ଚରମ୍ପାର ବରାଳପୋଖରୀ ଓ ଡଗରାସାହିରେ ରଥଟଣା ସମ୍ପନ୍ନ

ଭଦ୍ରକ, ୧୫ା୭ (ଓଡ଼ିଆ ପୁଅ/ପ୍ରମୋଦ ରାୟ) : ଚରମ୍ପାର ବରାଳପୋଖରୀ ଓ ଡଗରାସାହିରେ ରଥଟଣା କାର୍ଯ୍ୟ ଶାନ୍ତିଶୃଖଳାର ସହିତ ଶେଷ ହୋଇଛି। ବରାଖପୋଖରୀ ଗୁଣ୍ଠୁଣିଆ ବଜାରସ୍ଥିତ ଦଧିବାମନ ମନ୍ଦିରରୁ ତିନି ଠାକୁରଙ୍କର ପହଣ୍ଡି ବିଜେ ପରେ ସେବାୟତମାନେ ଠାକୁରଙ୍କୁ ରଥାରୁଢ କରିଥିଲେ।ପ୍ରତିବର୍ଷପରି ଚଳିତ ବର୍ଷ ରାଜା ଭାବେ ରବୀନ୍ଦ୍ର ମହାନ୍ତି ଛେରାପହଁରା କରିଥିଲେ। ଉଦ୍ୟକ୍ତା ଗୋପାଳ ପତି, ସୁରେଶ ପତି, ଶଙ୍କର୍ଷଣ ପତି ମହେନ୍ଦ୍ର ପତି ପ୍ରମୁଖଙ୍କ ତତ୍ତ୍ୱାବଧାନରେ ରଥଟଣା ହୋଇଥିବାବେଳେ ସେହିପରି ଚରମ୍ପାସ୍ଥିତ ଡଗରାସାହି ଜଗନ୍ନାଥ ମନ୍ଦିରରୁ ଭକ୍ତମାନେ ପ୍ରଭୁ ଜଗନ୍ନାଥ, ବଳଭଦ୍ର ଓ ଭଉଣୀ ସୁଭଦ୍ରାଙ୍କୁ ପହଣ୍ଡିବିଜେ କରାଇ ରଥାରୁଢ କରିଥିଲେ। ରାଜା ରାଜକିଶୋର ଅଗ୍ରୱାଲ ରଥର ଛେରାପହଂରା କରିବାପରେ ରଥଟଣା ଆରମ୍ଭ ହୋଇଥିଲା।ବହୁ ଭକ୍ତଙ୍କ ଶଂଖ ଓ ହୁଳହୁଳି ଧ୍ୱନି ସମଗ୍ର ଅଂଚଳକୁ ପ୍ରକମ୍ପ୍ ିତ କରିଥିଲା।ଉଦ୍ୟକ୍ତା ବିଜୟ ମଶ୍ର, କମଳା ପ୍ରଧାନ, ଦୈତାରୀ ମଳିକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହିରଥଟଣା କାର୍ଯ୍ୟ ମହାଆଡମ୍ବର ସହକାରେ ସମାପିତ ହୋଇଥିଲା

Leave a Reply

Your email address will not be published. Required fields are marked *