ଚଣ୍ଡିଖୋଲ ମେଳଣ ଉଦ୍ୟାପିତ

ଯାଜପୁର, ୬।୩ (ଓଡିଆପୁଅ/ମାନସ ରାଉତ): ବହୁ ପ୍ରତିକ୍ଷିତ ଚଣ୍ଡିଖୋଲ ମେଳଣ ଆଜି ଉଦଯାପିତ ହୋଇଯାଇଛି। ଚଣ୍ଡିଖୋଲ ରାଧା କୃଷ୍ଣ ମେଳଣ କମିଟି ପକ୍ଷରୁ ସୋମବାର ସଂଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ଭଜନ ସଂନ୍ଧ୍ୟା ଅନୁଷ୍ଟିତ ହୋଇଥିଲା। ମେଳଣରେ ସମୁଦାୟ ୩୨ରୁ ଉର୍ଦ୍ଧ୍ୱ ବଡ଼ ବିମାନ ଓ ଛୋଟ ଛୋଟ ବିମାନରେ ରାଧା କୃଷ୍ଣ ହୋରି ଖେଲି ମେଳଣ ପଡ଼ିଆରେ ଏକତ୍ରିତ ହୋଇଥିଲା। ମେଳଣରେ ସୁଙ୍ଗୁଡ଼ା ଠାକୁର ଥାନପତି ଭାବେ ଯୋଗ ଦେଇଥିଲେ। ବାଟିଜଙ୍ଗା, ଆରୁହା, ଅଭୟପୁର, ରାଣୀବନ୍ଦି, କୋହ୍ଲା, ମହିଶରା, ଭୁଷଣ୍ଡପୁର, କାଇମାଠିଆ ଓ ଚହଟା ଗ୍ରାମର ବିମାନ ଆଦି ସୁସଜ୍ଜିତ ହୋଇ ଚଣ୍ଡିଖୋଲ ଆର.ଟି.ଓ ଅଫିସ ପାଖରୁ ଫଗୁ ଖେଳି ମେଳଣ ପଡ଼ିଆରେ ଏକତ୍ରିତ ହୋଇଥିଲେ। କମିଟି ପକ୍ଷରୁ ବଧିଅନୁଯାୟୀ ପୂଜା କରାଯିବା ସହ ବିଦାକି ଦିଆଯାଇ ବିଦାୟ ଦିଆଯାଇଥିଲା। ଅଶୀଳନୃତ୍ୟ ଓ ଅସତତତାଜି ବନ୍ଦ କରାଯାଇ ଚଳିତବର୍ଷ ମେଳଣରେ ପାଲା, ଦାଶକାଟିଆ, ଘୋଡାନାଚ ଆଦି ପରିବେଷଣ କରାଯାଇଥିଲା। ଶାନ୍ତି ଶୁଙ୍ଖଳା ରକ୍ଷା କରିବା ପାଇଁ ବଡଚଣା ପୋଲିସ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଥିଲା। ମେଳଣ କମିଟି ପକ୍ଷରୁ କ୍ଷୀରୋଦ ଚନ୍ଦ୍ର ମାହାଲା, ବିଜୟ ମାହାଲା, ମନମୋହନ ରାଉତ, ରବିନ୍ଦ୍ର ରାଉତ, ପ୍ରଭାତ ଜେନା, କାର୍ତ୍ତିକ ନନ୍ଦି, ମାନ ଗୋବିନ୍ଦ ଦାଶ ଓ ଅବିନାଶ ଜେନା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳାନା କରିଥିଲେ।

Leave a Reply

Your email address will not be published. Required fields are marked *