ଚଣ୍ଡିଖୋଲରେ ଟିଟୋ ଲିଙ୍କ୍: ରୁବି ମୋଟର୍ରସ୍ ଉପରେ କ୍ରାଇମବ୍ରାଂଚର ଚଢାଉ, ୨ ହାଇୱା ଜବତ

ଯାଜପୁର, ୧୧/୦୭ (ଓଡିଆ ପୁଅ/ମାନସ ରାଉତ)- ଚଣ୍ଡିଖୋଲରେ ଗ୍ୟାଙ୍ଗ ଷ୍ଟାର ଟିଟୋର ଏନାକାଉଂଟର କରି ଗିରଫ କରିବା ପରେ ଏସଟିଏଫ ଟିମ୍ ରିମାଣ୍ଡରେ ନେବା ପରେ ବିଭିନ୍ନ ଅଂଚଳରେ ତାହାର ରହିଥିବା ଅପରାଧିକ ଲିଙ୍କ ଏବଂ ଅର୍ଥନୌତିକ କାରବାର ନେଇ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି। ବୁଧବାର ଚଣ୍ଡିଖୋଲ ଅଂଚଳରେ ଟିଟୋର ବ୍ୟବସ୍ଥାୟିକ ଲିଙ୍କ ରହିଥିବା ନେଇ ଜାଣିବା ପରେ ଆଜି ଧର୍ମଶାଳା ଥାନା କଂଟିଗଡିଆ ନିକଟସ୍ଥ ରୁବି ଆସୋସିଏଟର୍ସ ଉପରେ ଏକ ଟିମ୍ ଚଢ଼ାଉ କରି ୨ଟି ହାୱାକୁ ଜବତ କରିଥିବା ଜଣାଯାଇଛି। କଣ୍ଟିଗଡ଼ିଆ ସ୍ଥିତ ଟାଟା ମୋଟର୍ସ୍ର ଅଧିକୃତ ରୁବି ଆସୋସିଏଟର୍ସ (ମୋଟର୍ସ୍) ଉପରେ ଚଢାଉ କରି ସେଠାରୁ ଟିଟୋର ୨ଟି ଦଶ ଚକିଆ ହାଇୱା ମରାମତି ହେଉଥିବା ବେଳେ ଜବତ୍ କରିଛି। ଅପରାଧ ନିୟନ୍ତ୍ରଣ ଶାଖାର ଇନସପେକ୍ଟର ଭାଲେଟିନା ରାୟଙ୍କ ନେତୃତ୍ୱରେ ପୋଲିସ୍ ଏହି ୟୁନିଟ୍ ଚଢାଉରେ ସାମିଲ ହୋଇଥିଲେ। ଟିଟୋ ଗୋଷ୍ଠିରେ ରହିଥିବା ଏହି ହାଇୱା ଦୁଇଟିର ସମ୍ପର୍କ ରହିଥିବା ସୂଚନା ପାଇବା ପରେ ଏଠାରେ ଚଢାଉ କରିଥିଲେ ବୋଲି ସୂଚନା ଦିଆଯାଇଛି। ଜବତ ପରେ ଗାଡ଼ି ଦୁଇଟିକୁ ବଡ଼ଚଣା ଥାନାକୁ ନିଆଯାଇଥିଲା। ଜବତ ଗାଡ଼ି ଦୁଇଟିର ନଂ ହେଲା ଓଡ଼ି ୨୯ ଡ଼ି ୨୫୮୬ ଓ ଓଡ଼ି ୨୯ ବି ୯୮୦୬ ଅଟେ। ଟିଟୋକୁ ଜେରା କଲାବେଳେ ତାର ବୟାନକୁ ଆଧାର କରି ଖବର କ୍ରାଇମ୍ବ୍ରାଂଚ୍ଞ୍ଚ ଅଧିକାରୀମାନେ ସଂଗ୍ରହ କରିବା ପରେ ଚଢାଉ କରିଥିଲେ। ସେହିଭଳି ଟିଟୋର ସମ୍ପକୀୟଙ୍କ ନାମରେ ବିଭିନ୍ନ ଖାଦାନ ଦର୍ପଣ ତହସିଲ ଅଂଚଳରେ ଚାଲୁଥିଲା। ଟିଟୋ ଗିରଫ ହେବା ପରେ କ୍ରାଇମ୍ବ୍ରାଂଚଞ୍ଚତାର ବ୍ୟବସାୟିକ ପ୍ରତିଷ୍ଟାନଗୁଡ଼ିକ ଗୋଟିକ ପରେ ଗୋଟିଏ ସିଲ୍ କରିବାରୁ ତା ନିର୍ଦ୍ଦେଶରେ ଦର୍ପଣ ତହସିଲ ଅଂଚଳରେ ଚାଲୁଥିବା ଖାଦାନଗୁଡ଼ିକ ଏବେ ବନ୍ଦ ହୋଇଯାଇଛି। ମାଣ୍ଡୁକା, ଅଚ୍ୟୁତବସନ୍ତ, ମଝିପଡ଼ା ଆଦି ପାହାଡ଼ଗୁଡ଼ିକରେ ଦୈନଦିନ ମୋରମ ଓ ବୋଲଡ଼ର ଖନନ କରାଯାଇ ଚାଲାଣ କରାଯାଇଥିଲା। କ୍ରାଇମ୍ବ୍ରାଂଚର ଚଢାଉ ପରେ ସମ୍ପୁକ୍ତ ଖାଦାନଗୁଡ଼ିକ ବନ୍ଦ ହୋଇଯବା ସହ ସେଠାରେ ବ୍ୟବହୃତ ଗାଡ଼ି ଓ ମେସିନଗୁଡ଼ିକ ଅଣ୍ଡରଗ୍ରାଉଣ୍ଡ ହୋଇଯାଇଛି ଥିବା ଜଣାଯାଇଛି। ତେବେ ଧିରେ ଧିରେ ତାହାର ପେଡି ଖୋଲୁଥିବାରୁ ଏହି ଅଂଚଳରେ ଚର୍ଚ୍ଚା ଧୋର ଧରିଛି। ଅଧିକ ତଦନ୍ତ ଜାରି ରହିଛି ତାହାକୁ ଅଧାର କରି କାର୍ଯ୍ୟାନୁଷ୍ଟାନ ନିଆଯିବ ବୋଲି ଇନସପେକ୍ଟର ଶ୍ରୀମତୀ ରାୟ ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *