ଜିଲ୍ଲା ପରିକ୍ରମା

ଚଣ୍ଡିଖୋଲ ପରିହନ କେନ୍ଦ୍ରର ସ୍ମାର୍ଟ ଗ୍ରୁପରେ ଅନୀୟମିତତା ଅଭିଯୋଗ

ଯାଜପୁର, ୨/୫(ଓଡିଆ ପୁଅ/ମାନସ ରାଉତ) ଏକଦା ଚଣ୍ଡିଖୋଲ ଅଂଚଳିକ ପରିବହନ କାର୍ଯ୍ୟଳୟଟି ଭୁତ ଗାଡି କେଳାଙ୍କାରି ସାରା ଓଡିଶାରେ ଚର୍ଚ୍ଚାରେ ରହିଥିଲା। ପୁଣି ଏବେ ପରିବହନ କେନେ୍ଦ୍ରରେ ଥିବା ସ୍ମାର୍ଟ ଗ୍ରୁପ୍ରେ ବ୍ୟପକ ଅନୀୟମିତତା ହୋଇଥିବା ନେଇ ଅଭିଯୋଗ ଉଠିଛି। ସରକାରଙ୍କ ପକ୍ଷରୁ ନୂତନ ଗାଡିର ପଞ୍ଜିକରଣ ପ୍ରମାଣ ପତ୍ର ଓ ଚାଳକ ପ୍ରମାଣପତ୍ର ଦେବା ପାଇଁ ପରିବହନ କେନ୍ଦ୍ରରେ ସ୍ମାର୍ଟ ଗ୍ରୁପ୍ ନାମକ ସଂସ୍ଥା ସ୍ମାର୍ଟ କାର୍ଡ ଯୋଗାଇବା ପାଇଁ କାର୍ଯ୍ୟରତ ରହିଛି। ଏହି ସ୍ମାର୍ଟ ଗ୍ରୁପ୍ରେ ୧୫ଜଣ କର୍ମଚାରୀ ଓ ଜଣେ ସୁପର ଭାଇଜର ଜଣେ ନିଯୁକ୍ତ ଅଛନ୍ତି। ଭୂତଗାଡି କେଳାଙ୍କାରୀରେ ଏକଦା ବାଲେଶ୍ୱରକୁ ବଦଳି କରାଯାଇଥିଲେ ସୁଧା ସେ ବାଲେଶ୍ୱର ନଯାଇ ଚଣ୍ଡିଖୋଲରେ କାର୍ଯ୍ୟ କରୁଛନ୍ତି। ଯେଉଁ ୧୫ଜଣ କର୍ମଚାରୀ ତାଙ୍କ ଅଧିନରେ କାର୍ଯ୍ୟକରୁଛନ୍ତି ସେମାନଙ୍କ ଠାରୁ ସେ ନିଦ୍ଧିଷ୍ଟ ପରିମାଣରେ ଅର୍ଥ ଆଦାୟ କରୁଥିବାର ଅଭିଯୋଗ ହେଉଛି। ଯେଉଁ କର୍ମଚାରୀ ଅର୍ଥ ଦେଇନପାରିଲା ତାକୁ ସେହି କାର୍ଯ୍ୟ ନେଦଇ ଅନ୍ୟ କାର୍ଯ୍ୟ ଦେଇ ହଇରାଣ କରୁଥିବା ଅଭିଯୋଗ ହେଉଛି। ପଞ୍ଜିକରଣ ପ୍ରମାଣପତ୍ର ଓ ଚାଳକ ପ୍ରମାଣପତ୍ର ମାଲିକଙ୍କ ଘରେ ସ୍ପୀଡ୍ ପୋଷ୍ଟ ଜରିଆରେ ପଂହଚିବାର ନିୟମ ରହିଥିଲେ ମଧ୍ୟ ସଠିକ ସମୟରେ ଲୋକଙ୍କ ପାଖରେ ପଂହଚୁନାହିଁ। ବେଳେ ବେଳେ ଠିକଣା ଠିକ୍ ଥିଲେ ସୁଧା ପ୍ରମାଣପତ୍ର ଗୁଡିକ ଫେରି ଆସି ପରିବହନ କାର୍ଯ୍ୟଳୟରେ ରହୁଛି। ଏବିଷୟରେ ଗ୍ରୁପର ସୁପରଭାଇଜରଙ୍କୁ ପଚାରିବାରୁ ସେ ଡାକ ବିଭାଗର ଦୋଷ ଦେଇ ନିଜେ ଖସି ଯାଉଛନ୍ତି। ନିଦ୍ଧିଷ୍ଟ ସମୟରେ ପ୍ରମାଣପତ୍ର ନମିଳିବାରୁ ରାସ୍ତାରେ ଯାଉଥିବା ବେଳେ ପୋଲିସ ଓ ପରିବହନ କେନ୍ଦ୍ର କର୍ମଚାରୀଙ୍କ ତନଖି କରୁଥିବା ବେଳେ ଜୋରିମାନ ଗଣୁଥିବାରୁ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଏ ସର୍ମ୍ପକରେ ପରିବହନ ଅଧିକାରୀଙ୍କ ଯୋଗଯୋଗ କରାଯାଇଥିଲେ ସୁଧା ସେ ଫୋନ୍ ଉଠାଇନଥିଲେ। ଏହା ଉପରେ ଉଚ୍ଚଅଧିକାରୀ ତଦନ୍ତ କରି ସୁପରଭାଇଜରଙ୍କୁ ବଦଳି କରିବା ସହିତ ତାଙ୍କ ଉପରେ କାର୍ଯ୍ୟନୁଷ୍ଠାନ ପାଇଁ ଦାବି କରାଯାଇଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top