ଚମ୍ପୁଆ ବ୍ଲକ ଏମ ଆଇ ଏସ ବୈଠକ, ମନରେଗା ଯୋଜନା ରେ ମେସିନ ବ୍ୟବହାର ନେଇ ଉପଜିଲ୍ଲାପାଳ ଅସନ୍ତୋଷ

ଚମ୍ପୁଆ ୧୯-୬ (ଓଡ଼ିଆ ପୁଅ/ରଞ୍ଜନ ପ୍ରଧାନ) ଆଜି ଚମ୍ପୁଆ ବ୍ଲକ ଏମ ଆଇ ଏସ ବୈଠକରେ ବ୍ଲକ ର ବିଭିନ୍ନ ପଞ୍ଚାୟତରେ ମନରେଗା ଯୋଜନାରେ ମେସିନ ବ୍ୟବହାରକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଚମ୍ପୁଆ ବିଡ଼ିଓ ନୂପୁର ଚାନ୍ଦ ଗୋଟିଆଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବ୍ଲକର ବାଇଶଟି ପଞ୍ଚାୟତର ଅଧିକାରୀ, ଜିଆର ଏସ, ଯନ୍ତ୍ରୀ, ବିଭିନ୍ନ ବିଭାଗର ଅଧିକାରୀମାନେ ଯୋଗ ଦେଇଥିଲେ। ବୈଠକରେ ଉପଜିଲ୍ଲାପାଳ ଯୋଗ ଦେଇ ନିକଟରେ ବଡ଼ନଇଠାରେ ମନରେଗା କାର୍ଯ୍ୟରେ ମେସିନ ବ୍ୟବହାରର କୈଫତ ମାଗିଥିଲେ। ଏ ନେଇ ଶୀଘ୍ର କାର୍ଯ୍ୟାନୁଷ୍ଠାନ କରିବାକୁ ଆଦେଶ ଦେବା ସହ ଆଗାମୀ ଦିନରେ ଏପରି କାର୍ଯ୍ୟ ଉପରେ ନଜର ରଖି କାର୍ଯ୍ୟ କରିବା ଉପରେ ନିର୍ଦ୍ଦେଶ ଦେଇଛନ୍ତି। ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଏବିଡିଓ ଶରତ ବାରିକ ଏପିଓ ପୂର୍ଣ୍ଣ ଚନ୍ଦ୍ର ନାଏକ, ସହକାରୀ ଯନ୍ତ୍ରୀ ତପସ୍ୱୀନୀ ନାଏକ ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *