ଓଡ଼ିଶା

ଚଉଦ ନାହାକା ବୁଲି ପ୍ରଥମ ଭୂଇଁ ଟୁଙ୍ଗୁରା ହେଲା

ପୁରୀ:୧୮/୬ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): ତିନି ରଥରେ ଚଉଦ ନାହାକା ବୁଲିଯାଇଛି। ଏହା ପରେ ପ୍ରଥମ ଭୂଇଁ ଟୁଙ୍ଗୂରା ଯାଇ ଦ୍ୱିତୀୟ ଭୂଇଁ ଛଅ କାଠ ଉଠିଛି। ଚାରିନାହାକାର ଚତୁଃପାର୍ଶ୍ୱରେ ବୁଲିଛି ଚଉଦ ନାହାକା। ତିନି ରଥର ଦଣ୍ଡା ଉପରେ ଖଦିଓରା କାଠ ଖଞ୍ଜା ଯାଇଥିବା। ଖଦି ଓରାରେ ହୋଇଥିବା ବିନ୍ଧରେ ଚଉଦନାହାକା ରଖାଯାଇଛି। ବିଶ୍ୱକର୍ମାଙ୍କ ନିର୍ଦ୍ଦେଶ ଅନୁଯାଇ ଭୋଇ ସେବକ ମାନେ ଏହି ସବୁ କାଠକୁ ଖଞ୍ଜିଛନ୍ତି। ଭୋଇ ସେବକମାନେ ଓଜନିଆ କାଠକୁ ରଥ ଉପରକୁ ବୋହି ନେଲାବେଳେ ଦେଖଣାହାରୀ ଅବାକ୍ ହୋଇଯାଉଥିଲେ। ଠାକୁରଙ୍କ କାର୍ଯ୍ୟକର୍ତା ବେଳେ ସତେ ଯେପରି ମହାପ୍ରଭୁ ଅମାପ ଶକ୍ତି ଭରି ଦେଇଥିଲେ। ମା ଚର୍ଚ୍ଚିକାଙ୍କୁ ଡ଼ାକ ଦେଇ ଏକ ମୁହାଁ କାମ କରାଯାଇଥିଲେ। ଭୋଇ ସେବକ ପୂର୍ବରୁ ପ୍ରଥମ ଭୂଇଁର ଛଅକାଠ ରଥ ଉପରକୁ ଉଠିଥିଲା। ଭୋଇସେବକ ମାନେ ସେସବୁରେ କଇଁଆ ବାଡେ଼ଇ ସଳଖି ଦେଇଥିଲେ। ପରେ ଛଅକାଠରେ ଥିବା ଅଙ୍କାବଙ୍କା ଅଂଶ ସୁଧୁରି ଯାଇଥିଲେ ଚାରିନାହାକାର ସାଲ ସବୁକୁ ଖଦିଓରାର ବିନ୍ଧମାନଙ୍କରେ ଗଳାଇ ଦିଆଯାଇଛି। ଚୁଦ ନାହାକା ବୁଲି ସାରିଲା ପରେ ପ୍ରଥମ ଭୂଇଁ ଟୁଙ୍ଗୁରା ସରିଛି। ପ୍ରଥମ ଭୂଇଁ ରେ ୪ଟି ଖମ୍ବି ପୋତାଯାଇ ଦ୍ୱିତୀୟ ଭୂଇଁର ଛଅକାଠ ମଧ୍ୟ ୁଠିଯାଇଛି। ଏବେ ତୃତୀୟ ଭୂଇଁ ପାଇଁ ସମସ୍ତ ପ୍ରସ୍ତୁତି ସରିଛି। ରଥଖଳାରେ ଦ୍ୱିତୀୟ ଭୂଇଁର ଫ୍ରେମ ପତିଖୋଲି ଦିଆଯାଇଥିଲା। ଦ୍ୱିତୀୟ ଭୂଇଁର କୋଣମାନଙ୍କରେ ଖମ୍ବିମାନ ଖଞ୍ଜା ଯାଇଥିଲା। ନମ୍ବରିଂ କରାଯାଇ ରଥ ନିକଟକୁ ବୋହି ନିଆଯାଇଥିଲା। ଏପଟେ ରଥଖଳାରେ ତୃତୀୟ ଭୂଇଁର ମୂଳଧୁଆ ପଡ଼ିଛି। ତାଳଧ୍ୱଜ ରଥର ଅଁଳାକାମ କରାଯାଉଛି। ଏହା ଦୁଆର ଘଣର ଏକ ଅଂଶ। ରଥର ଚତୁଃପାର୍ଶ୍ୱରେ ଲାଗିବ ଦୁଆରଘଣ। ବିଶ୍ୱକର୍ମା ମାନେ ଜଗପୃଷ୍ଠଶ୍ରେଣୀ ପ୍ରସ୍ତୁତ କରୁଛନ୍ତି। ତିନି ରଥ ପାଇଁ ୫ଟି ଲେଖାଏଁ ଶ୍ରେଣୀ ତିଆରି ହୋଇଛି। ରୂପକାର ମାନେ ମୁହାଁଟ କାର୍ଯ୍ୟ କରୁଛନ୍ତି। ଦୋଳଦେବିରେ କମାର ଓ କରତି ସେବକମାନେ ରଥ ନିର୍ମାଣ କାର୍ଯ୍ୟ ରଖିଛନ୍ତି।ନେତ୍ରୋତ୍ସବ ସୁଦ୍ଧା ରଥର ଭୂଇଁ, ପାରାଭାଡ଼ି, ଖପୁରି ଓ କଳସ କାମ ସରିବ ବୋଲି ବିଶ୍ୱର୍କର୍ମାମାନେ କହିଛନ୍ତି।(ଫାଇଲ ଫଟୋ)

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top