ଓଡ଼ିଶା

ଚଣ୍ଡିଖୋଲରେ ଭାରତବନ୍ଦ ଆଂଶିକ ସଫଳ, ଶାନ୍ତିପୂର୍ଣ୍ଣ ନାମରେ ମାଡପିଟ ଓ ପୋଡାଜଳା,

ଯାଜପୁର, ୨.୦୪.(ଓଡିଆ ପୁଅ/ମାନସ ରାଉତ)- ଅନୁସୂଚିତବର୍ଗଙ୍କ ମାନବିକଅଧିକାର କ୍ଷୁର୍ଣ୍ଣ କରୁଥିବା ସୁପ୍ରିମ୍କୋର୍ଟଙ୍କ ଏସ୍ସିଏସ୍ଟ ଅଟ୍ରୋସିଟି ଆଇନ୍ର ପୁନଃବିଚାର ଦାବିରେ ମିଳିତକ୍ରିଅନୁଷ୍ଟାନ ତରଫରୁ ଚଣ୍ଡିଖୋଲରେ ଭାରତବନ୍ଦ କରାଯାଇଥିଲା। ପ୍ରକାଶଥାଉକି ୨୦୧୬ ମସିହାରେ ସୂଚନା ଅଧିକାର ଆଇନ୍ ଅନୁଯାୟୀ ତଫସିଲଭୂକ୍ତ ଜାତି ଙ୍କ ଉପରେ ଘଟିଥିବା ଅତ୍ୟାଚାର ମାମଲା ୪୦୮୦୧ ହୋଇଥିବାବେଳେ ଜନଜାତିଙ୍କ ଉପରେ୬୫୬୮ଟି ମାମଲା ହୋଇଅଛି। ପୁନଃଶ୍ଚ ତଫସିଲଭୁକ୍ତଜାତିଙ୍କ ଉପରେ ଘଟିଥିବା ମୋ÷ଟ୍ ୧, ୪.୯୭୯ଟିମାମଲା ମଧ୍ୟରୁ ୧୪, ୬୧୫ଟିମାମଲା ଓ ଜନଜାତିଙ୍କ ଉପରେ ଘଟିଥିବା ୨୩, ୪୦୮ ମାମଲା ମଧ୍ୟରୁ ୨, ୬୯୫ଟି ମାମଲା ବିଚାର ଶେଷ ହୋଇଛି। ଅର୍ଥାତ ତଫସିଲଭୁକ୍ତଜାତିଙ୍କ ଉପରେ ୮୯% ଓ ଜନଜାତିଙ୍କ ଉପରେ ୮୭% ଭାଗ ମାମଲା ବିଚାର ଅଛି। ସେହିପରି ବିଚାର ବିଭାଗ ବିଳମ୍ବ ମିଥ୍ୟା ମାମଲା ସଂଖ୍ୟା ଏସ୍ସି ୫୩୪୭ ଓ ଏସ୍ଟି ୯୧୨ ରହିଥିଲା। ଏନ୍.ସି.ଆର୍.ବି ପରିସଂଖ୍ୟାନଅନୁଯାୟୀ ଏହି ଦୁଇବର୍ଷ ଭିତରେ ବଢ଼ିଚାଲିଥିବା ଅତ୍ୟାଚାର ତୀବ୍ରତା ଅତିକମ ଦୋଷୀ ସାବ୍ୟସ୍ତ ହାର ଓ ଉଚ୍ଚ ଦୋଷମୁକ୍ତହାର ବିଚାର ପ୍ରକ୍ରିୟାର ବିଳମ୍ବତା ପାଇଁ ଦର୍ଶାଉଛି। ସୁପ୍ରିମକୋର୍ଟ ଏଥିମଧ୍ୟରୁ କେବଳ ମିଥ୍ୟା ମାମଲା ସଂଖ୍ୟାକୁ ବିଚାରକୁ ନେଇଥିବାବେଳେ ଅନ୍ୟପରିସଂଖ୍ୟାନ ଗୁଡ଼ିକୁ ବିଚାରକୁ ନେଇନାହାନ୍ତି। ଏଥିପାଇଁ ଜଣାଶୁଣା ଅତିଦୟନୀୟ ସାମାଜିକ ଓ ଅର୍ଥନୈତିକ କାରଣଗୁଡ଼ିକୁ ଏଡ଼ାଇ ଦେଇଯାଇଛନ୍ତି। ସବୁ ମାମଲାକୁ ମିଥ୍ୟା ନ ଧରି ବରଂ ଏହା ମିଥ୍ୟା ହେବାର କାରଣ ଦୁର୍ବଳ ତଦନ୍ତ, ସାକ୍ଷୀମାନଙ୍କ ଉପରେ ଚାପ, ଭୟ, ଅଭିଯୋଗ ଫର୍ଦ୍ଧରେ ଦୁର୍ବଳତା, ସରକାରୀ ଓକିଲ ପରିଚାଳନାରେ ଦୁର୍ବଳତା, ବିଚାରରେ ଅହେତୁକ ଦୁର୍ବଳତା ଆଦି କାରଣ ହୋଇପାରେ। ଯାହାର ଉଦାହରଣ୧୯୯୬ ମିସହାରେ ବଥାନିତୋଳାରେ ୨୧ ଜଣ ଦଳିତଙ୍କୁ ଗଣହତ୍ୟା କରାଯାଇଥିବାଲାବେଳେ ସୁପ୍ରିମକୋର୍ଟ ୨୩ ଜଣଙ୍କୁ ଖଲାସ କରିଥିଲା।୧୯୯୭ ମସିହାରେ ବାଥେ ଗଣହତ୍ୟାରେ ୨୬ଜଣଙ୍କୁ ପାଟନା ହାଇକୋର୍ଟ ଦୋଷମୁକ୍ତ କରିଦେଇଥିଲା। ସେହିପରି ଏହିବର୍ଗଙ୍କ ବିରୋଧରେ ମିଥ୍ୟା ମାମଲା ସଂଖ୍ୟା ଏସ୍ସି ୫୫୩୪୭ଟି ଓ ଏସ୍ଟି ୯୧୨ କେଶ୍ ମିଥ୍ୟା ଘୋଷିତ ହୋଇଛି। ଦେଶର ପ୍ରତି ୧୨ ମିନିଟିରେ ଜଣେ ବ୍ୟକ୍ତି ଆଟ୍ରୋସିଟ୍ ଆକ୍ରମଣ କରାଯାଉଛି। ଏହାକୁ ବିଚାରକୁ ନ ନେଇ ସୁପ୍ରିମକୋର୍ଟ ୧୯୮୯ ଏସ୍ସି ଓ ଏସ୍ଟି ପ୍ରିଭେନ୍ସ୍ ଆକ୍ଟ ମାମଲାରେ ସରକାରୀ ଅଭିଯୁକ୍ତମାନଙ୍କୁ ୨ମାସ ମହଲତ ଓ ବେଲ୍ ଦେବା ଏହି ବର୍ଗଙ୍କ ଉପରେ ଅତ୍ୟାଚାରକୁ ବୃଦ୍ଧି ଓ ପ୍ରଭାବିତ କରିବ। ତେଣୁ ସୁପ୍ରିମକୋର୍ଟ ତୁରନ୍ତ ସମୀକ୍ଷା କରି ପୁନଃବିଚାର କରିବା ଦରକାର। ମିଳିତ କମିଟିର ସଂଯୋଜକ ମନୋରଂଜନ ଜେନା ଓ ଆବାହକ ନିହାର ରଂଜନ ସାମଲ ଓ ପବନେଶ୍ୱର ଜେନାଙ୍କ ନେତ୍ୃତ୍ୱରେ ସୁରେନ୍ଦ୍ର ମଲ୍ଲିକ, ଅବଦୁଲ କଲାମ, .କାର୍ତିକ ମଲ୍ଲିକ, ବସନ୍ତ ମଲ୍ିକ, ଅଭିମନ୍ୟୁ ମଲିକ, ଦୁର୍ଯୋଧନ ଦଳାଇ, ବେଣୁଧର ମଲ୍ଲିକ, ଭଗତଦାସ, ମାଗୁଣି ଜେନା, ରାଜେସ ଜେନା, ସରୋଜ ମଲ୍ଲିକ, ପ୍ରଶାନ୍ତ ଜେନା ଓ ଅନାମ ମଲିକ ନେତୃତବରେ ଶତାଧିକ କର୍ମୀ ଭାରତବନ୍ଦରେ ସାମିଲ ହୋଇଥିଲେ। ତେବେ ଏହି ଜାତୀୟ ରାଜପଥ ବନ୍ଦ ସମୟରେ ସେଠାରେ ଅବରୋଧ କାରୀ ମାନେ ମାନେ ମଦ ପିଇବା ସହିତ ସୁଙ୍ଗୁଡା ଗ୍ରାମର ସେକ୍ ଫିରୋଜକୁ ନିଧୁମ ମାଡ ମରିଥିବା ନେଇ ସେ ଅଭିଯୋଗ କରିଛନ୍ତି। ଏପରକି ଅନ୍ୟଜଣେ ବୟଜ୍ୟଷ୍ଠ ଲୋକଙ୍କ ଗାଡି ଏବଂ ତାଙ୍କୁ ମାଡ ମାରିବା ଗାଳିଗୁଲଜ କରିଥିବାର ଦେଖାଯାଇଥିଲା। ଏପରକି ପୋଲିସ କର୍ମଚାରୀ ଏବଂ ଅଧିକାରଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରିଥିବା ଖୋଜ ପୋଲିସ ଅଧିକାରୀ କହିବା ସହିତ ଏହାକୁ ନେତୃତ ନେଇଥିବା ଲୋକଙ୍କୁ ମଧ୍ୟ ଡାକି କହିଥିଲେ। ସେହିପରି ରାସ୍ତାରେ ଟାୟାର ଜାଳିବାର ନିୟମ ନଥିବା ସତ୍ତ୍ୱେ ଟାୟର ଜାଳିଥିବାର ଦେଖାଯାଇଥିଲା। ଯାହାକୁ ନେଇ ବହୁ ବୃଦ୍ଧିଜୀବି ନାପସନ୍ଦ କରିବା ସହିତ ରାସ୍ତା ଅବରୋଧ କରିବାର କିଛି କାରଣ ନଥିବା କହିଛନ୍ତି। ଏନେଇ କେତକ ସଂଘଠନ ଜନସ୍ୱାର୍ଥ ମାମାଲା କରିବେ ବୋଲି ସୂଚନା ଦେଇଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top