ଚମ୍ପୁଆ ନିକୋଲେସନ୍ ବନ ବିଦ୍ୟାଳୟର ୯୭ ତମ ସମାବର୍ତ୍ତନ ଉତ୍ସବ….

ଚଂପୁଆ ୦୧ ମଇ (ଓଡ଼ିଆ ପୁଅ/ରଂଜନ ପ୍ରଧାନ) ଚଂପୁଆ ସ୍ଥିତ ନିକୋଲେସନ୍ ବନ ବିଦ୍ୟାଳୟର ୯୭ ତମ ସମାବର୍ତ୍ତନ ଉତ୍ସବ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ବନ ବିଦ୍ୟାଳୟର ଅଧ୍ୟକ୍ଷ ଅର୍ଜୁନ ଚରଣ ବେହେରାଙ୍କ ତତ୍ୱାବଧାନରେ ଆୟୋଜିତ ଏହି ଉତ୍ସବରେ ଚିଫ କନ୍ଜରଭେଟର ଅଫ ଫରେଷ୍ଟ ପ୍ରଭାକର ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ସମ୍ମିଳିତ ପ୍ୟାରେଡ ଉତ୍ସବ ଅଭିବାଦନ ଗ୍ରହଣ କରିଥିଲେ। ଏହି ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ରେଂଜର ଜଗନ୍ନାଥ ପ୍ରସାଦ ଦାସ, ଅମର ପ୍ରସାଦ ବେହେରା ଡେପୁଟି ରେଂଜର ବିଜୟ ମହାନ୍ତ ପ୍ରମୁଖ ଯୋଗଦେଇ ଥିଲୋ ଓଡ଼ିଶାର ବିଭିନ୍ନ ବନ ବିଭାଗରୁ ପ୍ରାୟ ୪୧ ଜଣ ପ୍ରଶିକ୍ଷାର୍ଥୀ ଏହି ବିଦ୍ୟାଳୟ ରୁ ପ୍ରଶିକ୍ଷଣ ନେଇ ନିଜ କର୍ମ କ୍ଷେତ୍ରକୁ ପ୍ରତାବର୍ତ୍ତନ କରିଥିଲେ।

Leave a Reply

Your email address will not be published. Required fields are marked *