କୋରାପୁଟ

ଚନ୍ଦନପୋଖରୀରେ ଖୋଲିଲା ମୁକ୍ତ ବ୍ୟାୟାମଶାଳା

କୋରାପୁଟ ; ତା ୧୪-୦୪-୧୮(ଓଡିଆପୁଅ/ରଂଜନ କୁମାର ଦାସ) କୋରାପୁଟ ମ୍ୟୁନସିପାଲଟି ଅନ୍ତର୍ଗତ ଚନ୍ଦନପୋଖରୀରେ ମୁକ୍ତ ବ୍ୟାୟାମଶାଳା ଖୋଲାଯାଇଥିବା ଜଣାପଡିଛି ।କୋରାପୁଟ ବିଧାୟକ କୃଷ୍ଣଚନ୍ଦ୍ର ସଗରିଆ ମୁଖ୍ୟ ଅତିଥିଭାବେ ଯୋଗଦେଇ ବ୍ୟାୟାମଶାଳାର ଉଦଘାଟନ କରିଥିଲେ ।ଏହି ଅବସରରେ କୋରାପୁଟ ମ୍ୟୁନସିପାଲଟି ଅଧ୍ୟକ୍ଷ ଭଗବାନ ବାହିନିପତି , ଉପାଧ୍ୟକ୍ଷା ସଂଜୁଲତା ରାଉତ , ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିଦେ୍ର୍ଦଶକ ଦେବେନ କୁମାର ପ୍ରଧାନ , କାଉନସିଲର ବିଜୟ କୁମାର ରାଓ , ପ୍ରଧାନଶିକ୍ଷକ ନରସିଂହ ଦାଶ , ସୁରେଶ ପଟନାୟକ ପ୍ରମୁଖ ଉପସ୍ଥିତ ଥିଲେ ।ଏହି କାର୍ଯ୍ୟକ୍ରମକୁ ମ୍ୟୁନସିପାଲଟି ଯନ୍ତ୍ରୀ ରମେଶ କୁମାର ମହାରଣା , ସହକାରୀ ଯନ୍ତ୍ରୀ ମନୋଜ କୁମାର ପାତ୍ର ଓ କାର୍ଯ୍ୟାଳୟର କର୍ମଚାରୀମାନେ ଯୋଗଦେଇ ପରିଚାଳନାରେ ସହଯୋଗ କରିଥିଲେ ।ସମୁଦାୟ ୧୧.୫୯ ଲକ୍ଷ ଟଙ୍କାରେ ପୁରୁଷ ଓ ମହିଳାମାନଙ୍କ ନିମନ୍ତେ ମୁକ୍ତ ବ୍ୟାୟାମଶାଳା ନିର୍ମାଣ କରାଯାଇଥିବା ସହକାରୀ ଯନ୍ତ୍ରୀ ଇଂ ପାତ୍ର ସୂଚନା ଦେଇଥିଲେ ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top