ଚରମ୍ପା ମହାବିଦ୍ୟାଳୟର ନବି ନିର୍ମିତ ମୁକ୍ତ ସଭାମଞ୍ଚ ଉଦ୍ଘାଟିତ

ଭଦ୍ରକ,୧୪ା୧୧ (ଓଡ଼ିଆପୁଅ / ପ୍ରମୋଦ ରାୟ) : ଚରମ୍ପା ମହାବିଦ୍ୟାଳୟର ନବ ନିର୍ମିତ ମୁକ୍ତ ସଭାମଞ୍ଚ ଭଦ୍ରକର ମାନ୍ୟବର ସାଂସଦ ଶ୍ରୀଯୁକ୍ତ ଅର୍ଜୁନ ଚରଣ ସେଠୀଙ୍କ କର କମଳରେ ଉଦ୍ଘାଟିତ ହୋଇ ଯାଇଛି । ଉକ୍ତ ସଭାମଞ୍ଚ ନିର୍ମାଣର ଶୁଭ ଭିତ୍ତି ପ୍ରସ୍ତର ସ୍ଥାପନ ଭଦ୍ରକର ମାନ୍ୟବର ବିଧାୟକ ତଥା ଚରମ୍ପା ମହାବିଦ୍ୟାଳୟର ପରିଚାଳନା ସମିତିର ସଭାପତିଙ୍କ କରକମଳରେ ତା୨୨ା୭ା୧୭ରିଖରେ ସମାହିତ ହୋଇଥିଲା  ଏହି ଶୁଭ ଉଦ୍ଘାଟନୀ ଉତ୍ସବରେ ଅଧ୍ୟାପକ  ରମେଶ ଚନ୍ଦ୍ର ଦାଶ (କ) ବେଦମନ୍ତ୍ର ପାଠ ସହିତ ପୂଜାକର୍ମ କରିଥିଲେ । ମୁଖ୍ୟ ଅତିଥି ଭାବରେ ଭଦ୍ରକର ମାନ୍ୟବର ବିଧାୟକ ଯୁଗଳ କିଶୋର ପଟ୍ଟନାୟକ ଏବଂ ସମ୍ମାନିତ ଅତିଥି ଭାବେ ଭଦ୍ରକ ବ୍ଳକର ଚେୟାରମ୍ୟାନ ରଘୁନାଥ ଧଳ, ଭଦ୍ରକର ମାନ୍ୟବର ବିଧାୟକଙ୍କ ପ୍ରତିନିଧି ରାଧାକାନ୍ତ ସାମଲ ଏବଂ ରାହାଞ୍ଜ ପଞ୍ଚାୟତର ପୂର୍ବତନ ସରପଞ୍ଚ ପ୍ରହ୍ଲାଦ ପଣ୍ଡା ଯୋଗ ଦାନ କରିଥିଲେ ।  ମାନ୍ୟବର ସାଂସଦ ଏବଂ ମାନ୍ୟବର ବିଧାୟକ ପ୍ରଦିପ ପ୍ରଜ୍ୱଳନ କରି ସଭାକାର୍ଯ୍ୟର ଶୁଭ ଉଦ୍ଘାଟନ କରିଥିଲେ । ଏହା ପରେ ଛାତ୍ରଛାତ୍ରୀ ସମବେତ ଭାବରେ ଜାତୀୟ ସଂଗୀତ ବନେ୍ଦ ଉକ୍ରଳ ଜନନୀ ଗାନ କରିଥିଲେ । ମହାବିଦ୍ୟାଳୟର ଅଧ୍ୟକ୍ଷ ସୌରେଶ ଚନ୍ଦ୍ର ମହାନ୍ତିଙ୍କ ସ୍ୱାଗତ ଭାଷର ସଭା ସ୍ଥଳକୁ ବେଶ୍ ମନୋମୁଗ୍ଧକରି ଗଢି ତୋଳିଥିଲା । ଓଡିଆ ବିଭାଗର ବରିଷ୍ଠ ଅଧ୍ୟାପକ ଡ. ରମେଶ ଚନ୍ଦ୍ର ଦାସ ଅତିଥିବୃନ୍ଦଙ୍କ ପରିଚୟ ପ୍ରଦାନ କରିବା ସଙ୍ଗେ ସଙ୍ଗେ ଅତିଥି ବୃନ୍ଦଙ୍କ ଏ ମହାବିଦ୍ୟାଳୟ ସହିତ ଦୀର୍ଘ ଦିନର ସମ୍ପର୍କ ଏବଂ ଅନୁଷ୍ଠାନର ଉନ୍ନତି  ପାଇଁ ସେମାନଙ୍କ ଐକାନ୍ତିକ ନିଷ୍ଠା ଉପରେ ଆଲେକପାତ କରିଥିଲେ । ମହାବିଦ୍ୟାଳୟର ଛାତ୍ର ସଂସଦର ସଭାପତି ପ୍ରକାଶ ମହାପାତ୍ର ଏବଂ ସମ୍ପାଦକ ଦୀପକ କୁମାର ମାଝୀ ମହାବିଦ୍ୟାଳୟର ସମସ୍ୟା ସମ୍ପର୍କରେ ଅତିଥିଙ୍କୁ ଅବଗତ କରାଇଥିଲେ । ମାନ୍ୟବର ସାଂସଦ ଚରମ୍ପା ମହାବିଦ୍ୟାଳୟର ଉନ୍ନତି ପାଇଁ ଦାୟିତ୍ୱ ବହନ କରିବେ ବୋଲି ପ୍ରତିଶୃତି ଦେଇଥିଲେ । ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ଯୁଗଳ କିଶୋର ପଟ୍ଟନାୟକ ଏ ଅନୁଷ୍ଠାନର ସର୍ବାଙ୍ଗୀନ ଉନ୍ନତି ପାଇଁ ଆପ୍ରାଣ ଉଦ୍ୟମ କରିବେ ବୋଲି ବକ୍ତବ୍ୟ ରଖିଥିଲେ । ବିଧାୟକଙ୍କ ପ୍ରତିନିଧି ଶ୍ରୀ ସାମଲ ଏବଂ ଭଦ୍ରକ ବ୍ଳକ ଚେୟାରମ୍ୟାନ ଶ୍ରୀ ଧଳ ମହୋଦୟ ଅନୁଷ୍ଠାନର ଉନ୍ନତି ଦିଗରେ ବକ୍ତବ୍ୟ ରଖିଥିଲେ । ଉକ୍ତ ସଭାରେ ମହାବିଦ୍ୟାଳୟର ପ୍ରାଧ୍ୟାପକ, ପ୍ରାଧ୍ୟାପିକା, ଛାତ୍ରଛାତ୍ରୀ ଏବଂ ଅଣ ଶିକ୍ଷକ କର୍ମଚାରୀ ଉପସ୍ଥିତ ରହି ସଭାକୁ ସାଫଲ୍ୟ ମଣ୍ଡିତ କରାଇଥିଲେ । ଶେଷରେ ଅର୍ଥନୀତି ବିଭାଗର ପ୍ରାଧ୍ୟାପକ ଡ. ଅଜୟ କୁମାର ପାଢୀ ଧନ୍ୟବାଦ ଅର୍ପଣ କରିଥିଲେ  ।

Leave a Reply

Your email address will not be published. Required fields are marked *