ଜିଲ୍ଲା ପରିକ୍ରମା

ଘୋଡ଼ାନାଚ ପ୍ରଦର୍ଶନ କରି ନରେନ୍ଦ୍ର ପରିଡ଼ା ସମ୍ବର୍ଦ୍ଧିତ

ଭଦ୍ରକ, ୨୩ା୨ (ଓଡ଼ିଆପୁଅ / ପ୍ରମୋଦ ରାୟ) : ସ୍ଥାନୀୟ ନେହେରୁ ଷ୍ଟାଡ଼ିୟମ ଠାରେ ଲୋକକଳା ମହୋସ୍ôବ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଲୋକକଳା ଲୋକ ସଂଗୀତ ଓ ଲୋକ ନାଟକର ବହୁ ଅନୁଷ୍ଠାନ ଅଂଶ ଗ୍ରହଣ କରିଥିଲେ । ମୁଖ୍ୟ ଅତିଥି ଭାବରେ ଜିଲାପାଳ ଜ୍ଞାନ ଦାସ ଓ ଉପଜିଲାପାଳ ନରୋତ୍ତମ ବେହେରା ସଂସ୍କୃତି ବିଭାଗ  ରାଜ୍ୟ ପ୍ରକଳ୍ପ ସଂଯୋଜକ ବାସୁଦେବ ମାଲ ବିଶୋଇ, ଜିଲ୍ଲା ସଂସ୍କୃତି ଅଧିକାରୀ ଗୋଲକ ଚନ୍ଦ୍ର ବେହେରା ପ୍ରମୁଖ ଯୋଗଦେଇ କୃତୀ ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରିଥିଲେ । ଏଥିରେ ଭଦ୍ରକର ନଟରାଜ ସାଂସ୍କୃତିକ ଅନୁଷ୍ଠାନର କଳାକାର ମାନଙ୍କ ଦ୍ୱାରା ବହୁ ପ୍ରଶଂଶିତ ହୋଇ ପ୍ରଥମ ସ୍ଥାନ ପାଇଥିଲେ । ଏହି ଅବସରରେ ଓଡ଼ିଶା ସଂଗୀତ ନାଟକ ଏକାଡ଼େମୀ ଦ୍ୱାରା ପୁରସ୍କୃତ ହୋଇଥିଲା । ନରେନ୍ଦ୍ର ପ୍ରସାଦ ପରିଡ଼ା ଏବଂ ସୁବାଷ ଚନ୍ଦ୍ର ମଲ୍ଲିକଙ୍କୁ ମହୋସ୍ôବ ତରଫରୁ ଜିଲାପାଳ ଏବଂ ସମସ୍ତ ଅତିଥି ମାନେ ମାନପତ୍ର ଉପଢୌକନ ଦେଇ ପୁରସ୍କୃତ କରିଥିଲେ । ସମସ୍ତ କାର୍ଯ୍ୟକ୍ରମକୁ  ସଂସ୍କୃତି ବିଭାଗ ଭଦ୍ରକର ମୁଖ୍ୟ କିରାଣୀ ତାପସ ନାୟକ ପରିଚାଳନା କରିଥିଲେ ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top