ଚନ୍ଦନ ଯାତ୍ରାପାଇଁ ନନ୍ଦା ଓଭଦ୍ରା ଚାପକୁ ପାଣିରୁ ବାହାର କରାଗଲା

ପୁରୀ, ୩୧/୦୩ (ଓଡ଼ିଆ ପୁଅ): -ଜୁନ୍ ୧୮ ତାରିଖରୁ ଆରମ୍ଭ ହେବ ମହାପ୍ରଭୁଙ୍କ ୨୧ ଦିନ ବ୍ୟାପି ବାହାର ଚନ୍ଦନ ଯାତ୍ରା ପ୍ରଚଣ୍ଡ ରୌଦ୍ର ତାପରୁ ରକ୍ଷା ପାଇବା ପାଇଁ ମହାପ୍ରଭୁଙ୍କ ଚଳନ୍ତୀ ପ୍ରତିମା ମଦନ ମୋହନ ଭୂଦେବୀ ଶ୍ରୀଦେବୀ ଓ ରାମକୃଷ୍ଣଙ୍କ ସହ ପଚୁଂ ପାଣ୍ଡବମ ପବିତ୍ର ନରେନ୍ଦ୍ର ସରୋବରରେ ଜଳ କ୍ରୀଡା କରିବେ।ଏଥିପାଇଁ ପ୍ରାରମ୍ଭିକ ପ୍ରସ୍ତୁତି ହୋଇସାରିଛି। ଶନିବାର ଭୋଇ ସେବକମାନଙ୍କ ସହାୟତାରେ ନରେନ୍ଦ୍ର ପୁଷ୍କରିଣୀରେ ନନ୍ଦା ଓଭଦ୍ରା ଚାପକୁ ବାହାର କରାଯାଇଛି। ଜଳକ୍ରୀଡା ବା ଚାପ ପାଇଁ ଉଦ୍ଦିଷ୍ଟ ସମସ୍ତ ଡଙ୍ଗାକୁ ବହୁ ପୁର୍ବରୁ ପାଣିରେ ବୁଡାଇ ରଖାଯାଇଥିଲା।ଭୋଇ ସର୍ଦ୍ଧାରଙ୍କ ନେତୃତ୍ୱରେ ପୁଷ୍କରିଣୀରୁ ବାହାର କରାଯାଇଛି।

Leave a Reply

Your email address will not be published. Required fields are marked *