତା ସହଯୋଗ ଓ ସହଭାଗିତା ଉପରେ ନିର୍ଭର କରେ ବୋଲି ମତ ପ୍ରକାଶ କରିଥିଲେ। ବିଭାଗର ଅନ୍ୟତମ ଅଧ୍ୟାପକ ପ୍ରବୀର କୁମାର ମହାପାତ୍ର ଆଧୁନିକ କାର୍ଯ୍ୟାଳୟ ପରିଚାଳନାର ଭୂମିକା ଉପରେ ଆଲୋଚନା କରିଥିଲେ। ଛାତ୍ରଛାତ୍ରୀ ପଦ୍ମଲୋଚନ ନାୟକ, ଲୀଜାରାଣି ଦାସ, ମାଧବାନନ୍ଦ ପୃଷ୍ଟି, ଶକ୍ତି ଶଙ୍କର ସ୍ୱାଇଁ ଏବଂ ରତିକାନ୍ତ ପଣ୍ଡା ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରି ପାଠଚକ୍ରର ଉତ୍କର୍ଷତା ବୃଦ୍ଧି କରିଥିଲେ। ଅଧ୍ୟାପିକା ନେହାରାଣି ପାଢୀ ଉକ୍ତ ପାଠଚକ୍ର ପରିଚାଳନା କରିଥିବା ବେଳେ ଅଧ୍ୟାପକ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ। ମହାବିଦ୍ୟାଳୟର ଅର୍ଥନୀତି ପ୍ରାଧ୍ୟାପକ ଡ. ଅଜୟ କୁମାର ପାଢୀ, ଅଧ୍ୟାପକ ସୁବ୍ରତ ଦାସଙ୍କ ସମେତ ଅନ୍ୟ ଅଧ୍ୟାପକ, ଅଧ୍ୟାପିକା ତଥା ଅଣଶିକ୍ଷକ କର୍ମଚାରୀ ଉକ୍ତ ଉତ୍ସବରେ ଉପସ୍ଥିତ ରହି ପାଠଚକ୍ରକୁ ସଫଳ କରାଇଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top