ଚମ୍ପୁଆ ବ୍ଲକରେ ୟୁରିଆ ସାରର କୁତ୍ରିମ ଅଭାବ: ଚାଷୀ ମୁଣ୍ଡରେ ଚଡକ

ଚଂପୁଆ ୨୭-୪ (ଓଡ଼ିଆ ପୁଅ/ରଞ୍ଜନ ପ୍ରଧାନ )ଚଳିତ, ରବି ଋତୁରେ ଚଂପୁଆ ବ୍ଲକରେ ୟୁରିଆ ସାରର କୁତ୍ରିମ ଅଭାବ ଚାଷୀଙ୍କ ପାଇଁ ମୁଣ୍ଡ ବଥାର କାରଣ ସାଜିଛି। ଚଳିତ ବର୍ଷ ବ୍ଲକର ୧୦୩ ଟି ଉଠା ଜଳ ସେଚନ ପ୍ରକଳ୍ପରୁ ପ୍ରାୟ ୭୩୫ ହେକ୍ଟର ଜମିରେ ଧାନ ଚାଷ କରାଯାଇଛି। ଧାନ ଗଛ, ଏବେ କେଣ୍ଡା ଦେବା ସ୍ଥିତିରେ ଏବେ ଚାଷୀ ୟୁରିଆ ସାର ଖୋଜୁଥିବା ବେଳେ ବ୍ଲକରେ ସାର େଦଖାନାହିଁ। ଫଳରେ ଚାଷୀ ଚିନ୍ତାରେ ପଡିଛି। ବାଧ୍ୟହୋଇ ଚାଷୀ ଝାଡ଼ଖଣ୍ଡର ବେପାରୀଙ୍କ ଉପରେ ନିର୍ଭରଶୀଳ ହୋଇ ଶୋଷଣର ଶିକାର ହେଉଛନ୍ତି। ଅନ୍ୟପଟେ କୃଷି ବିଭାଗ ହାତ ବାନ୍ଧି ବସିଛି।

Leave a Reply

Your email address will not be published. Required fields are marked *