ଜିଲ୍ଲା ପରିକ୍ରମା

ଚକବନ୍ଧୀ କମିଶନଙ୍କ କ୍ୟାମ୍ପ କୋର୍ଟ

ପୁରୀ:୨୮/୭(ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): ଚକବନ୍ଧୀ କମିଶନଙ୍କ କ୍ୟାମ୍ପ କୋର୍ଟ ପୁରୀରେ ଖୋଲାଯାଇଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ଏଥିପାଇଁ ଗୋଟିଏ କୋଠରୀ ଯୋଗାଇ ଦିଆଯାଇଛି। ଚକବନ୍ଧୀ କମିଶନ ଡô. ବନାନୀ ମହାନ୍ତି ଶ୍ରକୁବାର କୋର୍ଟ କାର୍ଯ୍ୟ ଆରମ୍ଭ କରିଛନ୍ତି। ପ୍ରତି ମାସରୀ ଶେଷ ଶୁକ୍ରବାର ସେ ପୁରୀ ଗସ୍ତରେ ଆସି କ୍ୟାମ୍ପ କୋର୍ଟ କରିବେ ବୋଲି ସୂଚନା ମିଳିଛି। ଏହାଦ୍ୱାରା ମୋକଦ୍ଦମା ଗୁଡିକର ବିଚାର ତ୍ୱରାନ୍ୱିତ ହେବା ସହ ପୁରୀ ଲୋକଙ୍କ ଆଉ ଖର୍ଚ୍ଚାନ୍ତ ହୋଇ ଭୁବନେଶ୍ୱର ଯିବାକୁ ପଡିବ ନାହିଁ। ଚକବନ୍ଦୀ କମିଶନଙ୍କ କୋର୍ଟରେ ୧୯୮୭ରୁ ଏପର୍ଯ୍ୟନ୍ତ ୪୯୦୦ ମୋକଦ୍ଦମା ବିଚାରଧୀନ ରହିଛି। ଶୁକ୍ରବାର ୧୦୦ଟଇ ମାମଲାର ଶୁଣାଣି ପାଇଁ କୋର୍ଟ ନୋଟିସ ଜାରି କରିଥ୍ôଲେ। ସେଥିରୁ ୬୪ଟି ଶୁଣାଣି କରାଯାଇଛି। ଅନୁପସ୍ଥିତ ଥିବା ପକ୍ଷମାନେ ଅଗଷ୍ଟ ୧୦ତାରିଖରେ ଭୁବନେଶ୍ୱର କୋର୍ଟରେ ସେମାନେ ପକ୍ଷ ରଖିପାରିବେ ବୋଲି ଶ୍ରୀମହାନ୍ତି ପ୍ରକାଶ କରିଛନ୍ତି। ପୁରୀରେ ଚକବନ୍ଦୀ କ୍ୟାମ୍ପ କୋର୍ଟ ଖୋଲିବା ପାଇଁ ଓକିଲ ସିଂଘ ପକ୍ଷରୁ ଦୀର୍ଘଦିନ ଧରି ଦାବି ହୋଇ ଆସୁଥିଲା।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top