ଘାଟିରାସ୍ତାରୁ ବାଇକ୍ ଖସି ୩ଯୁବକ ମୃତ

ପାରଳାଖେମୁଣ୍ଡି,୯ା୩(ଓଡିଆ ପୁଅ/ପ୍ରଶାନ୍ତ କୁମାର ନାୟକ)- ଗଜପତି ଜିଲ୍ଲା ଚନ୍ଦ୍ରଗିରି ନିକଟସ୍ଥ ସିଟିଂ ଘାଟିରାସ୍ତାରୁ ମୋଟର ବାଇକ୍ ୮ଫୁଟ ତଳକୁ ଖସିପଡବା ଯୋଗୁଁ ଘଟଣାସ୍ଥଳରେ ୩ଜଣଙ୍କ ମୃତୁ୍ୟ ଘଟିଛି । ଘଟଣାରୁ ପ୍ରକାଶ ଗୁରୁବାର ମଧ୍ୟ ରାତ୍ରରେ ଚନ୍ଦ୍ରଗିରି ଠାରେ ଥିବା ସିଟିଂ ଘାଟିରାସ୍ତା ଦେଇ ଯାଉଥିବା ଓଡି୦୭କୁ୍ୟ୯୩୧୧ ବିଶିଷ୍ଟ ଟିଭିଏସ ମୋଟର ବାଇକ୍ କୌଣସି କାରଣରୁ ଭାରସାମ୍ୟ ହୋରାଇ ୮ ଫୁଟ ତଳକୁ ଖସି ପଡିଥିଲା । ଏଥିରେ ମୋଟର ସାଇକେଲରେ ବସିଥିବା ୩ ଯୁବକ କଚାଡି ହୋଇ ପଡିବା ଯୋଗୁଁ ଘଟଣାସ୍ଥଳରେ ମୃତୁ୍ୟ ହୋଇଛି । ଏମାନେ ହେଲେ ଗଜପତି ଜିଲ୍ଲାର ଆର.ଉଦୟଗିରି ଥାନାର ପୋଇପାଣି ଗ୍ରାମର ଦିବାକର ବଳିୟାରସିଂ(୨୬),ଗଞ୍ଜାମ ଜିଲ୍ଲା ଜରଡା ଥାନା ସିନ୍ଦୁରପୁର ଗ୍ରାମର ଜିତୁ ବଳିୟାରସିଂ(୨୫) ଓ ରମେଶ ବଳିୟାରସିଂ(୨୭) । ସିଟିଂ ଘାଟି ତଳରୁ  ଚନ୍ଦ୍ରଗିରି ଫାଣ୍ଡି ପୋଲିସ ୩ ଜଣଙ୍କ ଶବକୁ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ଡାକ୍ତରଖାନାକୁ ସ୍ଥାନାନ୍ତରିତ କରିଛନ୍ତି ।

Leave a Reply

Your email address will not be published. Required fields are marked *