ଓଡ଼ିଶା

ଚଣ୍ଡିଖୋଲଠାରେ ନିର୍ମାଣ ହେବ ରଣନୈତିକ ଭୂତଳ ତୈଳ ଭଣ୍ଡାର : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କୁ କୃତଜ୍ଞତା ଏବଂ କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଧନ୍ୟବାଦ ଜଣାଇଲା ରାଜ୍ୟ ବିଜେପି

– କେନ୍ଦ୍ର କ୍ୟାବିନେଟ ବୈଠକରେ ତୈଳ ଭଣ୍ଡାର ନିର୍ମାଣ ପାଇଁ ଅନୁମୋଦନ
ଭୁବନେଶ୍ୱର, ୨୭/୦୬ (ଓଡ଼ିଆ ପୁଅ) : ସର୍ବଦା ପୂର୍ବ ଭାରତର ବିକାଶ ଏବଂ ବିଶେଷ କରି ଓଡିଶାର ବିକାଶକୁ ପ୍ରାଧାନ୍ୟ ଦେଇ କାର୍ଯ୍ୟ କରୁଥିବା ପ୍ରିୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ପରିଚାଳିତ କେନ୍ଦ୍ର ସରକାର ରାଜ୍ୟର ବିକାଶ ପାଇଁ ଆଉ ଗୋଟିଏ ବଡ ନିଷ୍ପତି ଆଜି ନେଇଛନ୍ତି। ଓଡିଶାର ଚଣ୍ଡିଖୋଲ ଏବଂ କର୍ଣ୍ଣାଟକର ପାଦୁରଠାରେ ଅତିରିକ୍ତ ୬୦୫ ନିୟୁତ ମେଟ୍ରକ ଟନ କ୍ଷମତା ବିଶିଷ୍ଟ ରଣନୈତିକ ତୈଳ ଭଣ୍ଡାର ପ୍ରତିଷ୍ଠା କରାଯିବାକୁ ଆଜି ଏକ ଗୁରୁତ୍ୱପୂର୍ଣ୍ଣ କେନ୍ଦ୍ର କ୍ୟାବିନେଟରେ ନିଷ୍ପତି ଗ୍ରହଣ କରାଯାଇଛି। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଏହି ସଂକ୍ରାନ୍ତିୟ ପ୍ରସ୍ତାବକୁ ଅନୁମୋଦନ କରାଯାଇଛି। ଚଣ୍ଡିଖୋଲଠାରେ ହେବାକୁ ଥିବା ଏହି ୪ ନିୟୁତ ମେଟ୍ରିକ ଟନ କ୍ଷମତା ବିଶିଷ୍ଟ ତୈଳ ଭଣ୍ଡାର ମାଧ୍ୟମରେ ୧୦ ଦିନ ପର୍ଯ୍ୟନ୍ତ ଦେଶର ଇନ୍ଧନ ଆବଶ୍ୟକତା ପୂରଣ କରାଯାଇପାରିବ। ଏହି ପ୍ରକଳ୍ପ ଦ୍ୱାରା ଓଡିଶା ଭଳି ଏକ ପଛୁଆ ଏବଂ ଦୁର୍ବଳ ଆର୍ଥିକ ପରିସ୍ଥିତି ଥିବା ରାଜ୍ୟର ଆର୍ଥିକ ସ୍ୱଚ୍ଛତା ବୃଦ୍ଧି ପାଇବା ସହ ପ୍ରତ୍ୟକ୍ଷ ଏବଂ ପରୋକ୍ଷରେ ବହୁ ସଂଖ୍ୟାରେ ନିଯୁକ୍ତି ପାଇଁ ସୁଯୋଗ ସୃଷ୍ଟି କରିବ। ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତିକୁ ରାଜ୍ୟ ବିଜେପି ସ୍ୱାଗତ ଜଣାଇବା ସହ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କୁ କୃତଜ୍ଞତା ଜ୍ଞାପନ କରିଛି। ସେହିପରି କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଆନ୍ତରିକତା କାରଣରୁ ଓଡିଶାରେ ଏହି ପ୍ରକଳ୍ପ ନିର୍ମାଣ ସମ୍ଭବ ହୋଇପାରୁଥିବା କାରଣରୁ ଶ୍ରୀ ପ୍ରଧାନଙ୍କୁ ରାଜ୍ୟ ବିଜେପି ତରଫରୁ ଧନ୍ୟବାଦ ଜ୍ଞାପନ କରାଯାଇଛି ବୋଲି ରାଜ୍ୟ ମୁଖପାତ୍ର ଶ୍ରୀ ଗୋଲକ ପ୍ରସାଦ ମହାପାତ୍ର କହିଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top