କେନ୍ଦୁଝର

ଚତୁର୍ଥ ଶ୍ରେଣୀ କର୍ମଚାରୀ ହାତରେ ପ୍ରାଣୀ ଚିକିତ୍ସାକେନ୍ଦ୍ର ଚିନ୍ତାରେ ଗୋ ଚାଷୀ

ଢେଙ୍କିକୋଟ, ତା୦୬/୦୭(ଓଡିଆ ପୁଅ /ବିରେନ୍ଦ୍ର କୁମାର )-କେନ୍ଦୁଝର ଜିଲ୍ଲାର ଢେଙ୍କିକୋଟ ଠାରେ ପଶୁ ସମ୍ପଦ ଚିକିତ୍ସା ପାଇଁ ଚିକିତ୍ସାଳୟଟି ୧୯୫୭ ମସିହାରେ ଓଡିଶା ସରକାରଙ୍କ ଦ୍ବାରା ପ୍ରତିଷ୍ଠିତ ହୋଇଥିଲା। ଅଞ୍ଚଳର ଏହା ପ୍ରଥମ ସରକାରୀ କାର୍ୟ୍ୟାଳୟ ବୋଲି ବୟୋଜ୍ୟେଷ୍ଠ ନାଗରିକ ମତ ଦେଇଥିବା ବେଳେ ଏହି ପଶୁ ଚିକିତ୍ସାଳୟ ଉପରେ ଘଟଗାଁ ଓ ପାଟଣା ବ୍ଲକ ର କିଛି ଅଞ୍ଚଳ ନିର୍ଭର କରିଥାନ୍ତି। ତେବେ ପରିତାପର ବିଷୟ ଗତ ଛଅ ବର୍ଷ ହେଲା ଏଠାରେ ଜଣେ ମାତ୍ର ଚତୁର୍ଥ ଶ୍ରେଣୀ କର୍ମଚାରୀ ଙ୍କ ଦ୍ଵାରା ଏହି ପଶୁ ଚିକିତ୍ସା କେନ୍ଦ୍ର ଚାଲିଆସୁଛି ଏଠାରେ ନିଯୁକ୍ତି ପାଇଥିବା ପଶୁ ଡାକ୍ତର ଡେପୁଟେସେନ ରେ ଛଅ ବର୍ଷ ହେଲା ଅଛନ୍ତି। ପୂର୍ବରୁ ଢେଙ୍କିକୋଟ ଆଖପାଖ ଅଞ୍ଚଳରେ ଗୋପାଳନ ଉପରେ ଗୋ ଚାଷୀ ନିର୍ଭର କରୁଥିବା ବେଳେ ନିକଟସ୍ଥ କାଶୀବେଡା, କେତାଙ୍ଗ, ନୁସୁରୀପଶି ଠାରେ ଦୁଗ୍ଧସମବାୟ ସମିତି ଗଢିଉଠିଥିଲା। ତେବେ ଗାଈଚାଷୀ ନିକଟସ୍ଥ ବ୍ୟାଙ୍କରୁ ଉନ୍ନତ ଜର୍ସି ଗାଈ ଋଣରେ ନେଇ କ୍ଷୀର ବ୍ୟବସାୟ କରି ବେଶ କିଛି ଅର୍ଜନ କରି ଜୀବିକା ନିର୍ବାହ କରୁଥିଲେ ତେବେ ଏଠାରେ ପଶୁ ଡାକ୍ତରଙ୍କ ଅଭାବ କାରଣରୁ ଚିକିତ୍ସା ହୋଇପାରୁ ନାହିଁ। ଏପରିକି ଢେଙ୍କିକୋଟ ଠାରେ ଏକ ଦୁଗ୍ଧଶୀତଳୀକରଣ ମେସିନ ଦୁଗ୍ଧ ସମବାୟ ସମିତି ଓ ଶୀତଳୀକରଣ କେନ୍ଦ୍ର ଢେଙ୍କିକୋଟ ଠାରେ ଥିବାରୁ ଅଞ୍ଚଳର ଶହ ଶହ ଗାଈଚାଷୀ ଋଣ ହେଉକି ନିଜ ବ୍ୟକ୍ତଗତ ଟଙ୍କାରେ ଗାଈ ଚାଷ କରୁଥିଲେ। ଏଥିସହିତ ଦେଶୀ, ଗାଈ, ବଳଦ, ଛେଳି, ମେଣ୍ଢା, କୁକୁଡା ଓ ବତକ ମଧ୍ୟ ଚାଷ କରୁଥିଲେ। ମାତ୍ର ଗତ ୬ ବର୍ଷ ହେବ ଏଠାରେ ନିଯୁକ୍ତି ପାଇଥିବା ମହିଳା ପ୍ରାଣିଚିକିତ୍ସାଧିକାରୀ ବିଜୟ ଲକ୍ଷ୍ମୀ ବେହେରା ନିଯୁକ୍ତି ହେବା ଦିନଠାରୁ ଅଞ୍ଚଳରେ ଗୋ ସମ୍ପଦ ଧ୍ୱ୍ୱଂସ ହେବାକୁ ବସିଛି ବୋଲି ସାଧାରଣରେ ଅଭିଯୋଗ ହେଉଛି। ସୂଚନାଯୋଗ୍ୟ ଯେ, ଶ୍ରୀମତୀ ବେହେରାଙ୍କୁ ୩ ବର୍ଷ ତଳେ ଚମ୍ପୁଆକୁ ଡେପୁଟେସନ୍ରେ ପଠାଇ ଦିଆଯାଇଥିବା ବେଳେ ଏବେ ଢେଙ୍କିକୋଟରୁ ଦରମା ପାଉଥିଲେ ମଧ୍ୟ କେନ୍ଦୁଝର ସିଡିଭିଓ ଅଫିସରେ କାର୍ଯ୍ୟ କରୁଛନ୍ତି। ଯଦ୍ୱାରା ଜଣେ ମାତ୍ର ଚତୁର୍ଥ ଶ୍ରେଣୀ କର୍ମଚାରୀ ହାତରେ ଢେଙ୍କିକୋଟ ପ୍ରାଣୀ ଚିକିତ୍ସାକେନ୍ଦ୍ର ଚାଲିଛି। ମାସକ ତଳେ ଅଞ୍ଚଳରେ ଶହ ଶହ ଗାଈଗୋରୁ ବଜବଜିଆ ରୋଗରେ ମୃତ୍ୟୁବରଣ କରିଥିବା ବେଳେ ଶତାଧିକ ଛେଳି ମଧ୍ୟ ମରୁଛନ୍ତି। ହେଲେ ପଶୁ ଡାକ୍ତରଙ୍କ ଦେଖା ନାହିଁ। ଏଣୁ କେତେ ପ୍ରାଣୀ ମଲେ ପଶୁଡାକ୍ତର ଏଠାରେ ନିଯୁକ୍ତ ହେବେ ବୋଲି ଚାଷୀମାନେ ଉଦ୍ବେଗ ପ୍ରକାଶ କରିବା ସହ ପଶୁ ଡାକ୍ତର ଙ୍କ ଡେପୁଟେସେନ କାହାସ୍ବାର୍ଥରେ ବୋଲି ପ୍ରଶ୍ନ ଉଠାଇବାସହ ତୁରନ୍ତ ନୂତନ ଡାକ୍ତର ନିଯୁକ୍ତି ପାଇଁ ଦାବି ହୋଇଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top