ଓଡ଼ିଶା

ଚନ୍ଦ୍ରଶେଖର ରଥଙ୍କ ସ୍ୱର୍ଗଦ୍ୱାରରେ ଶେଷ କୃତ ସଂପନ୍ନ

ପୁରୀ, ୧୧/୨(ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): ସାରସ୍ୱତ ସାଧକ ପଦ୍ମଶ୍ରୀ ଚନ୍ଦ୍ରଶେଖର ରଥଙ୍କର ଶେଷକୃତ ସ୍ୱର୍ଗଦ୍ୱାରରେ ପୁନଃରାଷ୍ଟୀୟ ମର୍ଯ୍ୟଦା ସହ ସଂପଣ୍ଣ ହୋଇଛି। ସ୍ୱର୍ଗଦ୍ୱରରେ ପ୍ରଶାସନ ପକ୍ଷରୁ ଶେଷ ସମ୍ମାନ ଦିଆଯାଇଥିଲା। ଅତିରିକ୍ତ ଜିଲ୍ଲାପାଳ ବିଭୂତି ଭୂଷଣ ଦାସ ତାଙ୍କ ମର ଶରୀରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ପୋଲିସ ବାହୀନି ପକ୍ଷରୁ ଗାର୍ଡ ଅଫ ଅନର ପ୍ରଦାନ କରାଯାଇଥିବା ବେଳେ ଏସପି ସାର୍ଥକ ଷଢଙ୍ଗୀ ସବାଧାରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ସ୍ୱର୍ଗତ ରଥଙ୍କ ଜ୍ୟେଷ୍ଠ ପୁତ୍ର ଶଶୀ ଭୂଷଣ ରଥ ମୁଖାଗ୍ନୀ ଦେଇଥିଲେ। ସ୍ୱର୍ଗଦ୍ୱାରରେ ଅନ୍ତିମ ସଂସ୍କାର ସମୟରେ ବଡଜ୍ୱାଇଁ ତିଲୋଚନ ପାଣିଗ୍ରାହୀ, ସାନ ପୁଅ ସପ୍ତଶ୍ରୀ ରଥ, ଝିଅ ନିହାରିକାଙ୍କ ସମେତ ପୌରନିର୍ବାହୀ ଅଧିକାରୀ ଶ୍ରୀକାନ୍ତ ତରାଇ, ଅତିରିକ୍ତ ସୂଚନା ଓ ଲୋକସଂପର୍କ ଅଧିକାରୀ ଜିତେନ୍ଦ୍ରିୟ ଜେନା, ପଣ୍ଡିତ ସୂର୍ଯ୍ୟନାରାୟଣ ରଥଶର୍ମାଙ୍କ ସମେତ ବହୁ ସାରସ୍ୱତ ସାଧକ ମାନେ ଉପସ୍ଥିତ ଥିଲେ। ପଦ୍ମଶ୍ରୀ ଭଳି ମର୍ଯ୍ୟାଦା ଜନକ ପୁରସ୍କାର ଗତ ସାଧାରେଣତନ୍ତ୍ର ଦିବସରେ ସ୍ୱର୍ଗତ ରଥଙ୍କୁ ପ୍ରଦାନ କରାଯାଇଥିଲା।ତେବେ ଏହାକୁ ଗ୍ରହଣ କରିବା ପୂର୍ବରୁ ତାଙ୍କର ଦେହାନ୍ତ ହୋଇଥିଲା। ସ୍ୱର୍ଗତ ରଥଙ୍କ ବିୟୋଗରେ ଓଡିଶା ସାହିତ୍ୟ ଇତିହାସର ଏକ ଉଜ୍ୱଳ ନକ୍ଷତ୍ରର କକ୍ଷଚ୍ୟୁତ ଘଟିଲା ବୋଲି ସାହିତ୍ୟିକ ମାନେ ମତବ୍ୟକ୍ତ କରିଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top