କେନ୍ଦୁଝର

ଘଷିପୁରା ବସ ଷ୍ଟାଣ୍ଡରେ ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ

ଘଷିପୁରା ୧୭-୭ (ଓଡ଼ିଆ ପୁଅ/ଦୀପଙ୍କର ମହାନ୍ତି) ଆନନ୍ଦପୁର ପୌରପରିଷଦ ଅଧୀନରେ ଥିବା ଘଷିପୁରା ବସଷ୍ଟାଣ୍ଡକୁ ଆଜକୁ ଏକ ବର୍ଷ ତଳେ ଲୋକାର୍ପଣ କରାଯାଇଥିଲା। ଏହି ସ୍ଥାନକୁ ଦୈନିକ ୧୫୦ ରୁ ଅଧିକ ବସ ଚଳାଚଳ କରୁଛି ମାତ୍ର ଏଠିକାର ପରିମଳ ବ୍ୟବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇଯାଇଛି। ପୌରପରିଷଦ ଏହି ବସ ଷ୍ଟାଣ୍ଡକୁ ଯେପରି ସାବତପୁଅ କରିଦେଇଛନ୍ତି। ଅନେକ ଦିନ ହେଲା ଏହାର ଆଖପାଖ ଏବଂ ଏହାର ଡ୍ରେନରୁ ବର୍ଜ୍ୟବସ୍ତୁ ନିଷ୍କାସନ ହେଉନାହିଁ ଫଳରେ ଏହାର ପରିବେଶ ଅତ୍ୟନ୍ତ ଅସ୍ଵାସ୍ଥ୍ୟ କର ଜନସାଧାରଣଙ୍କ ପାଇଁ ହେଇ ଯାଉଛି। ଚଳିତ ବର୍ଷାରେ ଏହାର ଡ୍ରେନ ସବୁ ପୁରି ଗଲାଣି ମାତ୍ର ପୌରପରିଷଦର ନିଦ ଭାଙ୍ଗିଗଲା ପରି ଜଣା ପଡୁନାହିଁ। ଆମ ଦେଶରେ ଏବେ ସ୍ୱଚ୍ଛ ଭାରତ ଅଭିଯାନ ଚାଲିଛି ଟିଭି ଏବଂ ଅନେକ ପ୍ରଚାର ଚାଲିଥିଲେ ବି ସତେ ଯେପରି ଏଠାରେ ଏହା ଅପହଞ୍ଚ ହୋଇଛି। ଏଣୁ ଏହି ବସ ଷ୍ଟାଣ୍ଡକୁ ପରିଷ୍କାର ନକଲେ ଅଞ୍ଚଳ ବାସୀ ନିକଟରେ ଆନ୍ଦୋଳନ ଆରମ୍ଭ କରିବେ ବୋଲି କହିଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top