ad
ଜିଲ୍ଲା ପରିକ୍ରମା

ଚରମ୍ପା ଫ୍ଲାଇ ଓଭରବ୍ରିଜ୍ ନିର୍ମାଣ ଲାଗି ଖର୍ଚ୍ଚ ହେବ ୪୮ କୋଟି : ଆପ୍ରୋଚ ନିର୍ମାଣ ପ୍ରକ୍ରିୟା ଆରମ୍ଭ

ଭଦ୍ରକ, ୧୩ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ରେଳଷ୍ଟେସନ ଦକ୍ଷିଣ ପାଶ୍ୱର୍ରେ ଥିବା ୧୧୯ ନଂ ଲେବଲ କ୍ରସିଂ ଉପରେ ଫ୍ଲାଇ ଓଭରବ୍ରିଜ୍ ନିର୍ମାଣ ପ୍ରକ୍ରିୟା ଆରମ୍ଭ ହୋଇଛି। ୫୪ ମିଟର ଲମ୍ବ ୧୨ ମିଟର ଚଉଡା ଏବଂ ୧୪ ମିଟର ଉଚ୍ଚତା ଯୁକ୍ତ ଏହି ଫ୍ଲାଇ ଓଭର ଲାଗି ୪୮ କୋଟି ଟଙ୍କାର ବ୍ୟୟ ଅଟକଳ ଚିଠାକୁ ମଂଜୁରୀ ମିଳିଥିବା ବେଳେ ଖୁବ୍ଶୀଘ୍ର ଏହାର ନିର୍ମାଣ କାମ ଆରମ୍ଭ ହେବାକୁ ଯାଉଛି। ୫୪ ମିଟର ଏହି ଫ୍ଲାଇ ଓଭରବ୍ରିଜ୍ ଲାଗି ୮ ଶହ ମିଟର ଆପ୍ରୋଚ ରୋଡ୍ ନିର୍ମାଣ ହେବ। ଉଭୟପାଶ୍ୱର୍ରେ ୪ ଶହ ମିଟର ଲମ୍ବର ଏହି ଆପ୍ରୋଚ ରୋଡ୍ ଚରମ୍ପା ରେଳବାଇ କଲୋନୀ ଠାରୁ ୧୬ ନଂ ଜାତୀୟ ରାଜପଥକୁ ସିଧା ସଳଖ ସଂଯୋଗ କରିବ। ୮ ଶହ ମିଟର ଆପ୍ରୋଚ ରୋଡ୍ ମଧ୍ୟରୁ କେବଳ ଶହେ ମିଟର ଆପ୍ରୋଚ ରୋଡ୍ର ନିର୍ମାଣ ଭଦ୍ରକ ପୂର୍ତ୍ତ ବିଭାଗ ନିର୍ମାଣ କରୁଥିବାବେଳେ ଅବଶିଷ୍ଟ ୭ ଶହ ମିଟର ଆପ୍ରୋଚ ରୋଡ୍ ଏବଂ ୫୪ ମିଟର ବିଶିଷ୍ଟ ଫ୍ଲାଇ ଓଭରବ୍ରିଜ୍ର ନିର୍ମାଣ ପୂର୍ବତଟ ରେଳବାଇ ପକ୍ଷରୁ ନିର୍ମାଣ କରାଯାଉଛି। ଇତିମଧ୍ୟରେ ପୂର୍ତ୍ତବିଭାଗ ଜରିଆରେ ନିର୍ମାଣ କରାଯାଉଥିବା ଶହେ ମିଟର ଲମ୍ବ ବିଶିଷ୍ଟ ଆପ୍ରୋଚ ରୋଡ୍ ଲାଗି ୩୫ ଲକ୍ଷ ଟଙ୍କାର ଟେଣ୍ଡର କାମ ଆରମ୍ଭ ହୋିଛି। ଚରମ୍ପା ଛକର ପ୍ରାୟ ୨ ଶହ ମିଟର ପୂର୍ବରୁ ଥିବା ପୁରୁଣା ହନୁମାନ ରାଇସ୍ ମିଲ୍ ଛକ ଠାରେ ଏହି ଆପ୍ରୋଚରୋଡ୍ ସିଧାସଳଖ ୧୬ନଂ ଜାତୀୟ ରାଜପଥକୁ ସଂଯୋଗ କରିବ। ଏହାଫଳରେ ଭଦ୍ରକ ରେଳଷ୍ଟେସନକୁ ସଂଯୋଗ କରୁଥିବା ସୁଂକଚିତ ଫିଡର ରୋଡ୍ରେ ଅହେତୁକ ଗହଳି ରୋକାଯିବା ସହିତ ଭଦ୍ରକ ରେଳଷ୍ଟେସନ ଅପରପାଶ୍ୱର୍ରେ ରହିଥିବା ୭୦ ରୁ ଉର୍ଦ୍ଧ୍ୱ ପଂଚାୟତର ଲକ୍ଷାଧିକ ଲୋକ ଉପକୃତ ହୋଇପାରିବେ। ଏଥିସହ ଏହି ଫ୍ଲାଇ ଓଭରବ୍ରିଜ୍ ଭଦ୍ରକ ଜିଲା ସହିତ ପଡୋଶୀ ବାଲେଶ୍ୱର ଏବଂ କେନ୍ଦୁଝର ଜିଲାକୁ ସଂଯୋଜିତ ହୋଇପାରିବ। ଏହି ଫ୍ଲାଇ ଓଭରବ୍ରିଜ୍ ସକାଶେ ଦୀର୍ଘଦିନ ଧରି ସ୍ଥାନୀୟ ଲୋକଙ୍କ ପକ୍ଷରୁ ପ୍ରବଳ ଦାବି ହୋଇଆସୁଥିବାବେଳେ ଏଥିନେଇ ବିଭିନ୍ନ ସମୟରେ ଧାରଣା ଏବଂ ଧର୍ମଘଟ ଭଳି କାର୍ଯ୍ୟପନ୍ଥା ଗ୍ରହଣ କରାଯାଇ ଆସୁଥିଲା।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top