ଓଡ଼ିଶା

ଘରୋଇ ବସ୍ ଧକ୍କାରେ ଟ୍ରଲି ଚାଳକଙ୍କର ମୃତ୍ୟୁ

ଭଦ୍ରକ, ୨୮ା୩ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ଆଜି ସକାଳ ପ୍ରାୟ ୭.୧୫ ସମୟରେ ଭଦ୍ରକ ସହରର ବନ୍ତଛକ ନିକଟରେ ଏକ ଘରୋଇ ବସ୍ ଧକ୍କାରେ ଜଣେ ଟ୍ରଲି ଚାଳକର ମୃତ୍ୟୁ ଘଟିଛି। ପ୍ରାପ୍ତ ଖବରରୁ ଯାହା ଜଣାଯାଏ ଭୁବନେଶ୍ୱର ଅଭିମୁଖେ ଯିବାକୁ ଥିବା ଓଆର-୧୧ଏଫ୍-୯୨୧୩ ନମ୍ବରର “ଆସିକ୍” ନାମକ ଏକ ଘରୋଇ ବସ୍ ଚରମ୍ପା ଦିଗରୁ ବନ୍ତଛକ ବସ୍ଷ୍ଟାଣ୍ଡକୁ ଆସୁଥିବାବେଳେ ରାସ୍ତା ଅତିକ୍ରମ କରୁଥିବା ସ୍ଥାନୀୟ ସାହାପୁର ଗ୍ରାମର ତାହେର ମହମ୍ମଦ ଖାଁ (୬୫) ନାମକ ଟ୍ରଲି ଚାଳକକୁ ତୋଷାଳି ସୁଜ୍କି ସୋ ରୁମ୍ ନିକଟରେ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ତାର ମୃତ୍ୟୁ ଘଟିଥିଲା। ଏହି ଦୁର୍ଘଟଣା ଘଟାଇବା ପରେ ଗାଡିଚାଳକ ବସ୍ଟିକୁ ଷ୍ଟାଣ୍ଡରେ ରଖିଦେଇ ଫେରାର ହୋଇଯାଇଥିଲା। ପରେ ସହରାଞ୍ଚଳ ଥାନା ପୁଲିସ୍ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ବସ୍ଟିକୁ ଜବତ କରି ଶବକୁ ବ୍ୟବଚ୍ଛେଦ ନିମନ୍ତେ ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟ ପଠାଇଥିଲା। ଏହି ଦୁର୍ଘଟଣାକୁ ନେଇ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇ ତଦନ୍ତ ଚାଲୁରହିଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top