ad
ଓଡ଼ିଶା

ଚନ୍ଦନ ଠାକୁରଙ୍କ ଭିନ୍ନ ଏକ ଟାହିଆ

ପୁରୀ, ୧୯/୪(ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): -ବୁଧବାର ଆରମ୍ଭ ହୋଇଛି ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା। ୨୧ ଦିନ ଧରି ଅନୁଷ୍ଠିତ ହେବ ଏହି ବାହାର ଚନ୍ଦନ। ମଦନମୋହନ ଚନ୍ଦନ କୁଣ୍ଡରୁ ବାହାରି ବେଶ ପୂର୍ବରୁ ଧାରଣ କରିଥାନ୍ତି ଟାହିଆ। ଚାପ ଖେଳ ସାରି ବାହୁଡା ବିଜେ ହେବଳେ ଟାହିଆ ମଦନମୋହନଙ୍କ ଶୋଭାବର୍ଦ୍ଧନ କରିଥାଏ। ଏହା ହେଉଛି ଚନ୍ଦନ ଠାକୁରଙ୍କ ଭିନ୍ନ ଏକ ଟାହିଆ। ଯାହାକୁ ପ୍ରତିବର୍ଷ ଚନ୍ଦନ ଯାତ୍ରା ସମୟରେ ପ୍ରସ୍ତୁତ କରି ଯୋଗାଇଥାନ୍ତି ଦଇତା ପଡା ସାହିର ଅବଧୂତ ଚରଣ ପଟ୍ଟନାୟକଙ୍କ ପରିବାର। ଦୀର୍ଘ ୬୬ ବର୍ଷ ହେଲା ଅବଧୂତଙ୍କ ପରିବାର ମହାପ୍ରଭୁଙ୍କ ଏହି ସେବାରେ ନିଜକୁ ସାମିଲ କରିଛନ୍ତି। ଏହି ଟାହିଆ ପ୍ରସ୍ୁତ ପାଇଁ ମୁଖ୍ୟତଃ ଜୁଇକଢ, ମଲ୍ଲୀକଢ, ଲାଲ ରଂଙ୍ଗଣୀ, କଦଳୀ ପତ୍ର, ବାଉଁଶ ପତ୍ର, ଗୋଲାପ, ଗେଣ୍ଡୁମାଳତୀ, ଦୟଣା, ସ୍ୱର୍ଣ୍ଣ ଚମ୍ପା, ଅଁଳା, ପଣଷ ପତ୍ରରେ ଏହି ଟାହିଆ ପ୍ରସ୍ତୁତ କରାଯାଇଥାଏ। ପଶଷ ପତ୍ର, ବାଉଁଶ ପାତିଆ, ନଡିଆ ଖଡିକାରେ ପ୍ରଥମେ ଟାହିଆର ଛାଚଂ ପ୍ରସ୍ତୁତ କରାଯାଇ ପାରମ୍ପାରିକ ପଦ୍ଧତିରେ ଏହା ପ୍ରସ୍ତୁତ କରାଯାଇଥାଏ। ଛାଚଂ ପ୍ରସ୍ତୁତ ପରେ ବିଭିନ୍ନ ଫୁଲମଣିରେ ଟାହିଆକୁ ପ୍ରସ୍ତୁତ କରାଯାଇଥାଏ। ଟାହିଆ ପାଇଁ ଆଢି, ବାଙ୍କି ସମେତ ୧୩ ଟି କଲି ଏବଂ ୧୩ ଟି ଯୁବା ତିଆରି କରି ଖଜାଂ ଯାଇଥାଏ। ପ୍ରତ୍ୟେକ ଯୁବାରେ ଗୋଟିଏ ଲେଖାଏଁ ଚମ୍ପାଫୁଲ ଖଜାଂ ଯାଏ। ଏ ସବୁ ଖଜାଂ ସରିଲେ ବଉଳ ମାଳର ଝରା ଲଗାଯାଏ। ଅବଦୂତଙ୍କ ସୂଚନା ଅନୁଯାୟୀ ପୂର୍ବରୁ କେନ୍ଦୁଝର ରାଣୀ ଏହି ଟାହିଆ ପ୍ରସ୍ତୁତ କରି ଶ୍ରୀମନ୍ଦିରକୁ ଯୋଗାଇଥିଲେ। ପରେ ପ୍ରାୟ ୧୦ ବର୍ଷ ଏହା ବନ୍ଦ ରହିଥିଲା। ଜଗନ୍ନାଥ ବଲ୍ଲଭ ମଠରେ ଥିବା ଆଦିନନ୍ଦ ଦାସ ନାମକଜନୈକ ସାଧୁଙ୍କ ପାଖରେ ଏହି ଟାହିଆର ଜାଂଚ ରହିଥଇଲା। ସେ ସମୟରେ ସେ ମାଙ୍କ ଇନ୍ଦୁମତି ପଟ୍ଟନାୟକଙ୍କ ସହିତ ତାଙ୍କର ସାକ୍ଷାତ ହୋଇଥିଲା। ତାଙ୍କର ପରାମର୍ଶ କ୍ରମେ ୧୯୫୨ ମସିହା ଠାରୁ ଅବଦୂତଙ୍କ ପରିବାର ଏହି ଟାହିଆ ପ୍ରସ୍ତୁତ କରି ଆସୁଛନ୍ତି। ପ୍ରାୟ ୨୦ ରୁ ୨୫ ଜଣ ମହିଳା ଏହି ଟାହିଆ ପ୍ରସ୍ତୁତରେ ସହଯୋଗ କରିଥାନ୍ତି। ଅକ୍ଷୟ ତୃତୀୟା ଠାରୁ ହଳଦୀ ପାଣି ପର୍ଯ୍ୟନ୍ତ ଏହି ଟାହିଆ ଯୋଗାଇ ଦେଇଥାଏ। ସମର୍ପଣ ଭାବ ରଖି ପ୍ରତିବର୍ଷ ଚନ୍ଦନଯାତ୍ରାରେ ଏହି ଟାହିଆ ପ୍ରସ୍ତୁତ କରି ଆସୁଛୁ ବୋଲି ଦର୍ଶାଇଛନ୍ତି ଅବଦୂତଙ୍କ ପରିବାର।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top