ଜିଲ୍ଲା ପରିକ୍ରମା

ଘାଟିଆଙ୍କ ହାତରେ ଜୀବନ ଡୋର ପ୍ରଶାସନ ସାଜିଛି ନୀରବଦ୍ରଷ୍ଟା, ଲୁଟ୍ ହେଉଛି ଲକ୍ଷଲକ୍ଷ ଟଙ୍କା ରାଜସ୍ୱ

ଭଦ୍ରକ, ୨୭ା୫ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ଜୁଆରିଆ ମନ୍ତେଇ ନଦୀରେ ଜୀବନକୁ ବାଜି ଲାଗଇ ବିପଦପୂର୍ଣ୍ଣ ଘାଟ ପାରି ହେଉଛନ୍ତି ହଜାର ହଜାର ଯାତ୍ରୀ । ପ୍ରତି ମୁହୂର୍ତ୍ତରେ କୁମ୍ଭୀର ପାଟିରେ ଜୀବନ ଯିବାର ଭୟ ରହିଛି । ଉଛୁଳା ନଈରେ ଅନଭିଜ୍ଞ ନାଉରିଆଙ୍କ ଉପରେ ଭରସା କରି ସେମାନେ ଘାଟ ପାରି ହେଉଛନ୍ତି । ଆଉ ଏଥିପାଇଁ ଥିବା ସବୁ ସରକାରୀ ନୀତି ନିୟମକୁ ଫୁ କରି ଘାଟିଆ ତା ମର୍ଜିରେ ଘାଟ ପାର କରୁଛି । ଚାନ୍ଦବାଲି ବ୍ଲକ୍ର ଅନେକ ଫେରି ଘାଟରେ ଲାଗୁ ହେଉନି ସରକାରୀ କଟକଣା । ଉଦ୍ଦିଷ୍ଟ ପଂଚାୟତ ଓ ବ୍ଲକ୍ ଅଧିକାରୀଙ୍କ ଛତ୍ରଛାୟା ତଳେ ରହି ଫେରିଘାଟ ଚଳାଉଛନ୍ତି ଘାଟିଆ । କେଉଁଠି ସରପଞ୍ଚଙ୍କୁ ହାତ ମୁଠାରେ ରଖାଯାଉଛି ତ କେଉଁଠି ବ୍ଲକ୍ ଅଧିକାରୀଙ୍କୁ ହାତଗୁଂଜା ଦିଆଯାଉଛି । ବ୍ଲକ୍ର ବିଭିନ୍ନ ଫେରିଘାଟର ନିଲାମ ଅବଧି ମାର୍ଚ୍ଚ ମାସରୁ ସରିଥିଲେ ବି ଆଜିଯାଏ ପୁନଃ ନିଲାମ କରାନଯାଇ ମେ ମାସ ଶେଷ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ କଂଟ ଦିଆଯାଇଛି । ଏ ବିଷୟରେ ବ୍ଲକ୍ ପ୍ରଶାସନ ବିଜ୍ଞପ୍ତି ପ୍ରକାଶ ନକରିବାରୁ ଜିଲାପାଳ ଓ ଉପଜିଲାପାଳଙ୍କ ନିକଟରେ ଅଭିଯୋଗ ହୋଇôଥଲା । ଉପଜିଲାପାଳ ନରୋତ୍ତମ ବେହେରା ଏ ନେଇ ଚିଠି ମଧ୍ୟ କରିସାରିଛନ୍ତି । ହେଲେ ଏଥିପ୍ରତି ବ୍ଲକ୍ ଅଧିକାରୀଙ୍କର ଖାତର ନାହିଁ । ବରଂ ହବାଳି ଘାଟ, ଚୌଧୁରୀ ଫେରିଘାଟ ଓ ବାଂଶଡା ଫେରିଘାଟ, କାଳନନାଳୀ ଫେରିଘାଟର ଯାତ୍ରୀ ମାନଙ୍କ ଠାରୁ ପଇସା ଲୁଟିବାରେ ଲାଗିପଡିଛନ୍ତି । କ୍ଷମତା ଠାରୁ ଅଧିକ ଯାତ୍ରୀଙ୍କୁ ଘାଟପାରି କରିବା, ଆବଶ୍ୟକ ସଂଖ୍ୟକ ଲାଇଫ୍ ଜାକେଟ୍ ଡଙ୍ଗାରେ ନ ରଖିବା ଓ ଘାଟ ପାରି ସଂପର୍କିତ ବ୍ଲକ୍ ଅଫିସ୍ରେ ମରାଯାଇଥିବା ସରକାରୀ ନିୟମକୁ ଖୋଲାଖୋଲି ଉଲ୍ଲଂଘନ କରିବା ଏସବୁ ଘାଟରେ ସାଧାରଣ କଥା । ଗତ ୫ ବର୍ଷ ମଧ୍ୟରେ ଏହି ୩ଟି ଫେରିଘାଟରୁ କୋଟିଏରୁ ଉଦ୍ଧ୍ୱର୍ ଅର୍ଥ ରୋଜଗାର ହୋଇଥିଲେ ମଧ୍ୟ ରାଜସ୍ୱ ବାବଦକୁ ୨ ଲକ୍ଷରୁ କମ୍ ଟଙ୍କା ରାଜକୋଷକୁ ଯାଇଛି । ସେହିପରି ୨୦୧୭-୧୮ ଆର୍ଥିକ ବର୍ଷରେ ହବାଳି ଘାଟ ନିଲାମର ଅନିୟମିତତା ଅଭିଯୋଗରୁ ବ୍ଲକ୍ ଅଫିସ୍ ଘେରାଉ ପର୍ଯ୍ୟନ୍ତ କଥା ଯାଇଥିଲା । ହେଲେ କିଛି ମୁଷ୍ଟିମେୟ ଲୋକଙ୍କ ପ୍ରଭାବରେ ଏହାକୁ ଚାପି ଦିଆଗଲା । ରାଜସ୍ୱ କ୍ଷତି ଘଟାଇ ଘାଟିଆ ଓ ପ୍ରଭାବଶାଳୀ ଲୋକେ ମାଲାମାଲ ହେବା ଓ ଲୋକଙ୍କୁ ବିପଦପୂର୍ଣ୍ଣ ଭାବେ ଘାଟି ପାର ହେବାକୁ ବାଧ୍ୟ କରିବା ପଛରେ କାହାର ହାତ ଅଛି, ଏହାର ତଦନ୍ତ ହେବା ଆବଶ୍ୟକ ବୋଲି ଦାବି ହେଉଛି । ଅନ୍ୟପକ୍ଷରେ ସେତୁ ପାଇଁ ନେତାଙ୍କ ଆନ୍ତରିକତା ରହୁନି ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top