ଚକ୍ରୋଡା ପଂଚାୟତର ସମସ୍ତ ଗ୍ରାମକୁ ଗୋଟିଏ ସମବାୟ ସମିତି ଅଧିନରେ ରଖିବା ପାଇଁ ଜିଲ୍ଲାପାଳଙ୍କୁ ଦାବୀ

କେନ୍ଦ୍ରାପଡା ୧୪/୧୧– ( ଓଡିଆ ପୁଅ / ଚିତ୍ତରଞ୍ଜନ ଦାସ ) – କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଚକ୍ରୋଡା ପଂଚାୟତର ସମସ୍ତ ଗ୍ରାମ ଗୁଡିକୁ ଗୋଟିଏ ପ୍ରାଥମିକ କ୍ୃଷି ସେବା ସମବାୟ ସମିତି ଅଧିନରେ ରଖିବା ପାଇଁ ପଂଚାୟତର ପୂର୍ବତନ ସରପଂଚ ବଂଶୀଧର ରାଉତ ଆଜି ଜିଲ୍ଲାପାଳଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ଏହି ପଂଚାୟତର ୩ଟି ଗ୍ରାମ ନରିଲୋ,ଚକ୍ରୋଡା ଓ କନ୍ତିଆ ଭରତପୁର ପ୍ରାଥମିକ କ୍ୃଷି ସେବା ସମବାୟ ସମିତି ଅଧିନରେ ଥିବାବେଳେ ଅନ୍ୟ ୩ଟି ଗ୍ରାମ ଓର୍ଷକା,ତରାପୁର ଓ ମାଗୁରାଗଣ୍ଡ ପାଟଣା ୮କିଲୋମିଟର ଦୁର ଜମଧର ପ୍ରାଥମିକ କ୍ୃଷି ସେବା ସମବାୟ ସମିତି ଅଧିନରେ ରହିଛି । ଯାହାଦ୍ୱାରାକି ଜମଧର ପ୍ରାଥମିକ କ୍ୃଷି ସେବା ସମବାୟ ସମିତି ଅଧିନରେ ଥିବା ୩ଟି ଗ୍ରାମର କ୍ୃଷକମାନେ ସମସ୍ତ ସରକାରି ସୁବିଧା ସୁଯୋଗରୁ ବଂଚିତ ହେବାସହ ରାଜନୈତିକ ଆକ୍ରୋଶର ଶିକାର ହେଉଛନ୍ତି । ତେଣୁ ଏହି ପଂଚାୟତର ୬ଟି ଗ୍ରାମକୁ ଭରତପୁର ପ୍ରାଥମିକ କ୍ୃଷି ସେବା ସମବାୟ ସମିତି ଅଧିନରେ ରଖିବା ପାଇଁ ଶ୍ରୀ ରାଉତ ଜିଲ୍ଲାପାଳଙ୍କୁ ଅନୁରୋଧ କରିଥିଲେ ।

Leave a Reply

Your email address will not be published. Required fields are marked *