ad
ଓଡ଼ିଶା

ଚଣ୍ଡୀ ମନ୍ଦିରରେ ପୂଜାର୍ଚ୍ଚନା କରି ପ୍ରଚାର ଆରମ୍ଭ କଲେ ବିଜେପି ପ୍ରାର୍ଥୀ

କଟକ ୨୬/୦୩ (ଓଡ଼ିଆ ପୁଅ) ଆଜି ଦିବା ୧୧ ଘଟିକା ସମୟରେ କଟକର ଇଷ୍ଟଦେବୀ ମା କଟକ ଚଣ୍ଡୀଙ୍କ ମନ୍ଦିରରେ କଟକ ଲୋକସଭା ପ୍ରାର୍ଥୀ ପୂର୍ବତନ ପୋଲିସ ମହାନିର୍ଦ୍ଦେଶକ ପ୍ରକାଶ ମିଶ୍ର ଏବଂ ପୂର୍ବତନ ମନ୍ତ୍ରୀ ତଥା ବାରବାଟୀ-କଟକର ବିଜେପି ବିଧାୟକ ପ୍ରାର୍ଥୀ ସମୀର ଦେ ପୂଜାର୍ଚ୍ଚନା କରିଥିଲେ। ଉଭୟ ପ୍ରାର୍ଥୀ ମା ଙ୍କ ପାଖରୁ ଆଶ୍ରୀର୍ବାଦ ଭିକ୍ଷା କରି ଚଳିତ ନିର୍ବାଚନକୁ ସୁରୁଖୁରୁରେ ସମ୍ପର୍ଣ୍ଣ କରିବାକୁ ପ୍ରାର୍ଥନା କରିଥିଲେ। ଶତାଧିକ ସଂଖ୍ୟାରେ ବିଜେପି ବାରବାଟୀ-କଟକର କାର୍ଯ୍ୟକର୍ତା ମନେ ଅତି ଉତ୍ସାହର ସହିତ ସେମାନଙ୍କୁ ପାଛୋଟି ନେଇଥିଲେ। ଏବଂ ଏହା ପରେ ରାଷ୍ଟ୍ରଦୀପ କାର୍ଯ୍ୟାଳୟ ଓ ପଦ୍ମଶ୍ରୀ ଡି. ପ୍ରକାଶ ରାଓ ଙ୍କୁ ଭେଟିଥିଲେ। ଉକ୍ତ କାର୍ଯ୍ୟକ୍ରମରେ କଟକ ଚୌଦ୍ୱାର ବିଜେପି ବିଧାୟକ ପ୍ରାର୍ଥୀ ନୟନ କିଶୋର ମହାନ୍ତି, କଟକ ସଦର ପ୍ରାର୍ଥୀ ଦିଲ୍ଲିପ ମଲ୍ଲିକ, ନଗର ଜିଲ୍ଲା ସଭାପତି ଲକ୍ଷ୍ମୀଧର ପ୍ରଧାନ, ସରୋଜ ରାଣା, ହୃଶିକେଷ ଜେନା, ସୁଭ୍ରାଂସୁ ମୋହନ ପାଢୀ, ନିବେଦିତା ପ୍ରଧାନ, ପ୍ରଦୀପ ସ୍ୱାଇଁ, ଗୀତାରାଣୀ ଦାସ, ସ୍ମୃତି ପଟ୍ଟନାୟକ, ରାମ ନାରାୟଣ ମହାନ୍ତି, ଦୟାନିଧି ଲେଙ୍କା, ସୁକାନ୍ତ ସିଂ, ଅକ୍ଷୟ ଆଚାର୍ଯ୍ୟ, ଦେବାଶିଷ ଘୋଷ, ମନୋରଂଜନ ସାହୁ, କଳ୍ପନା ପଟ୍ଟନାୟକ, ମିନକେତନ ଦାସ, ହରପ୍ରଶନ୍ନ ଦାସ, ଜିତେନ ବେହେରା, ଲଲାଟେନ୍ଦୁ ଦାସ, ଜ୍ୟୋତି ରଂଜନ ପଲାଇ, ସ୍ୱାଧୀନ ମହାନ୍ତି, ସେକ ସହାନଓା୍ୱଜ ଅଲ୍ଲୀ, ସେକ ନସିମ, ରଶ୍ମୀରେଖା ଦାସ, ହେମନ୍ତ ବେହେରା, ପ୍ରଶାନ୍ତ ଦାସ, ନିଶିକାନ୍ତ ସେଠୀ, ବିଶ୍ୱରଂଜନ ସାହୁ, ସୁଶାନ୍ତ ବେହେରା, ବିରେନ୍ଦ୍ର ସାହୁ, ପବିତ୍ରମୋହନ ଦାସ, ରମେସ ପ୍ରଧାନ, ଅଭିସେକ ସିଂ, ଲୋକନାଥ ସାହୁ, ସରୋଜ ରାଉତ, ଆଦିତ୍ୟ ନାରାୟଣ ଦାସ, ରାକେସ ଧୂପର ସାର୍ଥକ ରାୟ, ସୂର୍ଯ୍ୟ ବିଶ୍ୱାଳ, ରାଜକିରନ ସାହା, ଅମ୍ବୀକା ଦାସ, ମନୋରମା ରାଉତ, ମମତା ନନ୍ଦି, ଗିତାଂଜଳି ବେହୁରା, ଶରତ ସେଠୀ, ଅମଲ ଶର୍ମା ସାମନ୍ତରାୟ, ଙ୍କ ସମେତ ସତାଧିକ ମହିଳା ଓ ଯୁବ କର୍ମୀ ଉପସ୍ଥିତ ଥିଲେ।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top