ଘସିପୁରା ବ୍ଲକରେ ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ

ହାଟଡ଼ିହି, ୨୩/୮/ : (ଓଡ଼ିଆ ପୁଅ/ବିକାଶ ବିଶ୍ୱାଳ) ଘସିପୁରା ବ୍ଲକରେ ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବିଡିଓ ମଧୁସ୍ମୀତା ସାମନ୍ତରାୟଙ୍କ ଅଧ୍ୟକ୍ଷତାରେ ସାଇଁକୁଳ ଠାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ବଦ୍ରୀନାରାୟଣ ପାତ୍ର, ସାଂସଦ ଶକୁନ୍ତଳା ଲାଗୁରୀ, ଜିଲ୍ଲାପରିଷଦ ଅଧ୍ୟକ୍ଷା କମଳିନୀ ପାତ୍ର, କେନ୍ଦୁଝର ଜିଲ୍ଲାପାଳ ଆଶିଷ ଠାକରେ, ପିଡି. ନୃଷିହଂ ଚରଣ ସ୍ୱାଇଁ, ଆନନ୍ଦପୁର ବିଧାୟକ ମାୟାଧର ଜେନା, ଜିଲ୍ଲା ସୂଚନା ଲୋକ ସମ୍ପର୍କ ଅଧିକାରୀ ସଞ୍ଜିବ ବାରିକ, ପୁର୍ବତନ ବ୍ଲକ ଅଧ୍ୟକ୍ଷ ଦେବାଶିଷ ପାତ୍ର, ଘସିପୁରା ବ୍ଲକ ଅଧ୍ୟକ୍ଷା ସୁଜାତା ସାହୁ, ଆନନ୍ଦପୁର ବିଡିଓ ଉମାକାନ୍ତ ପରିଡା, ପୁର୍ବତନ ଜିଲ୍ଲାପରିଷଦ ସଦସ୍ୟ ଦେବପ୍ରୀୟ ପାତ୍ର ପ୍ରମୁଖ ଯୋଗଦେଇଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଭିଡିଓ କନଫେରେନସ ମାଧ୍ୟମରେ ଆମଗାଁ ଆମ ବିକାଶ ଯୋଜନାରେ ବ୍ଲକକୁ ୨୧୯ଟି ପ୍ରକଳ୍ପ ପାଇଁ ୫କୋଟି ୯୮ଲକ୍ଷ ଟଙ୍କା ମଞ୍ଜୁର କରିଥିବା ଘୋଷଣା କରିଥିଲେ।

Leave a Reply

Your email address will not be published. Required fields are marked *