ଚତୁର୍ଥ ରାଜୀବ ସ୍ମାରକୀ କ୍ରିକେଟ ଉଦ୍ଘାଟିତ : ସେମିଫାଇନାଲରେ ଡାକ୍ଡ଼େରା

ସମ୍ବଲପୁର, ୩/୧ (ଓଡ଼ିଆ ପୁଅ/ବ୍ୟୋମୋକେଶ ପଣ୍ଡା) – ସ୍ଥାନୀୟ ନକ୍ସାପାଲି ଗୋପାଲଜୀ ୟୁଥ୍ କ୍ଲବ ପକ୍ଷରୁ ଅଏଁଲାପାଲି ଖେଳ ପଡ଼ିଆ ଠାରେ ଆଜି ଚତୁର୍ଥ ରାଜୀବ ସ୍ମାରକୀ କ୍ରିକେଟ ପ୍ରତିଯୋଗିତା ଉଦ୍ଘାଟିତ ହୋଇଯାଇଛି। ଏଥିରେ ଜିଲ୍ଲାର ବିଭିନ୍ନ ସ୍ଥାନରୁ ୧୬ଟି କ୍ରିକେଟ ଦଳ ଭାଗ ନେଇଛନ୍ତି। ମା’ ସମଲେଶ୍ୱରୀଙ୍କ ଠାରେ ଦୀପ ପ୍ରଜ୍ୱଳନ ଉତ୍ତାରୁ ପ୍ରଥମ ମ୍ୟାଚରେ ଦେବେଇପାଲି ଦଳ ଡାକ୍ଡ଼େରାର ସମଲେଶ୍ୱରୀ ଯୁବକ ସଂଘକୁ ଭେଟିଥିଲା। ଏଥିରେ ଡାକଡ଼େରା ଦଳ ବିଜୟୀ ହୋଇଥିଲେ। ଦ୍ୱିତୀୟ ମ୍ୟାଚରେ ମାନେଶ୍ୱର ଦଳ ବିଶାଳଖିଣ୍ଡାକୁ ଭେଟିଥିଲେ। ଏଥିରେ ବିଶାଳଖିଣ୍ଡା ଦଳ ବିଜୟୀ ହୋଇଥିଲେ। ପରେ ଅନୁଷ୍ଠିତ କ୍ୱାର୍ଟରଫାଇନାଲରେ ବିଶାଳଖିଣ୍ଡାକୁ ହରାଇ ଡାକ୍ଡ଼େରା ଦଳ ସେମିଫାଇନାଲକୁ ଉନ୍ନୀତ ହୋଇଥିଲେ। ଆସନ୍ତା ୭ ତାରିଖ ଦିନ ଏହାର ଫାଇନାଲ ମ୍ୟାଚ ଖେଳାଯିବ।

ପ୍ରତିଯୋଗିତାକୁ ସମ୍ମାନିତ ଅତିଥି ରୂପେ ଯୋଗଦେଇ ବିଜେଡ଼ି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସିଦ୍ଧାର୍ଥ ଦାସ ଏବଂ ସାମ୍ବାଦିକ ପ୍ରିୟରଞ୍ଜନ ବାବୁ ମିଳିତ ଭାବେ ଉଦ୍ଘାଟନ କରିଥିଲେ। ମ୍ୟାଚଗୁଡ଼ିକୁ କ୍ଷୀରୋଦ ରଣା ଓ ଦେବାଶିଷ ବେହେରା ଅମ୍ପେୟାର ଭାବେ ପରିଚାଳନା କରୁଥିବା ବେଳେ ଆଶିଷ ବେହେରା, ସ୍ୱରାଜ ସାହୁ, ଦେବନ୍ତ ବେହେରା, ରାଜୀବ ବେହେରା, ଗୋପୀନାଥ ନାଏକ, ଅନନ୍ତ ନାଏକ, ଅଞ୍ଜନ ମାଝୀ, ସରୋଜ ମୁଣ୍ଡା, ଅନୀଲ ପ୍ରଧାନ, ରାଜେନ୍ଦ୍ର ସିଂହ, ଦେବରାଜ ମୁଣ୍ଡା, ଧ୍ରୁବ ବେହେରା, କୁଶ ପଟେଲ, ଲିଙ୍ଗରାଜ ମୁଣ୍ଡା, ହରି ଭୋଇ ପ୍ରମୁଖ କର୍ମକର୍ତ୍ତା ଏଥିରେ ସହଯୋଗ କରୁଛନ୍ତି।

Leave a Reply

Your email address will not be published. Required fields are marked *