ଓଡ଼ିଶା

ଚମ୍ପୁଆରେ ୨୩ ହାତୀଙ୍କର ଦମନ ଲୀଳା…

ଚମ୍ପୁଆ ୧୬ ମଇ (ଓଡିଆ ପୁଅ/ରଂଜନ ପ୍ରଧାନ) ଗତ କିଛି ଦିନ ହେଲା ଚମ୍ପୁଆ ଅଂଚଳରେ ୨୩ ଟି ହାତୀଙ୍କ ଦମନ ଲୀଳା ବଢିବାରେ ଲାଗିଛି। ଗତ କାଲି ଚମ୍ପୁଆ ନିକଟବର୍ତ୍ତି ଜଗନ୍ନାଥପୁର ଗାଁରେ ବ୍ୟାପକ କ୍ଷୟକ୍ଷତି କରିବା ପରେ ଗତ ରାତିରେ ଏହି ହାତୀ ପଲ ଚମ୍ପୁଆ ଏନଏସି ଅନ୍ତର୍ଗତ ଗୋଧୂଳି ଗାଁରେ ବ୍ୟାପକ ଧାନଫସଲ ନଷ୍ଟ କରିଛନ୍ତିା ଗାଁରେ ହୋଇଥିବା ଖରାଟିଆ ଧାନଫସଲ ମାଡିଦଳି ନଷ୍ଟ କରିଛନ୍ତି। ଗାଁର, ବୁଲୁ ନାଏକ, ପ୍ରୋମଥ ନାଏକ, ରମେଶ ନାଏକ, ବିଜୟ ନାୟକ, ସତ୍ୟବାନ ନାୟକ, ବାଘା ନାଏକଙ୍କ ଧାନଫସଲ ହାତୀଙ୍କ ଯୋଗୁଁ ନଷ୍ଟ ହୋଇଥିବା ବେଳେ ଏମାନେ ଆଜି ଚମ୍ପୁଆ ବନ ବିଭାଗର ଦ୍ବାରସ୍ଥ ହୋଇଥିଲେ। ହାତୀ ପଲ ରାତିରେ ବ୍ୟାପକ ଉତ୍ପାତ କରିବା ପରେ ଆଜି ସକାଳେ ଯାମୁଦଲକ ଶାଳ ଜଙ୍ଗଲ ରେ ଆତ୍ମଗୋପନ କରିଥିବା ଜଣାପଡିଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top