ଜିଲ୍ଲା ପରିକ୍ରମା

ଘର ନକରି ଇନ୍ଦିରାଆବସ ଅର୍ଥ ଚଳୁ : ଗ୍ରାମବାସୀ ବିଡିଓଙ୍କ ଦ୍ୱାରସ୍ଥ

ଭଦ୍ରକ, ୬ା୯ (ଓଡ଼ିଆ ପୁଅ / ପ୍ରମୋଦ ରାୟ) – ସରକାରଙ୍କ ଆବାସ ଯୋଜନା ସଂପ୍ରତି ବାଟବଣା ହେଉଛି। ତଞ୍ଚକତା କରି କେତେକ ଅଯୋଗ୍ୟ ବ୍ୟକ୍ତି ଯୋଜନାରେ ସାମିଲ ହେଉଥିବା ଅଭିଯୋଗ ଆସୁଛି। ଅନ୍ୟପକ୍ଷରେ ଘର ନକରି ଇନ୍ଦିରା ଆବାସ ଯୋଜନାରେ ଲକ୍ଷ ଲକ୍ଷ ଟଙ୍କା ଉଠାଯାଇଥିବା ବିଡିଓଙ୍କ ପାଖରେ ଅଭିଯୋଗ ହୋଇଛି। ଘଟଣାର ତଦନ୍ତ କରି ସଂପୃକ୍ତ ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଗ୍ରାମବାସୀ ଦାବି କରିଛନ୍ତି। ଏହି ଜିଲାର ବାସୁଦେବପୁର ବ୍ଲକର ଆରୁହା ପଞ୍ଚାୟତରେ ଗୋଟିଏ ପରିବାରର ଜଣେ ବ୍ୟକ୍ତିଙ୍କ ନାମରେ ଇନ୍ଦିରା ଆବାସ ଯୋଜନାରେ ଏହି ଅର୍ଥ ଉଠାଯାଇଛି। ୨୦୧୬/୧୭ ଆର୍ଥିକ ବର୍ଷ ପଞ୍ଚାୟତରେ ଜଣେ ବାପା ଓ ପୁଅ ନିଜକୁ ଯୋଗ୍ୟ ଦର୍ଶାଇ ଏହି ଯୋଜନାରେ ସାମିଲ ହୋଇଥିଲେ। କାର୍ଯ୍ୟଦେଶ ନେବା ଠାରୁ ଆରମ୍ଭ କରି କିସ୍ତି ଅର୍ଥ ହାତେଇ ଥିଲେ। ଶେଷରେ ଘର ନକରି ସଂପୂର୍ଣ୍ଣ ୧ ଲକ୍ଷ ୨୦ ହଜାର ଟଙ୍କା ଉଠାଇ ନେଲେ। ଏହି ଘଟଣା ପଦାକୁ ଆସିବା ପରେ ସମଗ୍ର ପଞ୍ଚାୟତରେ ଚର୍ଚ୍ଚା ହେଉଛି। ସେ ସମୟରେ ପଞ୍ଚାୟତ ଦାୟିତ୍ୱରେ ଥିବା କାର୍ଯ୍ୟନିର୍ବାହୀ ଅଧିକାରୀ ଓ ଜିଆରଏସ ଘର କରି ନଥିବା ବ୍ୟକ୍ତିଙ୍କ ନାମରେ କିପରି କାଗଜପତ୍ର ପ୍ରସ୍ତୁତ କଲେ ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ତେବେ ଏହି ଅର୍ଥ ଉଠାଣରେ ପଞ୍ଚାୟତର ଦୁଇ ହିତାଧିକାରୀଙ୍କ ହାତ ଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଘଟଣା ସଂପର୍କରେ ପଞ୍ଚାୟତର ଜିଆଏସକୁ ଯୋଗାଯୋଗ କରାଯାଇଥିଲେ ବି ତାଙ୍କ ମୋବାଇଲ ବନ୍ଦ ରହିଥିଲା। ଏ ସଂପର୍କରେ ଅଭିଯୋଗ ଆସିଛି ଏବଂ ଘଟଣାର ସତ୍ୟତା ଉପରେ ତଦନ୍ତ କରାଯିବ ବୋଲି ବିଡିଓ ବୀରକିଶୋର ପାଣିଗ୍ରାହୀ କହିଛନ୍ତି। ଆରୁହା ପଞ୍ଚାୟତ ଦୁଇ ଜଣ ନୁହେଁ ଆହୁରି କେତେକ ବ୍ୟକ୍ତି ଘର ନକରି ଅର୍ଥ ଉଠାଇ ନେଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top