ଚଣ୍ଡିଖୋଲ କଲେଜ୍ର ପୂର୍ବତନ ଛାତ୍ରନେତାଙ୍କ ଅକାଳ ବିୟୋଗରେ ଶୋକସଭା

ଯାଜପୁର-୭/୧୧(ଓଡିଆ ପୁଅ/ଏ.ରାଉତ) ଯାଜପୁର ଜିଲା ଚଣ୍ଡିଖୋଲ ସ୍ଥିତ ବାବା ଭୈରବାନନ୍ଦ ସ୍ୱଂୟ ଶାସିତ ମହାବିଦ୍ୟାଳୟ ଛାତ୍ର ସଂସଦର ପୂର୍ବତନ ସଭାପତି ସରୋଜ କୁମାର ମହାନ୍ତିଙ୍କ(୪୦) ଅକାଳ ବିୟୋଗରେ କଲେଜ୍ ପରିସରରେ ଏକ ଶ୍ରଦ୍ଧାଞ୍ଜଳି ସଭା ମଙ୍ଗଳବାର ଦିନ ଅନୁଷ୍ଠିତ ହୋଇଯାଇଛି । କଲେଜ୍ ପୁରାତନ ଛାତ୍ର ସଂଘ ଓ ଛାତ୍ର ସାଂସଦ ମିଳିତ ଆନୁକୁଲ୍ୟରେ ଆୟୋଜିତ ଏହି ଶ୍ରଦ୍ଧାଞ୍ଜଳି ସଭାରେ କଲେଜ୍ ଅଧ୍ୟକ୍ଷ ଡ଼ଃ କେଦାର ନାଥ ଦାଶଙ୍କ ଅଧ୍ୟକ୍ଷତା କରିଥିଲେ । ଏହି ସଭାରେ ଅଲ୍ ଓଡ଼ିଶା ବେସରକାରୀ ଶିକ୍ଷକ ମହାସଂଘର ସାଧାରଣ ସଂପାଦକ ଅଜୟ କୁମାର ସାମଲ, ଅଧ୍ୟାପିକା ରେଣୁବାଳା ପୃଷ୍ଟି, ପୁରାତନ ଛାତ୍ର ସଂଘ ସାଧାରଣ ସଂପାଦକ ଆଇନ୍ଜୀବୀ ଦେବରାଜ ବେହେରା, ଅଧ୍ୟାପକ ସଲିଳ ରାଜନନ୍ଦନ ମହାନ୍ତି ଓ ବିଜୟ କେତନ ସାମଲ, ଡ଼ଃ ଦିଲିପ୍ କୁମାର ନାୟକ, ପ୍ରମୋଦ କୁମାର ଜେନା, ଅନିଲ୍ କୁମାାର ଦାସ, ମାନସ ରଂଜନ ବିଶ୍ୱାଳ, ଆଇନଜୀବୀ ନଗେନ୍ଦ୍ର କୁମାର ପାତ୍ର, ସରୋଜ କୁମାର ରଣା ଓ ଅମିନ ଚରଣ ନାୟକ, ଛାତ୍ର ସଂସଦ ସଭାନେତ୍ରୀ ସରିତା ସ୍ୱାଇଁ, ସାଧାରଣ ସଂପାଦକ ସ୍ମିତାରାଣୀ ନାୟକ, ଉପ ସଭାନେତ୍ରୀ ରାଜଲକ୍ଷ୍ମୀ ନାୟକ, ବାଦଲ୍ କୁମାର ବାରିକ୍, ହିମାଂଶୁ ବେହେରା, ଏ.ଏସ୍.ଆନନ୍ଦ ବିଦ୍ୟଜ୍ୟୋତି ଧଳ ପ୍ରମୁଖ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ସଭା ଆରମ୍ଭରେ ତାଙ୍କ ଅମର ଆତ୍ମାର ସଦଗତି କାମନା କରି ଦୁଇ ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା । ସ୍ୱର୍ଗତ ମହାନ୍ତି ଦୀର୍ଘ କିଛିଦିନ ଧରି ରୋଗରେ ପିଡ଼ୀତ ହୋଇ ଚିକିସôିତ ହେଉଥିଲେ । ଗତ ସୋମବାର ଦିନ ତାଙ୍କର ବିୟୋଗ ହୋଇଥିଲା । ସେ ଜଣେ ସୁନାମଧନ୍ୟ ଛାତ୍ରନେତା ଭାବେ ନିଜକୁ ପ୍ରତିତିଷ୍ଠ କରିପାରିଥିଲେ । ୧୯୯୭-୯୮ ଶିକ୍ଷା ବର୍ଷରେ ସେ ଛାତ୍ର ସଂସଦର ସଭାପତି ଭାବେ ନିର୍ବାଚିତ ହୋଇ ମହାବିଦ୍ୟାଳୟର ବହୁ ବିକାଶ ମୂଳକ କାର୍ଯ୍ୟରେ ନିଜକୁ ସାମିଲ କରିଥିଲେ । ତାଙ୍କ ମୃତୁ୍ୟ ସମ୍ବାଦ ପ୍ରଚାରିତ ହେବା ପରେ ସମଗ୍ର ବଡ଼ଚଣାରେ ଶୋକର ଛାୟା ଖୋଳିଯାଇଛି ।

Leave a Reply

Your email address will not be published. Required fields are marked *