ଜିଲ୍ଲା ପରିକ୍ରମା

ଚଉଦ ମହଲା ମୁସ୍ଲିମ ଜମାତ୍ର ସାଧାରଣ ସଂପାଦକ ସମ୍ବର୍ଦ୍ଧିତ

ଭଦ୍ରକ, ୧ା୯ (ଓଡ଼ିଆ ପୁଅ / ପ୍ରମୋଦ ରାୟ) – ଭଦ୍ରକ ଏକ ଭାଇଚାରର ସହର । ହିନ୍ଦୁ ମୁସଲମାନ ଦୁଇ ସଂପ୍ରଦାୟ ମଧ୍ୟରେ ସବୁବେଳ ଭ୍ରାତୃତ୍ୱର ପରାକାଷ୍ଠା ଦେଖିବାକୁ ମିଳିଛି । ଏହି ଦୁଇ ମସଂପ୍ରଦାୟ ମଧ୍ୟରେ ସଦ୍ଭାବନା ବଜାୟ ରଖିବା କ୍ଷେତ୍ରରେ ପୁରୁଣାବଜାର ଚଉଦମହଲା ମୁସ୍ଲିମ ଜମାତ୍ର ଭୂମିକା ବହୁ ଅଧିକ । ଏହି ସଂସ୍ଥାରେ କାର୍ଯ୍ୟ କରୁଥିବା ସମସ୍ତ କର୍ମକର୍ତ୍ତା, ସଦସ୍ୟଙ୍କ କାର୍ଯ୍ୟ ନିଶ୍ଚିତ ପକ୍ଷେ ପ୍ରଶଂସନୀୟ । ସେମାନଙ୍କ ମଧ୍ୟରେ ମୁସ୍ଲିମ ଜମାତ୍ର ସାଧାରଣ ସଂପାଦକ ଇନାମ ମହମ୍ମଦ ଅନ୍ୟତମ । ତାଙ୍କର ସମାଜସେବା ପ୍ରତି ଉଲ୍ଳେଖନୀୟ କାର୍ଯ୍ୟ ଯୋଗୁ ସ୍ୱାୟତ୍ତ ଶାସନ ଦିବସରେ ଭଦ୍ରକ ପୌରପାଳିକା ତାଙ୍କ ସମ୍ବର୍ଦ୍ଧିତ କରିଛନ୍ତି । ପୌରାଧ୍ୟକ୍ଷ ମାନସ ମହାନ୍ତିଙ୍କ ସଂଯୋଜନାରେ ଟାଉନହଲରେ ଅନୁଷ୍ଠିତ ଉତ୍ସବରେ ଜିଲ୍ଳାପାଳ ଜ୍ଞାନ ଦାସ, ସାଂସଦ ଅର୍ଜୁନ ଚରଣ ସେଠୀ, ବିଧାୟକ ଯୁଗଳ କିଶୋର ପଟ୍ଟନାୟକ, ପୌର ଉପାଧ୍ୟକ୍ଷା କୌସେରା ବେଗମ୍, ପୌର ନିର୍ବାହୀ ଅଧିକାରୀ ହିତାଂଶୁ ଶେଖର ସାମଲ ପ୍ରମୁଖ ଯୋଗ ଦେଇ ସମାଜସେବୀ ଇନାମଙ୍କୁ ଉତ୍ତରୀୟ ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top